ସାଲେପୁର ଜେଏମ୍‌ଏଫ୍‌ସି କୋର୍ଟରେ ସନ୍ଦିଗ୍ଧ ଅବଦୁଲ ରେହମାନ ହାଜର
Khabar Odisha:Abdul-Rehman-produced-in-Salepur-JMFC-court
ସାଲେପୁର, ମେ ୧୫ (ଖବର ଓଡ଼ିଶା): କଟକ ସାଲେପୁର ଜେଏମଏଫସି କୋର୍ଟରେ ଅଲକାଏଦା ଆତଙ୍କବାଦୀ ଅବଦୁଲ ରେହମାନକୁ ହାଜର କରାଯାଇଛି । କଡା ସୁରକ୍ଷା ମଧ୍ୟରେ ରେହମାନକୁ ନୂଆଦିଲ୍ଲୀ ତିହାର ଜେଲରୁ ଅଣାଯାଇ କୋର୍ଟରେ ହାଜର କରାଯାଇଥିବା ସୂଚନା ମିଳିଛି ।
 
ଏସ୍‌ଟିଏଫ୍‌ ତଦନ୍ତକାରୀ ଅଧିକାରୀଙ୍କ ଆବେଦନ ଭିତ୍ତିରେ ଅବଦୁଲକୁ କୋର୍ଟରେ ହାଜର କରାଯାଇଛି । ଅନ୍ୟପକ୍ଷରେ ରେହମାନକୁ ଓଡ଼ିଶା ଜେଲ୍‌ରେ ରଖିବାକୁ ତାଙ୍କ ଓକିଲ ଆବେଦନ କରିଛନ୍ତି । ଖବର ଲେଖା ହେବା ବେଳକୁ ଶୁଣାଣୀ ଆରମ୍ଭ ହୋଇଥିଲା ।
 
ଉଲ୍ଲେଖନୀୟ, ଗତ ୨୦୧୫ ମସିହା ଡିସେମ୍ବର ୧୫ ତାରିଖରେ ରେହମାନକୁ ଜଗତପୁର ଥାନା ପଶ୍ଚିମକଚ୍ଛ ଗ୍ରାମରୁ ଗିରଫ କରାଯାଇଥିଲା । ଦିଲ୍ଲୀ ପୋଲିସ ଓ କମିଶନରେଟ ପୋଲିସର ମିଳିତ ସହଯୋଗରେ ରେହମାନକୁ ଗିରଫ କରାଯାଇଥିଲା । ବେଆଇନ ଭାବରେ ମଦ୍ରାସା ଚଳାଇବା ଏବଂ ଏ କ୍ୟୁ ଆଇଏସ୍‌ ପାଇଁ ସଦସ୍ୟ ନିଯୁକ୍ତ କରିବା ଭଳି ସଙ୍ଗୀନ ଅଭିଯୋଗ ରହିଛି ।
  • Tags:

Subscribe

National International State Sports Entertainment