କେଉଠିଁ ଅଟକିଲା ରିଷି ହତ୍ୟା ଆଉ ମେୟର ଯୌନକେଳେଙ୍କାରି ତଦନ୍ତ
Khabar Odisha:Rishi-Murder-Case-Investigation-Report

 ଆଇନ ଆଗରେ ସମସ୍ତେ ସମାନ । ନେତା ବି ଜନତା ବି । କିନ୍ତୁ ବେଳେବେଳେ ଓଡିଶା ପୋଲିସ ବ୍ୟବସ୍ଥାର କାର୍ଯ୍ୟକଳାପକୁ ଦେଖିଲେ ଲାଗେ ପୋଲିସ ଏବେ କିଛି ନେତା ମନ୍ତ୍ରୀଙ୍କ ଚାମଚାଗିରି କରିବା ଛଡା ଆଉ କିଛି କରିପାରୁନାହିଁ  । ଗତ ଡିସେମ୍ବର ମାସରେ ଇଜିଂନିୟରିଙ୍ଗ ଛାତ୍ର ରିଷି ମହାନ୍ତି ହତ୍ୟା ଘଟଣା ଆଉ ସେଥିରେ ମେୟର ଅନନ୍ତ ନାରାୟଣ ଜେନାଙ୍କ ସମ୍ପୃକ୍ତିକୁ ନେଇ ଢେର ତୁମ୍ଭି ତୋଫାନ ରାଜ୍ୟରେ ହୋଇଥିଲା । ବିଭିନ୍ନ ରାଜନୈତିକ ଦଳ ଏହି ଘଟଣାକୁ ନେଇ ଆନ୍ଦୋଳନ  ମଧ୍ୟ କରିଥିଲେ । ମେୟରଙ୍କ ଭଳି ଦେଖାଯାଉଥିବା ଜଣେ ଲୋକ ଆପତ୍ତିଜନକ ଅବସ୍ଥାରେ ଜଣେ ମହିଳାଙ୍କ ଥିବାର ଏକ ଭିଡିଓ କ୍ଲିପିଙ୍ଗ ମଧ୍ୟ ବିଭିନ୍ନ େଓବସାଇଟରେ ଘୁରିବୁଲିଲା । ସେତେବେଳେ ଅଭିଯୋଗ ଆସିଥିଲା ଏହି ଭିଡିଓ ପାଇଁ କୁଆଡେ ରିଷିକୁ ଯୋଜନାବଦ୍ଧ ଭାବେ ହତ୍ୟା କରାଯାଇଥିଲା  । ଯାହାର ତଦନ୍ତ ଭାର ସେତେବେଳେ କମିଶନରେଟ ପୋଲିସ ନେଇଥିଲା ଆଉ ଏକ ରିପୋର୍ଟ ମଧ୍ୟ ଦେଇଥିଲେ । ତଦନ୍ତପରେ କୁହାଯାଇଥିଲା ରିଷି ଅତ୍ୟଧିକ ନିଶା ସେବନ ଯୋଗୁଁ ମରିଥିଲା ବୋଲି  । ହେଲେ ଅତ୍ୟଧିକ ନିଶା ଖାଇବା ପଛରେ କାହାର ହାତ ଅଛି ତାର ତଦନ୍ତ ଚାଲୁ ରହିଛି ବୋଲି ପୋଲିସ ସେତେବେଳେ କହିଥିଲା ।

 

ପ୍ରକୃତରେ ସେ ପ୍ରଶ୍ନହିଁ ଥିଲା ପୁରା ଘଟଣାର ସବୁଠାରୁ ଗୁରୁତ୍ୱପୁର୍ଣ୍ଣ ଦିଗ ଯେଉଁ ପ୍ରଶ୍ନର ଉତ୍ତର ଆଜି ଯାଏଁ ପୋଲିସ ଲୁଚାଇ ରଖିଛି ।

 

ରିଷିକୁ ଅତ୍ୟଧିକ ନିଶା କିଏ ଖୁଆଇଲା କାହିଁକି ଖୁଆଇଲା ତାର ଉତ୍ତର ଆଜିବି ଅମସାହିତ ହୋଇ ରହିଛି ଜନସାଧାରଣଙ୍କ ପାଖରେ । ପୋଲିସ କାହିଁକି ମୂଳ  ପ୍ରସଙ୍ଗରୁ ଧ୍ୟାନ ହଟାଇ ଚୁପ ବସିଛି ? କଣ ଲୋକେ ଭୁଲିଯିବେ ଭାବି ପୋଲିସ ସମୟ ଗଡାଇ ଚାଲିଛି କି ? ଜଣେ ଇଂଜିନିୟରିଙ୍ଗ ଛାତ୍ରର ମୃତ୍ୟୁ ହେବ ଆଉ ପୋଲିସ ତାର ତଦନ୍ତ ଖାମଖିଅଲ ଢଙ୍ଗରେ ସାରିଦେବ ତାହା ନିଶ୍ଚିନ୍ତ ଭାବେ ସନ୍ଦେହ ଜନକ । ରିଷିର ଡ୍ରଗ୍ସ କେଉଁଠୁ ଆସିଥିଲା ତାକୁ ଡ୍ରଗ୍ସ କିଏ ଯୋଗାଇଥିଲା ତାକୁ ପୋଲିସ କାହିଁକି ଗିରଫ କରୁନାହିଁ ତାର ଜବାବ ପୋଲିସ କେବେ ଦେବ । 


ଆଉ ରହିଲା ପ୍ରଘଟିତ ହୋଇଥିବା ସେକ୍ସ ସିଡି । ସେ ସେକ୍ସ ସିଡିରେ ଥିବା ଲୋକ ଜଣକ କିଏ ତା ର ପରିଚୟ ଓ ସେ ସେକ୍ସ ସିଡି ସହ ରିଷି ମୃତ୍ୟୁର କି ସର୍ମ୍ପକ ଥିଲା ତାହା ମଧ୍ୟ ପୋଲିସ ଏବେ ଯାଏଁ ସ୍ପଷ୍ଟ କରୁନାହିଁ । ସେ ସେକ୍ସ ସିଡିକୁ ଲୋକଲୋଚନକୁ ଆଣିଥିବା ସାମ୍ବାଦିକ ସେତେବେଳେ ଦାବିକରିଥିଲେ କି ଉକ୍ତ ସିଡିକୁ କୌଣସି ପ୍ରକାରର ପରିବର୍ତନ କରାଯାଇନାହିଁ । ଆଉ ସେ ଭିଡିଓ ପୁରା ଅସଲି । ସେ ଭିଡିଓରେ ଥିବା ଲୋକ ଜଣଙ୍କର ସ୍ୱର ମଧ୍ୟ ପୁରା ସ୍ପଷ୍ଟ ଥିଲ । ସେ ଭିଡିଓରେ ଥିବା ଲୋକ ଜଣଙ୍କର ଚେହେରା ମେୟରଙ୍କ ସହ ମେଳଖାଉଥିବାର ଅଭିଯୋଗ ଛାତ୍ର କଂଗ୍ରେସ ଆଣିଥିଲା । ଆଉ ପରବର୍ତ୍ତୀ ସମୟରେ ସେ ଘଟଣା ପୋଲିସର ତଦନ୍ତ ପରିସର ଭୁକ୍ତ ହୋଇଥିଲା ।
 
 
ପୋଲିସ କାହିଁକି ଆଜିଯାଏଁ ସ୍ପଷ୍ଟ କରୁନାହିଁ ସେ ଭିଡିଓରେ ଥିବା ଲୋକ ଜଣଙ୍କ କିଏ ଆଉ ରିଷି ମୃତ୍ୟୁ ଦିନ କାହିଁକି ମେୟର କ୍ୟାପିଟାଲ ହସ୍ପିଟାଲରେ ଘଣ୍ଟା ଘଣ୍ଟା ଉପସ୍ଥିତ ଥିଲେ ? ରିଷି ମୃତ୍ୟୁ ଦିନର ଯେଉଁ ଭିଡିଓ ଏବେ ବୈଦୁତିକ ଗଣମାଧ୍ୟମ ପାଖେ ଅଛି ସେଥିରେ ମେୟର ନିଜେ ଏକ ନିଶା ବେପାରିକୁ ପୋଲିସର କବଜାରେ ଦେଉଛନ୍ତି । କୁଆଡେ ଗଲା ସେ ନିଶା ବେପାରୀ ? ଋଷି  ମୃତ୍ୟୁ ପରେ ଡ୍ରଗ୍ସ ବେପାରୀ ସେକ ମମତାଜକୁ ପୋଲିସ ଗିରଫ କରିବା ପରିବର୍ତେ ଛାଡି ଦେବା ପଛରେ କାହାର ଥିଲା ପ୍ରତ୍ୟକ୍ଷ ସହଯୋଗ ? ଯୌନ କାଣ୍ଡ, ହତ୍ୟା ସହ   ଡ୍ରଗ୍ସ  ବେପାରୀଙ୍କ ସମ୍ପୃକ୍ତ ଥିବା ଭଳି ସଙ୍ଗୀନ ଅଭିଯୋଗ ମାମଲାରେ ପୋଲିସ କାହିଁକି ତଦନ୍ତ ରିପୋର୍ଟ ସାଧାରଣରେ ପ୍ରକାଶ କରୁନାହିଁ ତାହା ପୋଲିସର ଭାବମୂର୍ତ୍ତୀ ଉପରେ ପ୍ରଶ୍ନ ଉଠାଇବା ସ୍ୱାଭାବିକ । ଏମିତିରେ ରିଷି ମୃତ୍ୟୁ ସମୟରେ ଖଣ୍ଟଗିରି ପୋଲିସର ସନ୍ଦେହ ଜନକ ଭୁମିକାକୁ ନେଇ ଆଗରୁ ପ୍ରଶ୍ନ ଉଠିସାରିଛି ।
 
 
 
ମେୟରଙ୍କୁ ଥରୁଟିଏ ହେଲେବି ପୋଲିସ ପଚରା ଉଚରା ପାଇଁ ଡାକିନାହାନ୍ତି କାହିଁକି ? ଓଡିଶା ମାନବ ଅଧିକାର କମିଶନ ଏ ମାମଲାରେ କଣ ପଦକ୍ଷେପ ନେଇଛି ଏ ମାମଲାରେ ନା କେବଳ ରିପୋର୍ଟ ତଲବ କରି ଚୁପ ବସିଛି ତା ବି ଏବ ବଡ ପ୍ରଶ୍ନ । ରିଷି ମହାନ୍ତି ଥିଲେ ତାଙ୍କ ପରିବାର ଏକମାତ୍ର ପୁଅ । ତାଙ୍କ ବାପା ମାଙ୍କୁ ନ୍ୟାୟ କେବେ ମିଳିବ । ତାଙ୍କୁ ନ୍ୟାୟ ଦେବା ପ୍ରକିୟାରେ ପୋଲିସ କାହିଁକି ବାଟ ଓଗାଳୁଛି । ଜନସାଧାରଣ ମଧ୍ୟ ଭୋଟ ଦେଇଥିଲେ ଆଉ ଜେନା ବାବୁ ମେୟର ହୋଇଥିଲେ ଲୋକମାନଙ୍କ ଭୋଟରେ । ଲୋକମାନଙ୍କର ପୁର୍ଣ୍ଣ ଅଧିକାର ଅଛି ଜାଣିବା ପାଇଁ ତାଙ୍କ ନେତା ସତରେ କଣ ସେ ସେକ୍ସ ଭିଡିଓରେ ଥିଲେ କି ନଥିଲେ । ଦେଖାଯାଉ କେବେ ପୋଲିସ ମାମାଲାର ଚୁଡାନ୍ତ ତଦନ୍ତ ରିପୋର୍ଟ ସାଧାରଣରେ ପ୍ରକାଶ କରୁଛି  ।
  • Tags:

Subscribe

National International State Sports Entertainment