ପଞ୍ଚାୟତ ନିର୍ବାଚନ ଫଳାଫଳକୁ ନେଇ ଚିନ୍ତିତ ନବୀନ ରବିବାର କରିବେ ସମୀକ୍ଷା
Khabar Odisha:Naveen-To-Analyse-Panchayat-Election-BJD-Poor-Result

ଭୁବନେଶ୍ବର, 1 ଅପ୍ରେଲ - ପଞ୍ଚାୟତ ନିର୍ବାଚନ ଫଳାଫଳକୁ ନେଇ ଚିନ୍ତିତ ବିଜେଡି ମୁଖିଆ ନବୀନ ପଟ୍ଟନାୟକ । ଶୋଇ ପାରୁନାହାନ୍ତି କି ବସି ପାରୁନାହାନ୍ତି  ।  2019 ସାଧାରଣ ନିର୍ବାଚନ ପୂର୍ବରୁ ସେମିଫାଇନାଲ କୁହାଯାଉଥିବା ପ଼ଞ୍ଚାୟତ ନିର୍ବାଚନ ଫଳାଫଳ ଏବେ ନବୀନଙ୍କ ନିଦ ହଜାଇ ଦେଇଛି  ।  କେଉଁ ପରିସ୍ଥିତିରେ ଏପରି ସ୍ଥିତି ହେଲା ଓ ଦୋଷ କାହାର ଏହାକୁ ଖୋଜି ବାହାର କରିବା ସହ 2019 ପୂର୍ବରୁ ନିଜର ସଙ୍ଗଠନକୁ ମଜଭୂତ କରିବା ପାଇଁ ବିଜେଡି ଦଳର ମୁଖିଆ ଆରମ୍ଭ କରିଛନ୍ତି ପ୍ରୟାସ  ।

 ଏହି କ୍ରମରେ ଆସନ୍ତାକାଲି ଠାରୁ ଦଳର ସମୀକ୍ଷା ଆରମ୍ଭ ହେବ  ।  ପ୍ରଥମେ ଯାଜପୁର ଓ କୋରାପୁଟ ଜିଲାର କାର୍ଯ୍ୟକର୍ତ୍ତା ମାନଙ୍କୁ ନେଇ ଏହି ବୈଠକ ଆରମ୍ଭ ହେବ ବୋଲି ଦଳ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି  ।  ଦୀର୍ଘ 17 ବର୍ଷର ରାଜ୍ୟ ଶାସନ ଓ ଚାରିଚାରି ଥରର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ଥିତି ଟଳମଳ  ।  ନିଜ ଦଳରେ ବିଦ୍ରୋହ ଅନ୍ୟପଟେ ସାରା ରାଜ୍ୟରେ ଏବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଲହରରେ ରାଜ୍ୟବାସୀ କିମିଆ  । ଅନ୍ୟପଟେ ବୁଡିଯାଉଛି ନବୀନଙ୍କ ଭାବମୂର୍ତ୍ତି ସେପଟେ ରାଜ୍ୟରେ ନୂତନ ନେତୃତ୍ବର ଲୋକପ୍ରିୟତା ବୃଦ୍ଦି  ।  ଏହିପରି ସ୍ଥିତିରେ ଆସନ୍ତାକାଲି ଠାରୁ ଦଳର ସମୀକ୍ଷା ଆରମ୍ଭ କରିବେ ଖୋଦ ବିଜେଡି ଦଳର ମୁଖିଆ  ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ତେବେ ଏଥର ସମୀକ୍ଷା ନବୀନ ନିବାସର ଚାରିକାନ୍ଥ ମଧ୍ୟରେ ନୁହେଁ ବରଂ ସମୀକ୍ଷା ହେବ ରାଜ୍ୟ କାର୍ଯ୍ୟାଳୟ  ।  ଉପସ୍ଥିତ ରହିବେ ଖୋଦ ମୁଖିଆ ନବୀନ ପଟ୍ଟନାୟକ  । ଜଣ ଜଣ କରି କରିବେ ଆଲୋଚନା  ।  ଦଳର ସମସ୍ତ ସାଙ୍ଗଠନିକ ଜିଲାର କାର୍ଯ୍ୟକର୍ତ୍ତା ମାନଙ୍କୁ ଡାକି ସଭାପତି କରିବେ ମାନସ ମନ୍ଥନ  ।  କେଉଁଠି ରହିଗଲା ଭୁଲ  ?

 ରବିବାର ବିଜେଡି କାର୍ଯ୍ୟାଳୟରେ ଆରମ୍ଭ ହେବାକୁ ଥିବା ସମୀକ୍ଷାରେ ପ୍ରଥମେ ଯାଜପୁର ଓ ଏହାପରେ କୋରାପୁଟର କାର୍ଯ୍ୟକର୍ତ୍ତା ମାନଙ୍କ ସହ କରିବେ ଆଲୋଚନା  ।  ଏହି କ୍ରମରେ ସରପଞ୍ଚ., ସମିତିସଭ୍ୟ, ବ୍ଲକ ଚେୟାରମ୍ୟାନ, ଜିଲା ପରିଷଦ ସଭ୍ୟ, ଜିଲାପରିଷଦ ଅଧ୍ୟକ୍ଷ, ବିଧାୟକ ଓ ସାଂସଦ ମାନଙ୍କ ସହ ମତାମତ ସଂଗ୍ରହ କରିବେ ନବୀନ  ।  ଏଥିରେ ଉପସ୍ଥିତ ରହିବେ ଜିଲା ଗୁଡିକର ପର୍ଯ୍ୟବେକ୍ଷକ ଦାୟିତ୍ବରେ ଥିବା ବରିଷ୍ଠ ନେତାମାନେ  । 

 ଅନ୍ୟପଟେ ଦଳରେ ପୂର୍ବରୁ ପଶ୍ଚିମ, ଉତ୍ତରରୁ ଦକ୍ଷିଣ ସବୁଠି ଏବେ ବହୁଛି ଅସନ୍ତୋଷ  ।  ପଞ୍ଚାୟତ ନିର୍ବାଚନର ଫଳାଫଳକୁ ନେଇ ଏବେ ଅସନ୍ତୁଷ୍ଟ ଅଧିକାଂଶ ନେତା  ।  ନବୀନଙ୍କ ବୋଲମାନୁନାହାନ୍ତି ଦଳର ନେତା  ।  ପରସ୍ପର ବିରୋଧରେ  ଗଣମାଧ୍ୟମ ଠାରୁ ଆରମ୍ଭ କରି ସୋସିଆଲ ମିଡିଆରେ ଚାଲୁଛି ବୟାନ ବାଜି  ।  ଏପରିକି ନିଜ ଦଳର ବରିଷ୍ଠ ନେତା ତଥା ସାଂସଦ ଭର୍ତ୍ତୁହରି ମହତାବ, ପ୍ରସନ୍ନ ପାଟଶାଣୀ, ବୈଜୟନ୍ତ ପଣ୍ଡା ପରି ନେତାମାନେ ବିଜେପି ଦଳକୁ ପ୍ରଂଶସା କରୁଛନ୍ତି  ।

  • Tags:

Subscribe

National International State Sports Entertainment