ଜଳ ପାଇଁ ଯୁଦ୍ଧ: ବଢୁଛି ହାହାକାର, ଅଚଳ ପଡ଼ିଛି ୨୫୦୦ ନଳକୂପ
Khabar Odisha:War-for-water-thousand-of-bore-well-not-functioning
ଭୁବନେଶ୍ୱର, ମେ ୧୦ (ଖବର ଓଡ଼ିଶା): ତାପମାତ୍ରା ଯେତିକି ବଢୁଛି, ପାଣି ପାଇଁ ଲୋକେ ସେତିକି ଛଟପଟ ହେଉଛନ୍ତି । ନଦୀ-ନାଳ, କୂଅ ଓ ପୋଖରୀରୁ ପାଣି ଶୁଖିଯାଉଛି । ହାହାକାର ବଢୁଛି । ଐତିହ୍ୟର ସାକ୍ଷୀ କୁହାଯାଉଥିବା ଗାଁ ପୋଖରୀ ଅବସ୍ଥା ନ କହିଲେ ଭଲ । ପାନୀୟ ଜଳକୁ ଛାଡନ୍ତୁ । ପାଣି ପାଇଁ ଆଶା ରଖି ଦୂରରୁ ଆସୁଥିବା ନିରିହ ପଶୁ-ପକ୍ଷୀଙ୍କୁ ବି ନିରାଶ ହେବାକୁ ପଡୁଛି । ପାଣି ନ ଥିବା ପୋଖରୀର ମାଟି ଶୂନ୍ୟକୁ ଚାହିଁଛି, କେବେ ଶ୍ରାବଣ ଆସିବ । ଗାଁମାନଙ୍କରେ ଥିବା ଅଧିକାଂଶ ନଳକୂପଗୁଡ଼ିକ ବର୍ଷ ସାରା ଅଚଳ ହୋଇ ପଡ଼ିଥିବା ବେଳେ, ଗାଁ ମୁଣ୍ଡରେ ଥିବା ଓଭର ହେଡ ଟାଙ୍କିରୁ ଲୋକଙ୍କୁ ମିଳୁ ନି ପାଣି । ଓଭର ହେଡ ପାଣିଟାଙ୍କିରୁ ଜଳ ଯୋଗାଣ ପାଇଁ ଅନେକ ପ୍ରକାର ସମସ୍ୟା ରହୁଛି । କେଉଁଠି ପାଣିଟାଙ୍କିଙ୍କୁ ବିଦ୍ୟୁତ ସଂଯୋଗ ହୋଇ ନ ଥିବା ବେଳେ, କେଉଁଠି ମେସିନ ଚଳାଇବାୁ ନାହାନ୍ତି ଅପରେଟର । ସେହିଭଳି ପାଣି ଭାଗବଂଟାକୁ ନେଇ ଅନେକ ଜାଗାରେ ଲାଗୁଛି ବିିବାଦ । ଆଦିବାସୀ ଅଧ୍ୟୁଷିତ ଅଞ୍ଚଳର ଲୋକେ ପାହାଡରୁ ବାହାରିଥିବା ଝରଣା ଜଳ ଉପରେ କେଉଁ ଆବାହମାନ କାଳରୁ ନିର୍ଭର କରି ଆସୁଥିଲେ । କିନ୍ତୁ ଜଳବାୟୁ ପରିବର୍ତନ ହୋଇଥିବାରୁ ଆଜିକାଲି ଝରଣାରୁ ପାଣି ନିର୍ଗତ ହେଉ ନାହିଁ । ଫଳରେ ଜଳ କଷ୍ଟ ବଢୁଛି । ଜୀବନ ପାଇଁ ଅତ୍ୟାବଶ୍ୟକ ଜିନିଷ ଜଳ ପାଇଁ ଏକ ପ୍ରକାର ଯୁଦ୍ଧ ଚାଲିଛି କହିଲେ ଅତ୍ୟୁକ୍ତି ହେବ ନାହିଁ । 

ନଳକୂପରେ ମହିଳାଙ୍କ ଭିଡ
ସାରା ରାଜ୍ୟରେ ଜଳକଷ୍ଟ ଦେଖାଯାଉଛି । ସକାଳ ପାହିଲା ପୂର୍ବରୁ ଗାଁରେ ଥିବା କିଛି ନଳକୂପମାନଙ୍କରେ ମହିଳାମାନଙ୍କର ଲାଗୁଛି ପ୍ରବଳ ଭିଡ । ଗୋଟିଏ ମାଠିଆ ଜଳ ପାଇବା ପାଇଁ ଘଣ୍ଟା ଘଣ୍ଟା ଛିଡା ହେବାକୁ ପଡ଼ୁଛି । ରାଜ୍ୟରେ ହଜାର ହଜାର ନଳକୂପ ଅଚଳ ହୋଇ ପଡ଼ିରହିଛି । ପଞ୍ଚାୟତରାଜ ବିଭାର ସମୀକ୍ଷା ଅନୁସାରେ ବର୍ତମାନ ରାଜ୍ୟରେ ୨୪୯୯ଟି ନଳକୂପ ଅଚଳ ହୋଇପଡ଼ିଛି । ଏଗୁଡ଼ିକ ଶୀଘ୍ର ମରାମତି କରିବା ପାଇଁ ବିଭାଗୀୟ ମନ୍ତ୍ରୀ ପ୍ରଦୀପ ମହାରଥୀ ନିର୍ଦ୍ଦେଶ ଦେଇଛନ୍ତି । ମନ୍ତ୍ରିମଣ୍ଡଳ ଅଦଳବଦଳ ପରେ ମହାରଥୀ ପ୍ରଥମ ସମୀକ୍ଷା ବୈଠକରେ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେବାକୁ ଯାଇ ବିଭାଗୀୟ କାର୍ଯ୍ୟାବଳୀ ଓ ବାସ୍ତବ ସ୍ଥିତି ଅନୁଧ୍ୟାନ ପାଇଁ ଚାରିଟି ଟାସ୍କଫୋର୍ସ ତୁରନ୍ତ ଗଠନ କରିବାକୁ କହିଛନ୍ତି । କୃଷି ଓ ଗୋପାଳନ  ବିଭାଗର ଦାୟିତ୍ୱ ଛାଡି ପଂଚାୟତରାଜ ବିଭାଗକୁ ଆସିଥିବା ମହାରଥୀ ୧୫ ଦିନ ଭିତରେ ନଳକୂପ ଗୁଡ଼ିକ ସଜାଡିବା ପାଇଁ ନିର୍ଦ୍ଦେଶ ଦେବା କଥା ନିଶ୍ଚିତ ଭାବରେ ସ୍ୱାଗତଯୋଗ୍ୟ । 

ବାହାଘର ବେଳେ ବାଇଗଣ ରୁଆ 
ଆମ ରାଜ୍ୟ ସରକାର ବାହାଘର ବେଳେ ଭଲ ବାଇଗଣ ଚାଷ କରି କରିବାକୁ ମନ ବଳାନ୍ତି । ରାଜ୍ୟ ସାରା ଲୋକେ ଫେବୃଆରି ଆରମ୍ଭରୁ ଜଳ ସଙ୍କଟର ସମ୍ମୁଖୀନ ହେଉଥିଲେ ବି ରାଜ୍ୟ ସରକାରଙ୍କୁ କେମିତି ଜାଣି ନ ଥିଲେ ତାହା ଆଶ୍ଚର୍ଯ୍ୟ କଥା । ଲୋକଙ୍କର ଅସୁବିଧାକୁ କ’ଣ ପୂର୍ବତନ ପଂଚାୟତରାଜ ମନ୍ତ୍ରୀ ଜାଣି ନ ଥିଲେ । ସମୀକ୍ଷା ବୈଠକରେ ହୋଇଥିବା ନିଷ୍ପତ୍ତି ଅନୁଯାୟୀ ନଳକୂପରେ ପ୍ଲାଟଫର୍ମ ନିର୍ମାଣ କରାଯାଇ ବ୍ୟବସ୍ଥା କରାଯିବା ଜଳସଙ୍କଟ ଅଂଚଳଗୁଡ଼ିକରେ ଅଧିକ ପାଣି ଟ୍ୟାଙ୍କର ନିୟୋଜନ କରି ପାନୀୟ ଜଳ ଯୋଗାଣ ପ୍ରକଳ୍ପଗୁଡ଼ିକରେ ତୁରନ୍ତ ବିଦ୍ୟୁତ ସଂଯୋଗ କରାଯିବାକୁ ମହାରଥୀ ନିର୍ଦ୍ଦେଶ ଦେଇଛନ୍ତି । କେବଳ ପାଣି ସମସ୍ୟା ନୁହେଁ, ବରଂ ଆମ ରାଜ୍ୟ ସରକାର ଅସୁବିଧା ପଡ଼ଲା ପରେ ଶୋଇ କି ଉଠନ୍ତି । ଯେମିତି ଆଳୁ ମିଶନ, କଟକରେ ଜଣ୍ଡିସ ଓ ମାଲକାନଗିରିରେ ଜାପାନୀ ଏନସେଫାଲାଇଟ ରୋଗ ବେଳେ ଶୋଇ କରି ଉଠିଥିଲେ । 
 

 

  • Tags:

Subscribe

National International State Sports Entertainment