ଗୁମୁଡୁମାହା ଗୁଳିକାଣ୍ଡ ମାମଲା: ୫ ମୃତକଙ୍କ ପରିବାରକୁ ୨ ଲକ୍ଷ କ୍ଷତିପୂରଣ ଦେବାକୁ ସରକାରଙ୍କୁ ଓଏଚଆରସିଙ୍କ ନିର୍ଦ୍ଦେଶ
Khabar Odisha:Kalahandi-Gumudumaha-firing-OHRC-directs-Odisha-Home-department-to-pay-Rs-2-lakh-each-to-the-families-of-5-deceased
ଭୁବନେଶ୍ୱର, ୧୦ ଅଗଷ୍ଟ(ଖବର ଓଡ଼ିଶା):

ବହୁଚର୍ଚ୍ଚିତ କନ୍ଧମାଳ ଗୁମୁଡୁମାହା ଗୁଳିକାଣ୍ଡ ମାମଲାରେ ରାଜ୍ୟ ମାନବାଧିକାର କମିସନ(ଓଏଚଆରସି) ହସ୍ତକ୍ଷେପ କରିଛନ୍ତି। ଏହି ଘଟଣାରେ ମରିଥିବା ୫ ଜଣଙ୍କ ପରିବାରକୁ ୨ ଲକ୍ଷ ଓ ଆହତ ମାନଙ୍କୁ ୫୦ ହଜାର ଟଙ୍କା ଲେଖାଏଁ କ୍ଷତିପୂରଣ ରାଶି ଦେବାକୁ ବିଭାଗ ପକ୍ଷରୁ ସରକାରଙ୍କ ଗୃହ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି। ୨ ମାସ ମଧ୍ୟରେ ଏହି ସହାୟତା ରାଶି ପ୍ରଦାନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ଓଏଚଆରସି ।    

ଏଠାରେ ଉଲ୍ଲେଖ ଯୋଗ୍ୟ, ୨୦୧୬, ଜୁଲାଇ ୮ରେ କନ୍ଧମାଳ ଗୁମୁଡୁମୁହାରେ ଏସ୍‌ଓଜି ଯବାନମାନେ ମାଓ ଅପରେସନ୍‌ରେ ବାହାରିଥିଲେ । ଏହି ସମୟରେ ବାଲିଗୁଡ଼ାରୁ ଟଙ୍କା ଉଠାଇ ଅଟୋରେ ଫେରୁଥିବା ବେଳେ ମାଓବାଦୀ ସନ୍ଦେହରେ ଆଦିବାସୀଙ୍କ ଉପରେ ଗୁଳି ଚାଳନା କରିଥିଲେ ଏସ୍‌ଓଜି ଯବାନ । ଏଥିରେ ଜଣେ ଶିଶୁ ସମେତ ୫ ଜଣ ଆଦିବାସୀଙ୍କ ଜୀବନ ଦୀପ ଲିଭି ଯାଇଥିଲା ।

  • Tags:

Subscribe

National International State Sports Entertainment