ଠାକୁରଙ୍କୁ ଅସମ୍ମାନ: ସାକ୍ଷୀଗୋପୀନାଥଙ୍କୁ ମିଳୁନି ଅମୃତମଣୋହି ଭୋଗ
Khabar Odisha:Sakhigopinath-neglected
ଭୁବନେଶ୍ୱର, ମଇ ୦୧ (ଖବର ଓଡ଼ିଶା): ରାଜ୍ୟର ପୁରାତନ ମନ୍ଦିରଗୁଡ଼ିକ ଦେବୋତ୍ତର ବିଭାଗ ଦ୍ୱାରା ପରିଚାଳିତ ହେଉଛି । ରାଜ୍ୟର କଳା, ସ୍ଥାପତ୍ୟ ଓ ଇତିହାସର ମୁକସାକ୍ଷୀ ବହନ କରୁଥିବା କିଛି ମନ୍ଦିରକୁ ସରକାର ପର୍ଯ୍ୟଟନର ମାନ୍ୟତା ଦେଇଛନ୍ତି । ଏସବୁ ସତ୍ତ୍ୱେ ଅନେକ ଗୁଡ଼ିଏ ମନ୍ଦିରରେ ପୂଜାବିଧି ଓ ଅନ୍ୟାନ୍ୟ ରିତିନୀତିରେ ବ୍ୟତିକ୍ରମ ଦେଖାଯାଉଛି । କିଛି ଖଳ ଲୋକଙ୍କର ହାତମୁଠାରରେ ରହୁଛି ମନ୍ଦିରର ଶାସନ ବ୍ୟବସ୍ଥା । ଅନେକ ବାଧାବିଘ୍ନ ଦେଇ ଗତି କରୁଥିବା ପୁରୀ ଜିଲ୍ଲା ସାକ୍ଷୀଗୋପାଳସ୍ଥିତ ସାକ୍ଷୀଗୋପୀନାଥଙ୍କୁ ୪୦ ବର୍ଷ ପରେ ଅମାଳୁ, ଜଗନ୍ନାଥ ବଲ୍ଲଭ, ଖଳିରୁଟି ଓ ମଗଜଲଡୁ ଭୋଗ ଶନିବାରୁ ମିଳିଛି । ୫ଶହ କୋଟି ଟଙ୍କାର ମାଲିକ ପ୍ରଭୁ ସାକ୍ଷୀଗୋପୀନାଥଙ୍କୁ ମିଳି ନାହିଁ ଅମୃତମୋଣହି ଭୋଗ । ଏହି ଭୋଗ ପୁଣି କେବେ ଆରମ୍ଭ ହେବ  ଠିକ ନାହିଁ । ଭୁବନେଶ୍ୱର, ଖୋର୍ଦ୍ଧା, ଜଟଣୀ, ପିପିଲି, ଡେଲାଙ୍ଗ, ବୋଲଗଡ, ଖଣ୍ଡଗିରି, ବାଲେଶ୍ୱର ଓ ବେଗୁନିଆରେ ପ୍ରାୟ ୩ହଜାର ୩୩୩ ଏକର ଜମିର ମାଲିକଙ୍କୁ ୪୦ ବର୍ଷ ଧରି ରେ ଅମାଳୁ, ଜଗନ୍ନାଥ ବଲ୍ଲଭ, ଖଳିରୁଟି ଓ ମଗଜଲଡୁ ଭୋଗ ନ ମିଳିବା ଆମ ପ୍ରଶାସନିକ ବ୍ୟବସ୍ଥାର ଦୁର୍ବଳତାକୁ ପଦାରେ ପକାଉଛି ।
 
ଶ୍ରୀ ଶ୍ରୀ ସ୍ୱପ୍ନେଶ୍ୱର ୩୪ ବର୍ଷ ହେଲା ଚାପ ଖେଳି ନାହାନ୍ତି । ପ୍ରତାପଶାସନ ରାଜସ୍ୱ ଗ୍ରାମ ବାଳକାଟିର ଆରାଧ୍ୟ ଠାକୁର ଶ୍ରୀ ଶ୍ରୀ ସ୍ୱପ୍ନେଶ୍ୱର ମହାଦେବଙ୍କ ପଞ୍ଚୁଦୋଳ ମେଳଣ ଓ ଚନ୍ଦନ ଯାତ୍ରା ବେଶ ପରିଚିତ । ଦୁଃଖର କଥା ହେଲା ଯେ, ସମନ୍ୱୟ ଅଭାବରୁ ୧୯୮୩ରୁ ଠାକୁର ଚାପ ଖେଳି ପାରୁ ନାହାନ୍ତି । ଫଳରେ ୧୫୦ ବର୍ଷର ପରଂପରାରେ ବ୍ୟତିକ୍ରମ ଦେଖାଯାଇଛି । ଇତିହାସ କହେ ପୂର୍ବତନ ବାଚସ୍ପତି ସ୍ୱର୍ଗତ ସତ୍ୟପ୍ରିୟ ମହାନ୍ତିଙ୍କ ଜନ୍ମ ଦିନରେ ତାଙ୍କ ପିତା ଜମିଦାର ମାଧବାନନ୍ଦ ୩ଏକର ପରିଧି ବିଶିଷ୍ଟ ଏହି ପୋଖରୀରେ ପାହାଚ ଓ ଏକ ଛୋଟ ମନ୍ଦିର ନିର୍ମାଣ କରାଇଥିଲେ । ଉଲ୍ଲେଖଯୋଗ୍ୟ ଯେ, ଶ୍ରୀଶ୍ରୀ ସ୍ୱପ୍ନେଶ୍ୱର ମହାଦେବଙ୍କ ବିଗ୍ରହ ଚନ୍ଦ୍ରଶେଖର ଓ ମାପାର୍ବତୀ ମନ୍ଦିରରୁ ମୂର୍ତ୍ତି ଚୋରୀ ହୋଇଥିଲା । ପରେ ନୂଆଁ ବିଗ୍ରହ ପ୍ରତିଷ୍ଠା କରାଯାଇଛି ।
 
ରାଜ୍ୟ ସରକାର ଅନେକଗୁଡ଼ିଏ ମନ୍ଦିରକ ପର୍ଯ୍ୟଟନର ମାନ୍ୟତା ଦେଇଛନ୍ତି ସତ, କିନ୍ତୁ ସେଗୁଡ଼ିକର ରକ୍ଷଣାବେକ୍ଷଣ ପାଇଁ ଉପଯୁକ୍ତ ଯତ୍ନ ନେଇ ପାରୁ ନାହାନ୍ତି । ରାଜଧାନୀ ଭୁବନେଶ୍ୱର ଓ ରାଜ୍ୟର କେତୋଟି ହାତଗଣତି ମନ୍ଦିରକୁ ବାଦ ଦେଇ ଅଧିକାଂଶ ମନ୍ଦିର ଆଶଆଶଂକା ଦେଇ ଗତି କରୁଛି । କେଉଁଠି ଠାକୁରଙ୍କୁ ଧୂପ ଦୀପ ଦିଆଯାଉ ନାହିଁ ତ କେଉଁଠି ମନ୍ଦିରର ଛାତରୁ ପାଣି ଗଳୁଛି । ପରିତ୍ୟକ୍ତ ଅବସ୍ଥାରେ ପଡ଼ିଥିବା ମନ୍ଦିରଗୁଡ଼ିକରେ ଅସାମାଜିକ ବ୍ୟକ୍ତିମାନେ ଆଡ୍ଡା ବନାଇଛନ୍ତି । 
  • Tags:

Subscribe

National International State Sports Entertainment