ବିଶ୍ୱ ସିଂହ ଦିବସରେ ନନ୍ଦନକାନନରେ ଆଫ୍ରିକୀୟ ସିଂହର ମୃତ୍ୟୁ
Khabar Odisha:One-African-male-Lion-dead-today-in-Bhubaneswar
ଭୁବନେଶ୍ୱର, ୧୦ ଅଗଷ୍ଟ (ଖବର ଓଡ଼ିଶା):

ଆଜି ବିଶ୍ୱ ସିଂହ ଦିବସରେ ବାରଙ୍ଗ ସ୍ଥିତ ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଏକ ୮ ବର୍ଷୀୟ ଆଫ୍ରିକୀୟ ପୁରୁଷ ସିଂହର ମୃତ୍ୟୁ ହୋଇଛି। ଆଜି ସକାଳେ ସିଂହଟିର ମୃତ୍ୟୁ ହୋଇଥିଲା। ଏହାକୁ ଇସ୍ରାଏଲ୍‌ରୁ ଅଣାଯାଇଥିଲା । ଏହି ସିଂହଟିର ମୃତ୍ୟୁ ପରେ ନନ୍ଦନକାନନରେ ସିଂହଙ୍କ ସଂଖ୍ୟା ୧୩କୁ ହ୍ରାସ ପାଇଥିବା ନନ୍ଦନକାନନ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। 

ଶୁକ୍ରବାର ସକାଳେ ସିଂହଟି ରକ୍ତ ପରିଶ୍ରା କରୁଥିବା ଦେଖାଯାଇଥିଲା । ପରେ ତାକୁ ନନ୍ଦନକାନନ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ସିଂହଟିକୁ ଚିକିତ୍ସା କରାଯାଇ ସାଲାଇନ୍‌ ଲଗାଯାଇଥିଲା । ମାତ୍ର ସାଲାଇନ୍ ଲାଗିବାର କ୍ଷଣିକେ ସିଂହଟିର ମୃତ୍ୟୁ ହୋଇଥିଲା।  ତେବେ ମୃତ୍ୟର କାରଣ ଏବେ ସୁଦ୍ଧା ସ୍ପଷ୍ଟ ହୋଇପାରିନାହିଁ । ପୋଷ୍ଟମର୍ଟମ ରିପୋର୍ଟ ଆସିବା ପରେ ପ୍ରକୃତ କାରଣ ଜଣାପଡିବ ବୋଲି ସୂଚନା ମିଳିଛି । ବର୍ତ୍ତମାନ ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ୬ଟି ପୁରୁଷ ସିଂହ ଓ ୭ଟି ମାଇ ସିଂହ ଅଛନ୍ତି। 

  • Tags:

Subscribe

National International State Sports Entertainment