ଗଡ଼ୁଛି ନିରୀହ ଯବାନଙ୍କ ପ୍ରାଣ, ମାଓ ବର୍ବରତାର ଅନ୍ତ କେବେ..?
Khabar Odisha:When-should-be-the-end-of-the-Mao-cruelty-
ଆମ ଦେଶ ପ୍ରତିରକ୍ଷା କ୍ଷେତ୍ରରେ ବିଶ୍ୱର ପଂଚମ ସ୍ଥାନରେ ରହିଥିବା ବେଳେ ପ୍ରତିରକ୍ଷା ବଜେଟ୍‌ କ୍ଷେତ୍ରରେ ମଧ୍ୟ ବିଶ୍ୱର ପଂଚମ ସ୍ଥାନ ଅଧିକାର କରିଛି। ମାତ୍ର ଦେଶରେ ବାସ୍ତବ ଚିତ୍ର କିଛି ଅଲଗା। ଆତଙ୍କବାଦୀ ତ ଦୂରରେ ଥାଉ ମାଓବାଦୀଙ୍କୁ ଦମନ କରିବାରେ ଆମେ ଅସଫଳ। ଆମ ସମସ୍ତଙ୍କ ପାଇଁ ଏହାଠୁ ବଳି ନିନ୍ଦନୀୟ ଘଟଣା ଆଉ କଣ ବା ହୋଇପାରେ। ସରକାର ପରେ ସରକାର ଦେଶର ଶାସନ ଗାଦିକୁ ଅଳଙ୍କୃତ କରନ୍ତି, ମାଓଦମନ ପାଇଁ ଅନେକ ରଣନୀତି ବନାନ୍ତି କିନ୍ତୁ ତାହା କେତେ ସଫଳ ଏବେ ସାଧାରଣରେ ପ୍ରଶ୍ନ।
 
ତେବେ ଉପରଲିକ୍ଷିତ ବାକ୍ୟ ଆମେ କହୁନାହୁଁ ବରଂ ସରକାରଙ୍କର ଏକ ରିପୋର୍ଟ ବୟାନ କରୁଛି। ୨୦୦୫ ରୁ ବର୍ତ୍ତମାନ ପର୍ଯ୍ୟନ୍ତ ପ୍ରାୟ ୨୦୦୦ ଯବାନ୍ ମାଓ ହିଂସାର ଶିକାର ହୋଇଛନ୍ତି । କିନ୍ତୁ ଏଥିପାଇଁ ସରକାରଙ୍କର ଗମ୍ଭିରତା କିପରି ତାହା ନିକଟରେ ଛତିଶଗଡ ଜିଲ୍ଲାର ସୁକମା ଅଂଚଳରେ ପ୍ରାଣ ହରାଇଥିବା ୨୭ ଜଣ ଯବାନଙ୍କ ବଳିଦାନ କହୁଛି। ଏକ ହିସାବ ଅନୁଯାୟୀ ଗତ ୨୦ ବର୍ଷ ମଧ୍ୟରେ ମାଓବାଦୀମାନଙ୍କ ହିଂସାରେ ପ୍ରାୟ ୧୫ ହଜାର ଲୋକଙ୍କ ମୃତ୍ୟୁ ଘଟିଛି ଯେଉଁଥିରେ ରହିଛିନ୍ତି ୩୦୦୦ ରୁ ଉର୍ଦ୍ଧ୍ୱ ସୁରକ୍ଷା କର୍ମୀ। 
 
ଆଜିକୁ ପ୍ରାୟ ୫୦ ବର୍ଷ ତଳେ ଏପ୍ରିଲ ୧୯୬୭ରେ ମାଓବାଦୀ ମାନେ ପଶ୍ଚିମବଙ୍ଗରୁ ନିରୀହ ଜନସାଧାରଣଙ୍କ ସୁରକ୍ଷା ପାଇଁ ଦେଶ ବିରୁଦ୍ଧରେ ଗୋଟିଏ ସ୍ୱର ଉତୋଳନ କରିବା ଆରମ୍ଭ କରିଥିଲେ । ଧିରେ ଧିରେ ଏହି ଲଢେଇ ଦେଶର ଅନ୍ୟ ରାଜ୍ୟକୁ ବ୍ୟାପିବାକୁ ଲାଗିଲା । ବର୍ତମାନ ଆମ ଦେଶର ଓଡିଶା, ଛତିଶଗଡ, ଝାଡଖଣ୍ଡ, ବିହାର, ଆନ୍ଦ୍ରପ୍ରଦେଶ, ମଧ୍ୟପ୍ରଦେଶ, ମହାରାଷ୍ଟ୍ର, ପଶ୍ଚିମବଙ୍ଗ, କର୍ଣ୍ଣାଟକ ଭଳି ପ୍ରାୟ ୯ ଟି ରାଜ୍ୟରେ ମାଓବାଦୀ ମାନେ ସେମାନଙ୍କର ତାଣ୍ଡବ ଲିଳା ଚଳାଇଛନ୍ତି। ଆମ ଦେଶର ପ୍ରାୟ ୬୦ ଜିଲ୍ଲା ମାଓବାଦୀ ମାନଙ୍କ ଦ୍ୱାରା ପ୍ରଭାବିତ। ସେମାନଙ୍କ ଭିତରେ ଓଡିଶା-୫, ଝାଡଖଣ୍ଡ-୧୪, ବିହାର-୫, ଆନ୍ଦ୍ରପ୍ରଦେଶ-୧୦, ମଧ୍ୟପ୍ରଦେଶ-୮,  ମହାରାଷ୍ଟ୍ର-୨ ଏହିପରି ପଶ୍ଚିମ ବଙ୍ଗ ଓ ଛତିଶଗଡର ଅନେକ ଯାଗାରେ ମାଓବାଦୀମାନେ ସେମାନଙ୍କର ଆଧିପତ୍ୟ ଜାହିର କରିଛନ୍ତି। 
 
ସମୟ ବଦଳିବା ସହିତ ମାଓବାଦୀ ମାନେ ବି ସେମାନଙ୍କର ରଣକୌଶଳ ବଦଳାଇଛନ୍ତି, ବନ୍ଧୁକ ଛଡା ସେମାନେ ଏବେ ରକେଟ୍ ଲଂଚର ଓ ସ୍ୱତନ୍ତ୍ର ଭାବେ ପ୍ରସ୍ତୁତ କରାଯାଇଥିବା ତୀର ବମ୍ ହେଉ ଅବା ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ଯବାନ ମାନଙ୍କ ବିରୁଦ୍ଧରେ ପ୍ରୟୋଗ କରିବା ଆରମ୍ଭ କଲେଣି। କିନ୍ତୁ ସିଆରପିଏଫ୍ ଯବାନ ମାନଙ୍କୁ କେବଳ ହାତରେ ଗୋଟେ ବନ୍ଧୁକ ଧରାଇ ସେମାନଙ୍କୁ ସମ୍ନା କରିବାକୁ ସରକାର ଛାଡିଦେଇଛନ୍ତି।  ଛତିଶଗଡ, ଓଡିଶା, ଝାଡଖଣ୍ଡ ଭଳି ରାଜ୍ୟରେ କେବଳ ସିଆରପିଏଫ୍ ଯବାନଙ୍କୁ ମାଓବାଦୀ ବିରୁଦ୍ଧରେ ଲଢିବା ପାଇଁ ଛାଡି ଦେଇ ସରକାର ନିଜ କର୍ତବ୍ୟରୁ ଓହରିଯାଉଛନ୍ତି । ଯେଉଁ ଯବାନଙ୍କୁ ଏଠାକାର ଘନ ଜଙ୍ଗଲ ବିଷୟରେ କିଛି ଜଣା ନାହିଁ ସେମାନଙ୍କୁ ସ୍ଥାନୀୟ ପୋଲିସ ଦ୍ୱାରା କୌଣସି ସାହାର୍ଯ୍ୟ ବି ମିଳୁନି ଏମିତି ପରିସ୍ଥିରେ ସେମାନେ ମାଓବାଦୀଙ୍କ ବିରୁଦ୍ଧରେ ଲଢ଼ିବେ ବା କିପରି। ଆନ୍ଧ୍ରପ୍ରଦେଶ ଓ ପଂଜାବ ଭଳି ରାଜ୍ୟର ଲୋକମାନେ ଏବଂ ସ୍ଥାନୀୟ ପୋଲିସ ଯବାନ ମାନଙ୍କୁ ସାହାର୍ଯ୍ୟର ହାତ ବଢାଇଥିବାରୁ ସେଠାରେ ମାଓବାଦୀ ମାନଙ୍କର ପାଦୃଭାବ କମିବାରେ ଲାଗିଛି।
 
ମାଓବାଦୀ ମାନଙ୍କର ଅତ୍ୟାଚାରରେ ଅତିଷ୍ଠ ହୋଇ ଛତିଶଗଡରେ ସଲୱା ଜୁଡୁମ୍ ଓ ବିହାରରେ 'ରଣବିର୍ ସେନା' ନାମରେ ଦୁଇ ସେନା ଗଠନ ହୋଇଥିଲା । କଂଗ୍ରେସ ନେତା ମେହନ୍ଦ୍ର କର୍ମା ୨୦୦୬ରେ ସଲୱା ଜୁଡୁମ୍ନାମରେ ଏକ ସଂଗଠନ ସୃଷ୍ଟି କରିଥିଲେ । ଯାହାର ମୂଳ ଲକ୍ଷ୍ୟ ଥିଲା ଘନ ଜଙ୍ଗଲରେ ରହୁଥିବା ଆଦିବାସୀ ମାନଙ୍କୁ ପ୍ରଶିକ୍ଷଣ ଦେଇ ମାଓ ଦମନ କରିବା । ହେଲେ ଆମ ଦେଶର କିଛି ମହାନ ବ୍ୟକ୍ତି ବିଶେଷ ଓ ପାଣ୍ଡିତ୍ୟ ପରାୟଣ ବ୍ୟାକ୍ତି ଏହାକୁ ମାନବିକ ଅଧିକାର ଉଲଘଂନ ଦର୍ଶାଇ ସର୍ବୋଚ୍ଚ ନ୍ୟାୟାଳୟ ରେ କେଶ୍ କରନ୍ତି । ଏହା ପରେ ସର୍ବୋଚ୍ଚ ନ୍ୟାୟାଳୟ ଏହି ସଂସ୍ଥାକୁ ୫ ଜୁଲାଇ ୨୦୧୧ରେ ଅବୈଧ ଘୋଷଣା କଲେ। ଠିକ୍ ଏହାର ପରବର୍ତି ସମୟରେ ୨୫ ମଇ ୨୦୧୩ ମସିହାରେ ମହେନ୍ଦ୍ର କର୍ମାଙ୍କୁ ମାଓବାଦୀ ମାନେ ଦରଭାଠାରେ ଅତି ନିର୍ମମ ଭାବେ ଗୁଳି କରି ହତ୍ୟା କରନ୍ତି। 
 
ଦୁଇବର୍ଷ ବର୍ଷ ପୂର୍ବେ ତତ୍କାଳୀନ ଗୃହ ସଚିବ ଏଲ୍.ସି ଗୋଏଲ୍ ମାଓ ଉପଦ୍ରବ ଅଂଚଳରେ ସେନାର ଛାଉଣୀ କରିବାକୁ ପରାମର୍ଶ ଦେଇଥିଲେ ହେଲେ ତାହା ଉପରେ ସରକାର ଧ୍ୟାନ ଦେଲେନାହିଁ । ଏନଡିଏ ସରକାରଙ୍କ ଅମଳରେ ଦୁର୍ଗମ ଓ ଅନୁନ୍ନତ ଅଂଚଳରେ ବିକାଶ ଘଟାଯାଇ ସ୍ଥାନୀୟ ଲୋକମାନଙ୍କୁ ବିକାଶର ମୁଖ୍ୟ ଧାରାରେ ସାମିଲ କରାଯିବାକୁ ପ୍ରୟାସ କରାଯାଇଥିଲା ତାହା କେତେଦୂର ସଫଳ ହୋଇଛି ତାହା ଆଜିର ଦିନରେ ବିଚାର ସାପେକ୍ଷ ।
 
ତେବେ ଆଜିର ପରିସ୍ଥିତି କୁ ଦେଖିଲେ ଏହା ହିଁ ଜଣା ଯାଉଛି ମାଓ ଅଧ୍ୟୁଷିତ ଅଂଚଳରେ ବିକାଶ ଯୋଜନା କାର୍ଯ୍ୟକାରୀ କରାଇବା ନିହାତି କାଠିକର ପାଠ । ମାଓବାଦୀମାନେ ଯେ ବିକାଶର ପରିପନ୍ଥି ତାହା ମଧ୍ୟ ଅସ୍ୱୀକାର୍ଯ୍ୟ । ଅନ୍ୟଥା ସେମାନେ ଆଲୋଚନା ଓ ଆତ୍ମ ସମର୍ପଣ ଧାରାକୁ ଅସ୍ୱୀକାର କରି ବନ୍ଧୁକ ସଂସ୍କୃତିରେ ବିଶ୍ୱସ ରଖନ୍ତେ ନାହିଁ। ଯେଉଁ ମାଓବାଦୀ ମାନେ ଦିନେ ବଣ ଜଙ୍ଗଲ ଘେରା ଆଦିବାସୀ ପ୍ରବଣ ଅଂଚଳରେ ବିକାଶ ପାଇଁ ବନ୍ଧୁକ ଧରିଥିଲେ ସେମାନଙ୍କର ପ୍ରକୃତ ଉଦ୍ଦେଶ୍ୟ ଆଜି ଭଳି ଦିନରେ ହୁଏତ ଆଉ କାହାକୁ ଅଛପା ନାହିଁ । ଏମାନେ କାହା ଇଙ୍ଗିତରେ କାମ କରୁଛନ୍ତି ତାହା ସମସ୍ତଙ୍କୁ ଜଣା । ସୁକମା ମାଓ ବର୍ବରତା ପରେ ଦେଶର ଅନେକ ଜ୍ଞାନୀ ଗୁଣି ଓ ବିଶେଷଜ୍ଞ ମାନେ ପରାମର୍ଶ ଦେଉଛନ୍ତି ଯେ ସେନାକୁ ମାଓ ଦମନ କାର୍ଯ୍ୟରେ ନିୟୋଜନ କରାଯାଉ । ତେବେ ସେନା ଯଦି ଏହି କାର୍ଯ୍ୟଭାର ସମ୍ଭାଳେ ତାହା ହେଲେ ପ୍ରାୟତଃ ସମ୍ପୂର୍ଣ୍ଣ ଭାବେ ମାଉ ଦମନ ହୋଇଯାଇପାରିବ। ମାତ୍ର ଯେଉଁ ଦୁଷ୍ଟ ରାଷ୍ଟ୍ର ମାନେ ସେନାର ଧ୍ୟାନ ଭଙ୍ଗ କରିବା ପାଇଁ ଏମାନଙ୍କୁ ସାହାର୍ଯ୍ୟ କରୁଛନ୍ତି, ସେମାନଙ୍କୁ ଆମ ଦେଶରେ ପଶିବା ପାଇଁ କେଉଁଠି ନା କେଉଁଠି ଗୋଟିଏ ବଡ ସୁଯୋଗ ମିଳିଯିବ । 
 
  • Tags:

Subscribe

National International State Sports Entertainment