୯ବର୍ଷ ହେଲା ଅଭିଯୋଗ ପ୍ରକୋଷ୍ଠକୁ ଆସୁ ନାହାନ୍ତି ମୁଖ୍ୟମନ୍ତ୍ରୀ
Khabar Odisha:

ଭୁବନେଶ୍ୱର, ଏପ୍ରିଲ ୨୨(ଖବର ଓଡ଼ିଶା): ଲୋକଙ୍କ ଅସୁବିଧାର ସମାଧାନ କରିବା ପାଇଁ ଜିଲ୍ଲା ସ୍ତରରେ ଅଭିଯୋଗ ପ୍ରକୋଷ୍ଠ ଖୋଲା ଯାଇଛି । ଜିଲ୍ଲା ସ୍ତରୀରେ ଅଭିଯୋଗ ପ୍ରକୋଷ୍ଠରେ ଜିଲାପାଳ, ଆରକ୍ଷୀ ଅଧୀକ୍ଷକ ଓ ଜିଲ୍ଲାସ୍ତରୀୟ ଅଧିକାରୀମାନଙ୍କ ଉପସ୍ଥିତିରେ ସପ୍ତାହର ଦ୍ୱିତୀୟ ଦିନ ଅର୍ଥାତ ସୋମବାର ଜନ ଶୁଣାଣୀ କରାଯାଉଛି । ଠିକ୍ ସେହିଭଳି ବ୍ଲକସ୍ତରରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ, ତହସିଲଦାର ଓ ଅନ୍ୟ ବ୍ଲକସ୍ତରୀୟ ଅଧିକାରୀଙ୍କ ଉପସ୍ଥିତିରେ ଅଭିଯୋଗଗୁଡ଼ିକର ସମାଧାନ କରାଯାଉଛି । ଏସବୁ ସତ୍ତ୍ୱେ ରାଜଧାନୀ ଭୁବନେଶ୍ୱରରେ ଗରୀବ, ଅସହାୟ, ବିଧବାଙ୍କ ଗୁହାରୀ ଶୁଣିବାକୁ ମୁଖ୍ୟମନ୍ତ୍ରୀ ଅଭିଯୋଗ ପ୍ରକୋଷ୍ଠ ଖୋଲାଯାଇଛି। ରେଡକ୍ରସରୁ ସହାୟତା ଓ ପେନସନ୍ ଭଳି ଗୁରତର ସମସ୍ୟାର ସମାଧାନ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠକୁ ଦୈନିକ ଶହ ଶହ ଅଭିଯୋଗ ଆସୁଛି । କିନ୍ତୁ ଏହି ଅଭିଯୋଗଗୁଡ଼ିକ ଅନ୍ୟ ଅଧିକାରୀଙ୍କ ଦ୍ୱାରା ସମାଧାନ କରାଯାଉଥିବା ଜଣାପଡ଼ିଛି ।

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ଯେ, ଅଭିଯୋଗ ପ୍ରକୋଷ୍ଠରେ ବର୍ଷକୁ ୫୨ଟି ସପ୍ତାହରେ ନିଦ୍ଧଷ୍ଟ ଗୋଟିଏ ଦିନ ସାଧାରଣଲୋକଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ପାଖରେ ସମୟ ନାହିଁ । ବିଗତ ୧୭ ବର୍ଷର ଶାସନ କାଳରେ ନବୀନ ପଟ୍ଟନାୟକ ମାତ୍ର ୭୬ଥର ଅଭିଯୋଗ ପ୍ରକୋଷ୍ଠକୁ ଯାଇଛନ୍ତି । ସେ ଦୀର୍ଘ  ୯ବର୍ଷ ହେଲା ଅଭିଯୋଗ ପ୍ରକୋଷ୍ଠର ମାଟି ମାଡି ନ ଥିବା ସବୁଠାରୁ ଆଶ୍ଚର୍ଯ୍ୟର ବିଷୟ । ମୁଖ୍ୟମନ୍ତ୍ରୀ ଯଦି ଅଭିଯୋଗ ପ୍ରକୋଷ୍ଠକୁ ଯିବା ପାଇଁ ଅକ୍ଷମ ତା'ହେଲେ, ଏହି ପ୍ରକୋଷ୍ଠକୁ ବନ୍ଦ କରିଦେଲେ ଅଥବା ଅନ୍ୟ କୌଣସି ନାମ କରଣ କଲେ ବି କିଛି ଅସୁବିଧା ହୁଅନ୍ତି ନାହିଁ ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୨୦୦୮ ଅଗଷ୍ଟ ୧୬ରେ ଶେଷ ଥର ପାଇଁ ମୁଖ୍ୟମନ୍ତ୍ରୀ ଅଭିଯୋଗ ପ୍ରକୋଷ୍ଠ ଯାଇଥିଲେ ବୋଲି ବିଧାୟକ ଦିଲୀପ ରାୟଙ୍କ ବିଧାନସଭାରେ ପ୍ରଶ୍ନର ଉତ୍ତରରୁ ଜଣାପଡ଼ିଛି । ବିଧାୟକ ରାୟ ପ୍ରଶ୍ପ କରିଥିଲେ ଯେ, ମୁଖ୍ୟମନ୍ତ୍ରୀଙ୍କ ଅନୁପସ୍ଥିତିରେ କେଉଁମାନେ ସାଧାରଣ ଲୋକଙ୍କ ଗୁହାରି ଶୁଣୁଛନ୍ତି? ଉତ୍ତରରେ ମନ୍ତ୍ରୀ ଯୋଗେନ୍ଦ୍ର ବେହେରା କହିଥିଲେ ଯେ, ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠକୁ ଆସୁଥିବା ଅଭିଯୋଗଗୁଡ଼ିକ ଅଧିକାରୀମାନଙ୍କ ଦ୍ୱାରା ଶୁଣାଣୀ କରାଯାଇଥାଏ । ମୁଖ୍ୟମନ୍ତ୍ରୀଙ୍କ ଅନୁପସ୍ଥିତିରେ କୌଣସି ମନ୍ତ୍ରୀମାନେ ଅଭିଯୋଗର ଶୁଣାଣୀ କରି ନ ଥାନ୍ତି ବୋଲି ମନ୍ତ୍ରୀ ବେହେରା କହିଛନ୍ତି ।

ସରକାରୀ ତଥ୍ୟ ଅନୁଯାୟୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୨୦୦୦ ମସିହା ଅଗଷ୍ଟ ୧୯, ୨୬, ସେପ୍ଟେମ୍ବର ୧୬, ୨୩, ୩୦, ଅକ୍ଟୋବର ୨୧, ୨୮, ନଭେମ୍ବର ୪, ୧୮, ଡିସେମ୍ବର ୨, ୨୩ ଓ ୩୦ ତାରିଖରେ ଅଭିଯୋଗ ପ୍ରକୋଷ୍ଠ ଯାଇଥିଲେ । ୨୦୦୧ ଜାନୁଆରି ୨୦, ଫେବୃଆରି ୨୪, ମାର୍ଚ୍ଚ ୧୭, ଏପ୍ରିଲ ୨୧, ୨୮, ମଇ ୫, ୧୯, ୨୬, ଜୁନ୨, ଜୁଲାଇ ୨୧, ୨୮, ଅଗଷ୍ଟ ୪, ୨୫, ସେପ୍ଟେମ୍ବର ୧୫, ୨୨, ଅକ୍ଟୋବର ୬, ୨୦, ୨୭, ଡିସେମ୍ବର ୧୫ ଓ ୨୨ ତାରିଖରେ ଅଭିଯୋଗ ପ୍ରକୋଷ୍ଠ ଯାଇଥିଲେ ମୁଖ୍ୟମନ୍ତ୍ରୀ । ୨୦୦୨ରେ ମୁଖ୍ୟମନ୍ତ୍ରୀ ନବୀନ ଜାନୁଆରି ୧୯, ଫେବୃଆରି ୨, ମାର୍ଚ୍ଚ ୩୦, ଏପ୍ରିଲ ୬, ୨୭, ମଇ ୪, ଜୁନ ୧, ଜୁଲାଇ ୨୦, ୨୭, ଅଗଷ୍ଟ ୩, ୧୭, ସେପ୍ଟେମ୍ବର ୭, ୨୮ରେ ଲୋକଙ୍କୁ ଦେଖା କରିଥିଲେ । ସେହିଭଳି ୨୦୦୩ ଜାନୁଆରି ୨୫, ଫେବୃଆରି ୧୫, ଏପ୍ରିଲ ୪, ମଇ ୨୪, ୩୧, ଜୁନ ୨୧, ୨୮, ଜୁଲାଇ ୨୬, ଅଗଷ୍ଟ ୨ରେ ଅଭିଯୋଗ ପ୍ରକୋଷ୍ଠ ଯାଇଥିଲେ । ୨୦୦୪ରେ ମୁଖ୍ୟମନ୍ତ୍ରୀ  ଅଭିଯୋଗ ପ୍ରକୋଷ୍ଠକୁ ମାତ୍ର ୨ଥର ଯାଇଥିଲେ । ଅକ୍ଟୋବର ୩୦ ଓ ନଭେମ୍ବର ୨୭ରେ ସେ ଅଭିଯୋଗ ପ୍ରକୋଷ୍ଠକୁ ଯାଇଥିଲେ । ନବୀନ ୨୦୦୫ ୪ଥର, ୨୦୦୬ରେ ଗୋଟିଏ ଥର, ୨୦୦୭ରେ ୩ଥର, ୨୦୦୮ରେ ୧୨ଥର ଜନ ଶୁଣାଣୀ ପାଇଁ ମୁଖ୍ୟମନ୍ତ୍ରୀ ଅଭିଯୋଗ ପ୍ରକୋଷ୍ଠକୁ ଯାଇଛନ୍ତି।

 

 

  • Tags:

Subscribe

National International State Sports Entertainment