ବିଦ୍ୟାଳୟରେ ପହଞ୍ଚି ପାରିଲାନି ୫୭.୫% ବହି
Khabar Odisha:575percent-book-could-not-reached-in-school

ଭୁବନେଶ୍ୱର, ଏପ୍ରିଲ୦୮ (ଖବର ଓଡ଼ିଶା): "ସଭିଏଁ ପଢ଼ନ୍ତୁ, ସଭିଏଁ ବଢ଼ନ୍ତୁ' ସ୍ଲୋଗାନକୁ ନେଇ ସରକାର ସର୍ବଶିକ୍ଷା ଯୋଜନା ଆରମ୍ଭ କରିଛନ୍ତି । ଏଥିପଇଁ ମାଗଣାରେ ବହି, ପେଷାକ, ଖେଳ ସାମଗ୍ରୀ ଯୋଗାଉଛନ୍ତି । କିନ୍ତୁ ସରକାରଙ୍କ ଅପାରଗତା ହେଉ ବା ପ୍ରଶାସନର ଅବହେଳା ହେଉ ଆମ ରାଜ୍ୟରେ ପ୍ରାଥମିକ ଶିକ୍ଷା ଅନେକ ଅଭାବ ଓ ଅସୁବିଧାର ସହିତ ଗତି କରୁଛି ।

ଶିକ୍ଷା ବର୍ଷ ୨୦୧୭-୧୮ ଅନୁକ୍ରମରେ ବିଦ୍ୟାଳୟ ପ୍ରବେଶ କାର୍ଯ୍ୟକ୍ରମ ଶେଷ ହୋଇଯାଇଛି । ବିଶେଷ କରି ରାଜ୍ୟ ସରକାରଙ୍କ ଦ୍ୱାରା ପ୍ରାୟୋଜିତ "ବିଦ୍ୟାଳୟ ପ୍ରବେଶ ଉସô' ରାଜ୍ୟ ବ୍ୟାପୀ ବିଦ୍ୟାଳୟମାନଙ୍କରେ ହୋଇଯାଇଛି । ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ସ୍କୁଲ ପିଲାମାନେ ବିଦ୍ୟାଳୟକୁ ସକାଳୁ ପାଠପଢ଼ିବାକୁ ଯାଇ ଖାଲିଟାରେ ବସି ଆସିବାର କଥା । ଶିକ୍ଷକମାନଙ୍କର ବି ସମଦଶା । କାରଣ ପୁସ୍ତକ ଥିଲେ ତ ଶିକ୍ଷକ ପାଠ ପଢ଼ାଇବେ । ସରକାର ଏପର୍ଯ୍ୟନ୍ତ ବିଦ୍ୟାଳୟମାନଙ୍କରେ ମାଗଣା ପୁସ୍ତକ ଉପଲବ୍ଧ କରାଇ ପାରିଲେ ନାହିଁ । ବିଶେଷ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ଏପର୍ଯ୍ୟନ୍ତ ୪୨.୫ ପ୍ରତିଶତ ପିଲାଙ୍କୁ ବହି ମିଳିଛି ବୋଲି କୁହାଯାଉଛି, କିନ୍ତୁ ବାସ୍ତବପକ୍ଷେ ଏହି ତଥ୍ୟ ଆହୁରି କମ । ଗତ ବର୍ଷ ଏହି ସମୟ ବେଳକୁ ୫୭.୫ ପ୍ରତିଶତ ବହି ମିଳିସାରିଥିଲା । ପିଲାମାନଙ୍କୁ ସବୁତକ ବହି ମିଳିବାକୁ ଜୁଲାଇ ପାହିଯିବ ।

ଶିକ୍ଷା ବର୍ଷ ଆରମ୍ଭ ହେବାର ୬ମାସ ପୂର୍ବରୁ ଶିକ୍ଷା ସଚିବ ରଞ୍ଜନା ଚୋପ୍ରା ବିଭାଗୀୟ ଅଧିକାରୀମାନଙ୍କୁ ଡାକି ଅନେକଗୁଡ଼ିଏ ବୈଠକର ଆୟୋଜନ କରିଥିଲେ । ବୈଠକଗୁଡ଼ିକରେ ଆଲୋଚନା ହୋଇଥିଲା ଯେ, ନୂତନ ଶିକ୍ଷା ବର୍ଷ ଆରମ୍ଭ ହେବା ପୂର୍ବରୁ ଅର୍ଥାତ ବିଦ୍ୟାଳୟ ପ୍ରବେଶ ପୂର୍ବରୁ ସବୁ ସ୍କୁଲମାନଙ୍କରେ ବହିଗୁଡ଼ିକ ପହଞ୍ଚାଯିବ । କିନ୍ତୁ ଆମ ସରକାରଙ୍କ ଅପରାଗତା ଓ ବିଫଳ ଅଧିକାରୀ ଦାୟିତ୍ୱହୀନତା ଯୋଗୁଁ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ୫୩ଲକ୍ଷ ଛାତ୍ର-ଛାତ୍ରୀଙ୍କୁ ବହି ମିଳି ପାରିନାହିଁ । ଏହି ପିଲାମାନଙ୍କ ପାଇଁ ୨,୭୮,୩୧, ୮୮୮ ଖଣ୍ଡ ବହିର ଆବଶ୍ୟକତା ଥିବାବେଳେ ତାହା ଏପର୍ଯ୍ୟନ୍ତ ମିଳି ପାରି ନାହିଁ । ଏପ୍ରିଲ ୬ ସୁଦ୍ଧା ୧,୧୮,୮୪,୭୩୪ ଖଣ୍ଡ ବହି ପିଲାମାନଙ୍କୁ ଦିଆଯାଇଥିବାବେଳେ, ରାଜ୍ୟରେ ଅନେକଗୁଡ଼ିଏ ସ୍କୁଲକୁ ବହି ଯୋଗାଣ କରାଯାଇ ପାରିନାର୍ହି । କେବଳ ସେତିକି ନୁହେଁ ପିଲାମାନଙ୍କୁ ବ୍ୟାଗ୍ ବି ଦିଆଯାଇ ପାରିନାହିଁ ।

ବିଦ୍ୟାଳୟଗୁଡ଼ିକରେ ବହି ପହଞ୍ଚଞ୍ଚି ନ ପାରିବାକୁ ନେଇ ଗଣମାଧ୍ୟମରେ ଖବର ପ୍ରକାଶନ ହେବା ପରେ ରାଜ୍ୟ ସରକାରଙ୍କ ତତ୍ପରତା ଦେଖାଯାଇଛି । ଉଚ୍ଚଶିକ୍ଷା ମନ୍ତ୍ରୀ ଦେବୀ ପ୍ରସାଦ ମିଶ୍ରଙ୍କ ତତ୍ୱାବଧାନରେ ନିକଟରେ ଏକ ସମୀକ୍ଷା ବୈଠକର ଆୟୋଜନ କରାଯାଇଥିଲା । ବହି ଛାପିବା, ବହି ବାନ୍ଧିବା ଓ ପରିବହନ ଗତ ସମସ୍ୟାକୁ ନେଇ ବୈଠକରେ ଆଲୋଚନା ହୋଇଥିଲା । ବିଶେଷ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ମଇ ୩ରୁ ଗ୍ରୀଷ୍ମ ଛୁଟି ପାଇଁ ବିଦ୍ୟାଳୟଗୁଡ଼ିକ ବନ୍ଦ ରହିବ । ଏଭଳି ସ୍ଥିତରେ ଯଦି ଦେଖାଯିବ, ଆଉ ୨୬ ଦିନ ଭିତରେ ପିଲାମାନଙ୍କୁ ୫୭.୫ ପ୍ରତିଶତ ବହି ମିଳିଯିବ ତ? କାରଣ ଗତ ବର୍ଷ ପିଲାମାନଙ୍କୁ ବହି ମିଳିବାକୁ ଜୁଲାଇ -ଅଗଷ୍ଟ ହୋଇଯାଇଥିଲା ।

ରାଜ୍ୟର ଅଧିକାଂଶ ସ୍କୁଲରେ ଶିକ୍ଷକ ସମସ୍ୟା ଥିବା ବେଳେ, ଅଷ୍ଟମ ଶ୍ରେଣୀକୁ ପ୍ରାଥମିକ ବିଦ୍ୟାଳୟ ଓ ନୋଡାଲ ସ୍କୁଲରେ ଏକାଠି କରି ସମସ୍ୟା ଅଧିକ ବଢ଼ାଇଛନ୍ତି । ଅଷ୍ଟମ ଶ୍ରେଣୀ ପାଇଁ ହିନ୍ଦୀ ଓ ସଂସ୍କୃତ ଶିକ୍ଷାଦାନ ପାଇଁ ସରକାର ହିନ୍ଦୀ ଶିକ୍ଷକ ଓ ସଂସ୍କୃତ ଶିକ୍ଷକଙ୍କ ବ୍ୟବସ୍ଥା କରିନାହାନ୍ତି । "ହିନ୍ଦୀ' ଆମର ରାଷ୍ଟ୍ର ଭାଷା ଓ "ସଂସ୍କୃତ' ଭାରତର ସର୍ବ ପୂରାତନ ଭାଷା । ଏହି ଦୁଇ ଭାଷାର ମହତ୍ୱ ନିଶ୍ଚିତ ଭାବରେ ରହିଛି । କିନ୍ତୁ ଆମ ସରକାର ଏକଥାକୁ ହୃହୟଙ୍ଗମ କରି ପାରି ନାହାନ୍ତି । ଦେଶର ୫୦ ପ୍ରତିଶତ ଲୋକ "ହିନ୍ଦୀ' ଭାଷାରେ କଥାବାର୍ତ୍ତା କରନ୍ତି । ଓଡ଼ିଆ ଲୋକମାନେ ଯେତେବେଳେ ରାଜ୍ୟ ବାହାରକୁ ଯାଆନ୍ତି, ଅନେକ ଭାଷାଗତ ସମସ୍ୟାର ସମ୍ମୁଖୀନ ହୋଇଥାନ୍ତି । ହିନ୍ଦୀରେ କଥାବାର୍ତ୍ତା କରିବାର ଅସୁବିଧା ଯୋଗୁଁ ଓଡ଼ିଆଲୋକଙ୍କୁ ଅନେକ ସମୟରେ ବାହାରେ ହଟହଟା ହେବାକୁ ପଡ଼ିଥାଏ । କିନ୍ତୁ ଆମ ରାଜ୍ୟ ସରକାର "ହିନ୍ଦୀ'ର ବିକାଶ ପାଇଁ ଆଦୌ ଚିନ୍ତା କରନ୍ତି ନାହିଁ ।

  • Tags:

Subscribe

National International State Sports Entertainment