ଦକ୍ଷ ପ୍ରଶାସକରୁ ସୁଦକ୍ଷ ଦୁଗ୍ଧବାଲା
Khabar Odisha:Koraput-Dairy-established-by-Ex-collector-of-koraput
ଗଦାଧର ପରିଡାଙ୍କ ବୃତ୍ତି ଚୟନକୁ ଆପଣ ସାବାସୀ ନଦେଇ ରହି ପାରିବେନି । ଆମେ ତାଙ୍କୁ ପୁଣିଥରେ ସଲାମ ଜଣାଉଛୁ । କୋରାପୁଟ ଜିଲ୍ଲାର ଜିଲ୍ଲାପାଳ ଥିବା ବେଳେ ସେ ଯେତିକି ନାଁ କମାଇ ନଥିଲେ ଆଜି ଗୋଶାଳା ଓ ଦୁଗ୍ଧ ଉତ୍ପାଦନ ପାଇଁ ସେ ତା ଠାରୁ ଅଧିକ ଖ୍ୟାତି ସାଉଁଟି ସାରିଲେଣି । ଜିଲ୍ଲାପାଳ ପଦବୀରୁ ଅବସର ନେବା ପରେ ଜିଲ୍ଲାର ସବୁଠୁ ଅବହେଳିତ ଓ ଦୁର୍ଗମ ଦଶମନ୍ତପୁର ବ୍ଲକ୍‌କୁ ଚୟନ କରିଥିଲେ ଗଦାଧର । କୋରାପୁଟ ଜିଲ୍ଲାର ଜଳବାୟୁ ଓ ସୁନ୍ଦର ପରିବେଶ ତାଙ୍କୁ ଗୋପାଳନ ପାଇଁ ପ୍ରଲୁବ୍ଧ କରିଥିଲା । ଡୋଳାମ୍ବ ଠାରେ ୨୦୧୧ ମସିହାରେ କୋରାପୁଟ ଡାଏରୀ ନାମରେ ସେ ଆରମ୍ଭ କଲେ ନିଜର ଅଦ୍ୱିତୀୟ ଦୁଗ୍ଧ ଉତ୍ପାଦନ କେନ୍ଦ୍ର ।
 
ଅଦ୍ୱିତୀୟ ପରିକଳ୍ପନା
 
ଏକକାଳୀନ ୯୦ ହଜାର ଟଙ୍କା ବା ଗୋଟିଏ ଉନ୍ନତ ପ୍ରଜାତିର ହୋଲେଷ୍ଟୋନ ଗାଇ (କୋରାପୁଟ ଡାଏରୀକୁ) ଦେଇ ଆପଣ ମଧ୍ୟ ଜଣେ ଅଂଶୀଦାର ହୋଇପାରିବେ । ତା ପରବର୍ତ୍ତି ମାସରୁ ପାଞ୍ଚ ବର୍ଷ ପର୍ୟ୍ୟନ୍ତ ଆପଣଙ୍କୁ ମାସିକ ୧୮୦୦ ଟଙ୍କା ଲେଖାଏଁ ମିଳିବ । ପାଞ୍ଚବର୍ଷ ଶେଷ ହେଲା ବେଳକୁ ମାସିକ ୧୮୦୦ ଟଙ୍କା ହିସାବରେ ଆପଣ ୧ ଲକ୍ଷ ୮ ହଜାର ଟଙ୍କା ପାଇ ସାରିଥିବେ । ପୁଣି ଆପଣ ପ୍ରଥମରୁ ଦେଇଥିବା ୯୦ ହଜାର ଟଙ୍କା ଫେରି ପାଇପାରିବେ । ଏପରି ଅଂଶୀଦାରମାନଙ୍କ ନେଟ୍‌ଓ୍ୱାର୍କ ଜରିଆରେ କୋରାପୁଟ ଡାଏରୀ ଆଗକୁ ବଢ଼ୁଛି । ଦୈନିକ ୧୦୦୦ ଲିଟର କ୍ଷୀର ଉତ୍ପାଦନ ସହ ବିକ୍ରି ଚର୍ଚ୍ଚା ହୋଇପାରୁଛି ।
 
ସମ୍ପୂର୍ଣ୍ଣ ଖାଣ୍ଟି କ୍ଷୀର ସାଙ୍ଗକୁ ଜୈବିକ ସାର, ଜିଆଖତ ଓ ସବୁଜ ଗୋଖାଦ୍ୟ ଉତ୍ପାଦନ କରି କୋରାପୁଟ ଡାଏରୀ ଜିଲ୍ଲାରେ ଏକ ନୁଆ ସମବାୟ ଭିତ୍ତିକ ଦୁଗ୍ଧ ବ୍ୟବସାୟର ଭିତ୍ତିଭୂମି ସୃଷ୍ଟି କରି ପାରିଛି । 
 
  • Tags:

Subscribe

National International State Sports Entertainment