ଏପଟେ ଜଳୁଛି ଭଦ୍ରକ, ଗୃହ ବିଭାଗର ଦାୟିତ୍ୱରେ ଥିବା ମୁଖ୍ୟମନ୍ତ୍ରୀ କିନ୍ତୁ ଦିଲ୍ଲୀରେ
Khabar Odisha:Bhadrak-Riot-Chief-Minister-On-Delhi-Tour

ଅଶାନ୍ତ ହୋଇପଡିଛି ଭଦ୍ରକ  ।  ସାମ୍ପ୍ରଦାୟିକ ଦଙ୍ଗାରେ ସାରା ଜିଲ୍ଲା ପ୍ରଭାବିତ  ।  ଜିଲ୍ଲାରେ ପହଂଚିପାରିନାହାନ୍ତି ଯଥେଷ୍ଟ ପରିମାଣର ପୋଲିସ  ।  ଜିଲ୍ଲାରେ ନାହାନ୍ତି ସ୍ଥାୟୀ ଜିଲ୍ଲାପାଳ  ।  ସହରରେ ଏବେ ସୁଦ୍ଧା ପହଚିଂପାରିନାହାନ୍ତି ରାପିଡ ଆକ୍ସନ ଫୋର୍ସ  ।  ହାତ ଗଣତି କେତୋଟି ଠେଙ୍ଗା ଧରା ପୋଲିସ ପଇନ୍ତରା ମାରୁଛନ୍ତି  ସହରରେ  ।  ଯେଉଁଠି ଦଙ୍ଗା ହୋଇଛି ସେଠାକୁ ପଶିବା ପାଇଁ ସାହାସ ହେଉନି ପୋଲିସର  ।  ପୁରା ଜନମାନସ ପ୍ରଭାବିତ  ।  ଦୋକାନବଜାର ବିଲ୍‌କୁଲ୍‌ ଖୋଲୁ ନାହିଁ  ।  ଫଳରେ ପନିପରିବା ଠାରୁ ଆରମ୍ଭ କରି ସାମାନ୍ୟ ବିସ୍କୁଟିଏ ମଧ୍ୟ ଲୋକେ ପାଉ ନାହାଁନ୍ତି  ।  ମିଳୁନି ଅତ୍ୟାବଶ୍ୟକ ଖାଇବା, ପାଣି  ଆଉ ବିଜୁଳି  ।  ସାରା ରାଜ୍ୟରେ ଭୟ ଆଶଙ୍କା  ।  ଆଉ ଏତିକି ବେଳେ ରାଜ୍ୟର ଗୃହ ବିଭାଗର ଦାୟିତ୍ୱରେ ଥିବା ମୁଖ୍ୟମନ୍ତ୍ରୀ ଏବେ ଦିଲ୍ଲୀ ଗ୍ରସ୍ତରେ  ।  ୬ ତାରିଖରୁ  ଉତ୍ତେଜନା ଆରମ୍ଭ ହୋଇସାରିଥିଲା  ।  ପରିସ୍ଥିତିକୁ ନିୟନ୍ତ୍ରଣ ଆଣିବା ପାଇଁ ଅଫିସର ମାନଙ୍କ ଉପରେ ଦାୟୀତ୍ୱ ଦେଇ ମୁଖ୍ୟମନ୍ତ୍ରୀ ଦିଲ୍ଲୀ ଯିବା ଜେତେଦୁର ଠିକ  ?  ଗୃହ ବିଭାଗରେ ଦାୟୀତ୍ୱରେ ନିଜେ ଅଛନ୍ତି ମୁଖ୍ୟମନ୍ତ୍ରୀ  ।  ରାଜ୍ୟରେ ଏ ସଙ୍ଗୀନ ପରିସ୍ଥିତିରେ ଗୃହବିଭାଗର ମୁଖିଆ ରାଜ୍ୟରେ ଅନୁପସ୍ଥିତ  ।


ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପାଞ୍ଚ ଦିନିଆ ନୂଆଦିଲ୍ଲୀ ଗସ୍ତରେ ଯାଇଛନ୍ତି  ।  ସେ ୧୧ ତାରିଖରେ ଭୁବନେଶ୍ୱର ଫେରିବେ  ।  ସେମିତି କିଛି ଅତି ଜରୁରୀ ବୈଠକ ନାହିଁ ଦିଲ୍ଲୀରେ  ।   କିଛି ଦଳୀୟ କାର୍ଯ୍ୟକ୍ରମସହ ଅଳ୍ପ ସରକାରୀ କାର୍ଯ୍ୟକ୍ରମ ଅଛି  ।  ରବିବାର ଦିନ ନୂଆଦିଲ୍ଲୀର ବିଜ୍ଞାନ ଭବନରେ ହେବାକୁ ଥିବା ଆନ୍ତଃରାଜ୍ୟ ପରିଷଦର ଷ୍ଟାଣ୍ଡିଂ କମିଟି ବୈଠକରେ ସେ ଯୋଗ ଦେବେ  ।  ସେଠାକୁ ମୁଖ୍ୟମନ୍ତ୍ରୀ ଚାହିଁଥିଲେ କେଉଁ ଅନ୍ୟ ମନ୍ତ୍ରୀଙ୍କୁ ପଠେଇପାରିଥାନ୍ତେ  ।  ରାଜ୍ୟର ବିଭିନ୍ନ ପ୍ରସଙ୍ଗ ନେଇ କେନ୍ଦ୍ର ମନ୍ତ୍ରୀମାନଙ୍କୁ ଭେଟିବେ ବୋଲି ଯିବା ପୂର୍ବରୁ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ନବୀନ ସୂଚନା ଦେଇଥିଲେ  ।  କେନ୍ଦ୍ର ମନ୍ତ୍ରୀମାନଙ୍କୁ ଆଉ କେବେ ଭେଟିପାରିଥାନ୍ତେ ମୁଖ୍ୟମନ୍ତ୍ରୀ  ।

ଦୀର୍ଘ ୨୫ ବର୍ଷ ଭିତରେ ଭଦ୍ରକରେ ଏମିତି ପରିସ୍ଥିତି ଉପୁଜି ନଥିଲା  ।  ଆଗରୁ ୧୯୯୧ରେ ରାମନବମୀ ଶୋଭାଯାତ୍ରା ବେଳେ ଦୁଇ ଗୋଷ୍ଠୀ ମୁହାଁମୁହିଁ ହୋଇଥିଲେ ଓ ଭଦ୍ରକ ସହର ଅଶାନ୍ତ ହୋଇଥିଲା  ।  ଚଳିତ ବର୍ଷ ରାମନବମୀ ଶାନ୍ତିଶୃଙ୍ଖଳା ସହ ସଂପନ୍ନ ହୋଇଥିଲା  ।  ତେବେ ସୋସିଆଲ ମେଡିଆରେ ଅଶାଳୀନ ମେସେଜ୍‌ କୁ ନେଇ ଉତ୍ତେଜନା ଦେଖା ଦେଇଛି  ।  ଏହି ଘଟଣା କେଉଁ ରୂପ ନେବ, ତାହା ପୁଲିସ ଓ ପ୍ରଶାସନ ପୂର୍ବାନୁମାନ ନକରି ପାରିବାରୁ ଆଜି ଭଦ୍ରକ ପରିସ୍ଥିତି ଜଟିଳ ହେଲା ବୋଲି ତଥ୍ୟାଭିଜ୍ଞ ମହଲ ମତ ଦେଇଛନ୍ତି  ।
 
  • Tags:

Subscribe

National International State Sports Entertainment