କଂଗ୍ରେସ ମୁକ୍ତ ଭାରତ: ପଶ୍ଚିମ, ଉତ୍ତର, ମଧ୍ୟ, ଉତ୍ତର-ପୂର୍ବରାଜ୍ୟ ମାନଙ୍କରେ ବିଜେପି ସରକାର, କଂଗେସ ମାତ୍ର ୬ ରାଜ୍ୟରେ ସୀମିତ
Khabar Odisha:Congress-Mukta-Bharat-BJP-Signs-on-Western-Northen-North-East-States
୨୦୧୪ ସାଧାରଣ ନିର୍ବାଚନରେ ବିଜେପିର ଗୋଟିଏ ପ୍ରମୁଖ ସ୍ଲୋଗାନ ଥିଲା କଂଗ୍ରେସ ମୁକ୍ତ ଭାରତ । ଏବେ ସଦ୍ୟ ସମାପ୍ତ ହୋଇଥିବା ୫ଟି ରାଜ୍ୟର ବିଧାନସଭା ନିର୍ବାଚନ ଫଳାଫଳ ପରେ ଯାହା ଚିତ୍ର ଆସିଛି ସେଥିରେ ସାରା ଭାରତରେ ଥିବା ସମସ୍ତ ବଡ ରାଜ୍ୟ ମଧ୍ୟରୁ ଅଳ୍ପ କେତୋଟିକୁ ଛାଡିଦେଲେ ବାକି ସବୁ ରାଜ୍ୟରେ ବିଜେପି ଶାସନରେ ସରକାର ଚାଲିଛି । ଉଲ୍ଲେଖ୍ୟନୀୟ କଥା ହେଲା ଦେଶର ଜନସଂଖ୍ୟା ଦୃଷ୍ଟିରୁ ବଡ ୧୦ଟି ରାଜ୍ୟ ମଧ୍ୟରୁ କେବଳ ଗୋଟିଏ, କର୍ଣାଟକରେ କଂଗ୍ରେସ ସରକାର ଥିବାବେଳେ ବିଜେପି ହାତରେ ଅଛି ୬ଟି ରାଜ୍ୟ । ଲୋକସଂଖ୍ୟା ଦୃଷ୍ଟିରୁ ଏକ ନମ୍ବର ରାଜ୍ୟ ଉତ୍ତର ପ୍ରଦେଶରେ ବିଜେପିର ସରକାର ହେବାକୁ ଯାଉଥିବା ବେଳେ ଦୁଇ ନମ୍ବର ରାଜ୍ୟ ମହାରାଷ୍ଟ୍ର ରେ ବିଜେପିର ସରକାର ଅଛି । ଏଠାରେ କହିବା ଜରୁରୀ କି କେବଳ ୟୁପି ଓ ମହାରାଷ୍ଟ୍ରର ଲୋକସଂଖ୍ୟା ଭାରତର ମୋଟ ଲୋକସଂଖ୍ୟାର ୨୫% । ସେହିପରି ସମୁଦାୟ ବଡ ରାଜ୍ୟ ୧୦ଟିରୁ ତିନୋଟି ରାଜ୍ୟରେ ଅଣ ବିଜେପି ଓ ଅଣ କଂଗ୍ରେସର ସରକାର ଅଛି । 

ସମୁଦାୟ ୩୦ ରାଜ୍ୟ ମଧ୍ୟରୁ ବିଜେପି ଓ ବିଜେପି ମେଣ୍ଟର ର ୧୬ଟି ରାଜ୍ୟରେ ସରକାର ଥିବା ବେଳେ କଂଗ୍ରେସ ଓ କଂଗ୍ରେସ ମେଣ୍ଟ ର ୭ଟିରେ, ବାମ ଦଳମାନଙ୍କର ୨ଟିରେ ଓ ଅନ୍ୟାନ୍ୟ ଦଳର ୪ ଟି ରାଜ୍ୟରେ ସରକାର ଅଛି  । 
 
ବିଜେପି ଏକାକୀ ୧୦ଟି ରାଜ୍ୟରେ କ୍ଷମତାରେ ଅଛି  । ସେଥିରୁ ଦେଶର ବଡ ରାଜ୍ୟ ଭିତରେ ୟୁପି, ମହାରାଷ୍ଟ୍ର, ମଧ୍ୟପ୍ରଦେଶ, ଗୁଜୁରାଟ, ରାଜସ୍ଥାନ, ହରିୟାନା ଅର୍ନ୍ତଭୁକ୍ତ  । ଅନ୍ୟ ରାଜ୍ୟ ଗୁଡିକ ଯେଉଁଠି ବିଜେପି ନିଜେ ଏକାକୀ ସରକାର ଗଢିପାରିଛି ସେଗୁଡିକ ହେଲା ଉତ୍ତରାଖଣ୍ଡ, ଛତିଶଗଡ ଓ ଅ।ସାମ, ଝାରଖଣ୍ଡ । ଅନ୍ୟ ୬ଟି ରାଜ୍ୟ ଯେଉଁଠି ବିଜେପିର ମେଣ୍ଟ ସରକାର କ୍ଷମତାରେ ଅଛି ସେଗୁଡିକ ହେଲା ଜାମ୍ମୁ-କାଶ୍ମୀର, ଅ।ନ୍ଧ୍ରପ୍ରଦେଶ, ଗୋଅ।, ମଣିପୁର, ନାଗାଲାଣ୍ଡ । ସେଥିରୁ ଗୋଅ।, ମଣିପୁରରେ ଭାରତୀୟ ଜନତା ପାର୍ଟି ବଡ ଦଳ ଥିବା ବେଳେ ଅନ୍ୟରାଜ୍ୟରେ ଅ।ଚଂଳିକ ଦଳସହ ମେଣ୍ଟରେ ଅଛି । 

ଯଦିଓ କଂଗ୍ରେସର ସମୁଦାୟ ରାଜ୍ୟ ସଂଖ୍ୟା ୭, ସେଥିରୁ ବିହାରରେ କଂଗ୍ରେସ ମେଣ୍ଟ ସରକାରରେ ଛୋଟିଏ ଦଳ ଭାବରେ ଅଛି  । ଅନ୍ୟ ଦୁଇ ରାଜ୍ୟ କର୍ଣାଟକ ଓ ପଂଜାବ ହେଉଛନ୍ତି ଲୋକସଂଖ୍ୟା ଦୃଷ୍ଟିରୁ ଟିକିଏ ଅ।ଗରେ  । ବାକି ୪ଟି ରାଜ୍ୟ, ହିମାଚଳ ପ୍ରଦେଶ, ଅରୁଣା ଚଳ ପ୍ରଦେଶ, ମିଯୋରାମ ଓ ମେଘାଳୟ, ହେଉଛି ଅତି କମ  ଲୋକସଂଖ୍ୟା ବିଶିଷ୍ଟ ରାଜ୍ୟ ଯାହାର ଲୋକସଂଖ୍ୟା ଦେଶର ମୋଟ ଜନସଂଖ୍ୟା ୧% ରୁ କମ । 

ଲୋକସଂଖ୍ୟାରେ ଉପରେ ଥିବା୧୦ଟି ବଡ ରାଜ୍ୟ ମଧ୍ୟରୁ ୟୁପି ଓ ମହାରାଷ୍ଟ୍ରକୁ ଛାଡିଦେଲେ ରାଜସ୍ଥାନ, ମଧ୍ୟପ୍ରଦେଶ, ଗୁଜୁରାଟରେ ବିଜେପିର ସରକାର ଥିବାବେଳେ ଆନ୍ଧ୍ରପ୍ରଦେଶରେ ବିଜେପି ସମର୍ଥିତ ସରକାର ଅଛି । ସେହିପରି ଅନ୍ୟ ବଡ ରାଜ୍ୟ ତାଲିକାରେ ଥିବା ବିହାରରେ ଜେଡିୟୁ-ଆରଜେଡି,  ପଶ୍ଚିମବଙ୍ଗରେ ତୃଣମୁଳ କଂଗ୍ରେସ, ତାମିଲନାଡୁରେ ଏଆଡିମକେର ସରକାର ଅଛି  ।

ଦେଶର ମୋଟ ଲୋକସଂଖ୍ୟାର ୪%ରୁ କମ ୦.୫% ରୁ ଅଧିକ ଜନସଂଖ୍ୟା ଥିବା ବର୍ଗରେ ଥିବା ମୋଟ ୧୧ ରାଜ୍ୟ ମଧ୍ୟରୁ ବିଜେପିର ୬ଟି ରାଜ୍ୟରେ ସରକାର ଅଛି । ସେଗୁଡିକ ହେଲା ଝାରଖଣ୍ଡ, ଆସାମ, ଛତିଶଗଡ, ହରିୟାନା, ଜାମ୍ମୁ କାଶ୍ମିର, ଉତ୍ତରାଖଣ୍ଡ । ସେହିପରି କଂଗ୍ରେସ ଅଧୀନରେ ପଂଜାବ ଓ ହିମାଚଳ ପ୍ରଦେଶ ରହୁଛି । ଅନ୍ୟ ପକ୍ଷରେ ବାମ ଦଳ ହାତରେ କେରଳ ରାଜ୍ୟ ରହୁଥିବା ବେଳେ ଓଡିଶାରେ ବିଜୁ ଜନତା ଦଳ, ତେଲେଙ୍ଗାନାରେ ତେଲେଙ୍ଗାନା ରଷ୍ଟ୍ରୀୟ ସମିତିର ସରକାର ଅଛି  । ତିନୋଟି ରାଜ୍ୟ ଯଥା ଓଡିଶା, ପଶ୍ଚିମ ବଙ୍ଗ, ଓ ତାମିଲନାଡୁରେ ଅ।ଚଂଳିକ ଦଳ ମାନେ ଏକାକୀ ସରକାର ଗଢିପାରିଛନ୍ତି । 

- ଅନିଲ ବିଶ୍ୱାଳ 
  • Tags:

Subscribe

National International State Sports Entertainment