ସ୍ୱପ୍ନ ଟି କଣ ?
Khabar Odisha:What-Is-The-Dream-Of-Biju-Patnaik

 

ଆସନ୍ତା ୨୦୧୭ ମେ କୁ ନବୀନ ସରକାରକୁ ପୁରିବ ୧୭ ବର୍ଷ ୧୮ ବର୍ଷ ରେ ପର୍ଦାପର୍ଣ କରିବାକୁ ଯାଉଥିବା ବିଜୁ ଙ୍କ ନାମ ରେ ନାମିତ  ବିଜୁ ଜନତା ଦଳ  ଅହରହ ଜିତି ଚାଲିଛି ଗୋଟେ ପରେ ଗୋଟେ ସାଧାରଣ ନିର୍ବାଚନ ହୁଏତ ଗତ ପଂଚାୟତ ନିର୍ବାଚନ ର ଫଳାଫଳ ଦଳ କୁ ଝଟକା ଦେଇଥାଇ ପାରେ |
ବିଜୁ ଜନତା ଦଳ  ଓଡିଶା ବାସୀ ଙ୍କ ପାଖେ କେବଳ "ବିଜୁ ବାବୁଙ୍କ ସ୍ବପ୍ନ " କୁ ପୂରଣ କରିବା ପାଇଁ ମତଦାନ କରିବା ପାଇଁ ଭୋଟ ଭିକ୍ଷା କରନ୍ତି କିନ୍ତୁ ବାସ୍ତବରେ ବିଜୁବାବୁ ଙ୍କ ସ୍ବପ୍ନ ଟି କଣ ତାହା ଓଡିଶା ଜନସାଧାରଣ ଙ୍କ ମଧ୍ୟ ରେ ଏବେ ବି ପ୍ରଶ୍ନବାଚୀ |

 
ଥର ଥର ପ୍ରତିଥର ସେଇ ଗୋଟିଏ କଥା ଆମେ ଶୁଣୁଛୁ  ବିଜେଡି ର କର୍ମୀଙ୍କ ଠାରୁ ଆରମ୍ଭ କରି ସେନାପତି  ନବୀନ ଙ୍କ ପର୍ଯ୍ୟନ୍ତ    ସେଇ ଗୋଟିଏ କଥା  ବିଜୁ ବାବୁ ଙ୍କ ଅଧୁରା ସ୍ୱପ୍ନ କୁ ସାକାର  କରାଯିବ ହେଲେ ସେ
 
ସ୍ୱପ୍ନ ଟି କଣ ? 
 
 
କଂଗ୍ରେସ ସରକାର ର ବିଫଳତା ତଥା ଜନତା ଜନାର୍ଦନ ପରିବର୍ତନ ର ସ୍ୱପ୍ନ ନବୀନ ଙ୍କୁ ଟାଣି ଆଣିଥିଲା ଓଡିଶା ରାଜ ଭାର ସମ୍ଭାଳି ବାକୁ ..ବିଜେପି ର ହାତ ଧରି ନିର୍ବାଚନ ବୈତରଣୀ ପାର ହେଇଥିଲେ ଆଉ ରାଜ୍ୟ ବାସୀ ନିରାଶ କରିନଥିଲେ ନବୀନ ଆଉ ମେଣ୍ଟ କୁ |
 
 
୨୦୦୦ ରୁ ୨୦୦୪ ରୁ ୨୦୦୯ ରୁ ୨୦୧୪ ରୁ ୨୦୧୭ ,  ୧୭  ବର୍ଷ ଲାଗିକି ବି ସେ ସ୍ୱପ୍ନ ପୂରଣ ହେଉନି, ବିଜୁ ବାବୁଙ୍କୁ ଓଡିଶା ବାସୀ ଏମିତି ବିନା ଅର୍ଥ ରେ , ଜନ ନେତା ତଥା ପ୍ରବାଦ ପୁରୁଷ କହୁନଥିଲେ ବିଜୁ ବାବୁ ଙ୍କ ମନ ରେ ଥିଲା ଅସୀମ ସାହସ କିଛି କରିବାର ଜିଂଜ୍ଞାସା ଆଉ ଜିଦ, ସେଥିପାଇଁ ତ ବାପା ଗୁଣେ ପୁଅ ପରିପ୍ରେକ୍ଷୀ ରେ ନବୀନ ନେଇଥିଲେ ଶାସନ ର ଭାର ବାପା ଛାଡି ଯାଇଥିବା ଅଧା ଗଢା ଓଡିଶା କୁ ପୂରା କରିବା ପାଇଁ  |
 

ଯେହେତୁ ବିଜୁ ବାବୁ ଙ୍କ ସ୍ୱପ୍ନ ପୁରା କରିବାର ପ୍ରତିଶୁତି ନବୀନ ବାରମ୍ବାର ଦିଅନ୍ତି ଏବଂ ତାଙ୍କ ଦଳ ର ବଡ ପଣ୍ଡା ମାନେ ଚାରି ଆଡେ କହିବୁଲନ୍ତି ସତୁରଂ ଓଡ଼ିଶାର ଜନସାଧାରଣ ଙ୍କ ମନରେ ସେ ସ୍ୱପ୍ନ କୁ ନେଇ ଉତ୍କଣ୍ଠା ଜାତ ହୂଏ |
 
 
ପ୍ରକୃତ  ରେ ବିଜୁ ବାବୁ କଣ ସ୍ୱପ୍ନ ଦେଖିଥିବେ ?
 
 
ଏମିତି ଏକ ସ୍ୱପ୍ନ ଦେଖିନଥିବେ ତାହା ପୂରଣ କରିବା କଷ୍ଟ ହେଇଥିବ ତଥାପି ଯଦିଓ ଓଡିଶା ର ଜନନାୟକ ସେ ସ୍ୱପ୍ନ ଦେଖିଛନ୍ତି ଆଉ ନବୀନ ବାବୁ ସେ ସ୍ୱପ୍ନ କୁ ପୂରଣ କରିବା ପାଇଁ ଦୀର୍ଘ,  ୧୭  ବର୍ଷ ଧରି କସରତ କରି ଚାଲିଛନ୍ତି ସେ ସ୍ୱପ୍ନ ସବୁ ଓଡିଶା କୁ ସୁନ୍ଦର ଏବଂ ସରସ କରିବା ପାଇଁ ହେଇଥିବ ଏଥିରେ କୌଣସି ଦ୍ଵିମତ ନାହିଁ | କିନ୍ତୁ ସାଧାରଣ ରେ ତ ବିଜୁ ବାବୁ ଙ୍କ ସ୍ୱପ୍ନ ସବୁ ଓଡିଶା ର ସର୍ବାଙ୍ଗୀନ ଉର୍ନତି ଥିଲା ଏଇ ଯେମିତି ନାରୀ ସଶକ୍ତି କରଣ , ଗରିବୀ ନିବାରଣ ,ଶିକ୍ଷା ,ଶିଳ୍ପ , ସ୍ୱାସ୍ଥ୍ୟ ସବୁ କ୍ଷେତ୍ର ରେ ଉର୍ନତି ର ଝଲକ ଥିବା ସୁନାର ଓଡିଶା ହିଁ ବିଜୁ ବାବୁ ଙ୍କ ସ୍ୱପ୍ନ ରେ ଥିବ ବୋଲି ଜଣେ ସାଧାରଣ ଓଡ଼ିଆ ଏହା ହିଁ ଚିନ୍ତା କରିବ,ଏବଂ ଏଇ ସବୁ ସ୍ୱପ୍ନ ତ ପ୍ରାଥମିକ ଆବଶ୍ୟକ ତଥା ଜଣେ ନେତା ଜନତା କୁ ଏହି ପ୍ରତିଶୁତି ହିଁ ଦେଇଥାଏ କିନ୍ତୁ ବିଜୁ ବାବୁ ଆଉ କଣ ସ୍ୱପ୍ନ ଦେଖିଥିବେ ତାହା ବିଜୁ ବାବୁ ଙ୍କ ଅତ୍ୟନ୍ତ ଅନୁଗତ ମାନେ କହିପାରିବେ |
 
 
କେବେ ବି ଯଦି କେହି ମୁଖ୍ୟମନ୍ତ୍ରୀ ତଥା ତାଙ୍କ ଦଳ ର ବଡ ପଣ୍ଡା ତଥା ଅନୁଗତ ମାନଙ୍କୁ ପ୍ରଶ୍ନ କରେ ସେ ସ୍ୱପ୍ନ ସବୁ କଣ ଯାହା ବିଜୁ ବାବୁ ଦେଖିଥିଲେ ନିଶ୍ଚିତ ଭାବେ ଉପର ପ୍ରଦତ୍ତ ସ୍ୱପ୍ନ ମାନ କୁ ପ୍ରକାଶ କରିବେ |
 
 
ପାଠକ ବନ୍ଧୁ ୧୭  ବର୍ଷ ବିତି ଯାଇଛି ନା ସେ ସ୍ୱପ୍ନ କଣ ଓଡିଶା ବାସୀ ଜାଣିଛନ୍ତି ନା ନବୀନ ବାବୁ କହୁଛନ୍ତି କିନ୍ତୁ ଜନତା ର ପ୍ରାଥମିକ ଆବଶ୍ୟକତା ,ଅଧିକାର ଯେମିତିକି ଶିକ୍ଷା, ସ୍ୱାସ୍ଥ୍ୟ , କୃଷି ,ନାରୀ ସଶକ୍ତି କରଣ , ଗରିବୀ ନିବାରଣ, ନିଯୁକ୍ତି ଭଳି ପ୍ରମୁଖ ସମସ୍ୟା ଏକ ସରକାର ପାଇଁ ପରୀକ୍ଷା ଭାବେ ଉଭା ହେଇଥାଏ ଏବଂ ଏହାକୁ ଦୂର କରିବ ପାଇଁ ସରକାର ଲାଗିପଡନ୍ତି ଯେଉଁଥି ପାଇଁ ଏକ ଗଣତନ୍ତ୍ର ରେ ଜନତା ଜନାର୍ଦନ ଏକ ସରକାର କୁ ନିର୍ବାଚିତ କରନ୍ତି ,ଏଇ ସବୁ ପ୍ରମୁଖ ସମସ୍ୟା ହିଁ ବିଜୁ ବାବୁଙ୍କ ସ୍ୱପ୍ନ ବୋଲି ଆମେ କହୁଚୁ କିନ୍ତୁ ନବୀନ କଣ ଏଇ ସବୁ ସ୍ୱପ୍ନ ପୁରା କରିବାକୁ ,  ୧୭  ବର୍ଷ ନେଇଗଲେ ଥରେ ନୁହେଁ ଦୁଇଥର ନୁହେଁ ଚାରି ଚାରି ଥର ରେ ,  ୧୭  ବର୍ଷ ରାଜୁତି କରି ମଧ୍ୟ ନବୀନ ସ୍ୱପ୍ନ ସ୍ୱପ୍ନ କହି ସମୟ ଗଡେଇ ଚାଲିଛନ୍ତି |
 
 
 
 ଧରି ନିଅନ୍ତୁ  ସ୍ୱପ୍ନ ପୂରଣ ହେଇଚି ଯେମିତି ଭାତ ଡାଲମା ଦେଇ ଗରିବ ମାନଙ୍କୁ ଭୋକ କୁ ନବୀନ ବାବୁ ମେଣ୍ଟାଉଛନ୍ତି  କିନ୍ତୁ ସେ ରାଜ୍ୟ ରେ ଏମିତି କେମିତି ବ୍ୟବସ୍ଥା ?ଜଣେ ୫ ଟଙ୍କା ରେ ଭାତ ଡାଲମା ବ୍ୟଞ୍ଜନ କରୁଥିବା ବେଳେ ରାୟଗଡା ରେ ଆଉ ଜଣେ ଆମ୍ବ ଟାକୁଆ ଖାଇ ନିଜ ପେଟ ର ଭୋକ ମେଣ୍ଟାଉଚି ? 
ଧରି ନିଅନ୍ତୁ  ସ୍ୱପ୍ନ ପୂରଣ ହେଉଛି ନାରୀ ସଶକ୍ତିକରଣ ର ନାରୀ ମାନଙ୍କ ସୁରକ୍ଷା ଦିଗରେ ଏ ସରକାର ସଦା ସର୍ତକ !ନାରୀ ସୁରକ୍ଷା ଦିଗରେ ସରକାର ଯାହା କରିଛନ୍ତି ତାର ଜ୍ୱଳନ୍ତ ଉଦାହରଣ ଇତିଶ୍ରୀ ଆଉ ବେବିନା |ନ୍ୟାୟ ପାଇଁ ସେମାନଙ୍କ ଆତ୍ମା ଆଜି ପର୍ଯ୍ୟନ୍ତ ଶାନ୍ତି ପାଇନି |
 
 
ଚାଷୀ  ଓ ଚଷା କୁଳ କୁ ଏ ସରକାର ଦେଇଛି କଣ ଚାଷୀ ଉତ୍ପାଦନ କୁ ଦେଖେଇ କୃଷି କର୍ମଣ ମେଡାଲ ଜିତି ଛାତି ଫୁଲେଇ ବଡ଼ ଦର୍ପରେ ନିଜକୁ ସାବାସୀ ଦେଉଥିବା ସରକାର କୃଷି ଜାତ ଦ୍ରବ୍ୟ ର ସୁରକ୍ଷା ପାଇଁ ଶୀତଳ ଭଣ୍ଡାର ଟିଏ କରିଛି କି ?
 
 
ସ୍ୱାସ୍ଥ୍ୟ ସୁରକ୍ଷା ଦିଗରେ ସରକାରଙ୍କ ତତ୍ପରତା  କଥା ନକହିଲେ ଭଲ "ନଗଡା " ଓ "ଦାନ ମାଝୀ" ର ଲୂମ ଟାଙ୍କୁରା ଦୃଶ୍ୟ ଆଜି ବି ଓଡିଶା ଓ ବିଶ୍ୱ ବାସୀ ଭୁଲିନାହାନ୍ତି |

ବେକାରୀ ନିଯୁକ୍ତି କ୍ଷେତ୍ର ରେ ସରକାର କଣ କରିଛନ୍ତି ?ମୁଖ୍ୟମନ୍ତ୍ରୀ ରାଜ୍ୟ ରେ ପୁଞ୍ଜି ନିବେଶ ପାଇଁ ଅଂଟା ଭିଡିଛନ୍ତି ଏବଂ ରାଜ୍ୟ ବାହାରକୁ ଯାଇକି ବହୁରାଷ୍ଟ୍ରୀୟ କମ୍ପାନୀ ଙ୍କୁ ଆମନ୍ତ୍ରଣ କରୁଛନ୍ତି ,କିନ୍ତୁ  ଯେବେ ସେମାନେ ଓଡିଶା ଆସିବେ ଇଡ଼କୋ ଅଫିସ ରେ ଘଣ୍ଟା ଘଣ୍ଟା ଧରି ଅପେକ୍ଷା କରିବେ ଅଫିସର ଙ୍କ ସହ ଭେଟ ହେବା ପାଇଁ ? ସବୁଠୁ ବଡ଼ କଥା ମୁଖ୍ୟମନ୍ତ୍ରୀ ଡାକିବେ ଆଉ ଏଠି ନେତା ବିଧାୟକ ପୁଞ୍ଜିନିବେଶକାରୀ ଙ୍କ ସହ ଡୀଲ କରିବେ !!
 
ଏମିତି କଣ ହୁଏ ବିକାଶ ?
 
 
ବେକାରୀ ଛାତ୍ର ଛାତ୍ରୀ  ଙ୍କ ପାଇଁ ନିଯୁକ୍ତି ମେଳା ପରେ ଏକ ପ୍ରହସନ ରେ ପରିଣତ ହେଲା ,ନିଯୁକ୍ତି ମେଳା ରେ ପଂଜିକୃତ କରିଥିବା ପ୍ରତ୍ୟେକ ଛାତ୍ର ଟିଏ ବି ତ ସ୍ବପ୍ନ ଦେଖିଥିବା ନିଯୁକ୍ତି ପାଇବା ପାଇଁ ,ହେଲେ ନିଯୁକ୍ତି ତ ଦୂର ର କଥା ପଞ୍ଜିକରଣ ପାଇଁ ଦେଇଥିବା ଚାନ୍ଦା ଏବେ ବି ତ ପାଖକୁ ଫେରିନି |
 
 
ବିଜୁ ବାବୁଙ୍କ ସ୍ୱପ୍ନ ରେ କଣ ଓଡିଶା ର ସବୁ ଗାଁ ବିଜୁଳି ଆଲୋକ ରେ ଆଲୋକିତ ହେଉ ବୋଲି ନଥିଲା ହେଲେ ସ୍ୱାଧୀନତା ର ୬୯ ବର୍ଷ ପରେ ବି ଓଡିଶା ର ଅନେକ ଗାଁ ଆଜି ଅନ୍ଧାର ରେ ତା ପାଇଁ କିଏ ଦାୟୀ ?

ଶିକ୍ଷା କଥା ନ କହିବା ଭଲ ବିଦ୍ୟାଳୟ ଅଛି ଶ୍ରେଣୀଗୃହ ନାହିଁ ଶ୍ରେଣୀଗୃହ ଅଛି ଶିକ୍ଷକ ନାହାନ୍ତି ୟାଠୁ ବଡ ବିଡମ୍ବନା ଆଉ କଣ ହେଇପାରେ ?
 
 
ଜନସାଧାରଙ୍କ ଧନ, ଜୀବନ ସୁରକ୍ଷା ର ଅନୁଚିନ୍ତା ଥିଲା ଚିଟ ଫଣ୍ଡ ରେ ଲାଗିଥିବା ଗରିବ ଲୋକ ର ଧନ ରେ ମଜଲିସ କରିବା ବିଜୁ ବାବୁଙ୍କ ସ୍ୱପ୍ନ ରେ ନଥିଲା ..
 
ବିଜୁ ବାବୁଙ୍କ ସ୍ୱପ୍ନ ରେ ନାରୀ ସୁରକ୍ଷା ର ପ୍ରତିଶୁତି ଥିଲା ଇତିଶ୍ରୀ ବେବିନା ନଥିଲା ..
 
ବିଜୁ ବାବୁଙ୍କ ସ୍ୱପ୍ନ ରେ ପୃଷ୍ଟିକର ଓଡିଶା ଥିଲା ପୃଷ୍ଟିହୀନ ନଗଡା ନଥିଲା …
 
ବିଜୁ ବାବୁଙ୍କ ସ୍ୱପ୍ନ ରେ ଗରିବ ପାଇଁ ସମ୍ମାନ ଥିଲା ଦାନ ମାଝୀ ନଥିଲା …
 
ବିଜୁ ବାବୁଙ୍କ ସ୍ୱପ୍ନ ରେ ସୁନାର ଓଡିଶା ଥିଲା କିନ୍ତୁ ଗରିବ ରେ ୨ ନମ୍ବର ନଥିଲା ..
 
ଦୁଃଖ ଲାଗେ ଯେବେ ଓଡିଶା ବାହାରେ ଏହି ଭାରତ ରେ ଓଡିଶା କୁ "ଉଡିଶା" ବୋଲି ସମ୍ଭୋଦ୍ଧନା କରାଯାଏ କଷ୍ଟ ଲାଗେ ଓଡିଶା କୁ ଯେବେ ଗରିବ ରାଜ୍ୟ ଭାବେ ଗଣା ଯାଏ , ମନ ବିଚଳିତ ହୁଏ ପ୍ରାକୃତିକ ସମ୍ପଦ ରେ ଭରା ଏ ରାଜ୍ୟ ଆଜି ଅବହେଳିତ କଣ ପାଇଁ ?
 
ଏ ସବୁ ପାଇଁ କଣ ସରକାର ଦାୟୀ ନୁହନ୍ତି ?
 
 
୧୭ ବର୍ଷ ରେ ବିଜୁ ବାବୁଙ୍କ ସ୍ବପ୍ନ ନିଶ୍ଚିତ ପୂରଣ ହେଇପାରିଥାନ୍ତା କିନ୍ତୁ ବିଡମ୍ବନା ର ବିଷୟ ଆଜି ବି ଓଡ଼ିଆ ସ୍ବପ୍ନ ହିଁ  ଦେଖୁଚି  ଓଡିଶା ର ପୂର୍ଣ୍ଣ ବିକାଶ ପାଇଁ |
ଆଜି ଯଦି ବିଜୁ ବାବୁ ବଞ୍ଚିଥାନ୍ତେ ତାହେଲେ ଓଡିଶା ର ରୂପ ଦେଖି ବିଚଳିତ ହେଇଯାଇଥାନ୍ତେ | ସ୍ୱାଭିମାନୀ ଓଡ଼ିଆ କେବେ ଲୁହ ଗଡା଼ଏନି କିନ୍ତୁ ଖଣି ପାଣି ଭଳି ପକୃତିକ ସମ୍ପଦରେ ଭରା ଓଡିଶା ର ଯୁବକ ଟିଏ ନିଜ ଭିଟା ମାଟି ଛାଡି କାହିଁ କେଉଁଠି ରହି ନିଜ ପେଟ ପାଇଁ ସଂଗ୍ରାମ କରୁଥିବା ର ଦେଖି ବିଜୁ ବାବୁ ନିଶ୍ଚିତ ଅଶ୍ରୁ ଢ଼ାଳିଥାନ୍ତେ |
 
 
ସୁନା ର ଓଡିଶା ପାଇଁ ସ୍ୱପ୍ନ ଦେଖୁଥିବା ପ୍ରତେକ ଓଡ଼ିଆ ଓ   ବିଜୁ ବାବୁଙ୍କ ସ୍ବପ୍ନ  ପୂରଣ ହେବ ହୁଏତ ଆଜି ନୁହେଁ ଆସନ୍ତା ଦିନରେ ହେବ ହୁଏତ ନବୀନ ନୁହେଁ ଆଉ କିଏ ସ୍ୱାଭିମାନୀ ଓଡ଼ିଆ ଟେ ପୂରଣ କରିବ |
 
 
- ସିଦ୍ଧେଶ୍ବର ନାୟକ
  • Tags:

Subscribe

National International State Sports Entertainment