ଯଥାର୍ଥ ଦାୟାଦଙ୍କୁ ସମ୍ବର୍ଦ୍ଦିତ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି: ଗବେଷକ
Khabar Odisha:PM-Modi-felicitates-the-real-kin-of-historical-freedom-fighters-Researcher-Dilip-Subudhi
ଭୁବନେଶ୍ୱର, ୨୩ଏପ୍ରିଲ(ଖବର ଓଡ଼ିଶା): ଏପ୍ରିଲ ୧୬ ତାରିଖରେ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ସମ୍ବର୍ଦ୍ଦିତ ୧୬ ଜଣ ସଂଗ୍ରାମୀ ପରିବାରର ଦାୟାଦଙ୍କ ମଧ୍ୟରୁ ତିନିଜଣଙ୍କୁ ନକଲି ବୋଲି ଶାସକଦଳର ବିଧାୟକ ଅଭିଯୋଗ କରିବା ପରେ ଏହାକୁ ନେଇ ତିବ୍ର ପ୍ରତିକ୍ରୀୟା ରଖିଛନ୍ତି ଗବେଷକ ଦିଲ୍ଲୀପ ସୁବୁଦ୍ଧି ।
 
ଶ୍ରୀ ସୁବୁଦ୍ଧି ବର୍ଷ ବର୍ଷ ଧରି ନିଜସ୍ୱ ଗବେଷଣା, ଅନୁସନ୍ଧାନ ଏବଂ ବିଭିନ୍ନ ବର୍ଗଙ୍କ ସହ ଆଲୋଚନାକୁ ଆଧାର କରି କହିଛନ୍ତି ଯେ ମୋଦିଙ୍କ ଦ୍ୱାରା ସମ୍ବର୍ଦ୍ଦିତ ସମସ୍ତ ୧୬ ଜଣ ବ୍ୟକ୍ତି ହିଁ ସଂଗ୍ରାମୀ ମାନଙ୍କ ଯୋଗ୍ୟ ଓ ଯଥାର୍ଥ ଦାୟାଦ । ସଂଗ୍ରାମୀଙ୍କ ଦାୟାଦଙ୍କୁ ନେଇ ରାଜନୀତିର ପଶାପାଲିରେ ଗଡ଼ାଇବା ଅନୁଚିତ । ଯଦି ସନେ୍ଦହ ଉପୁଜୁଛି ତେବେ ସରକାରୀ କଳ ଆଜି ପର୍ଯ୍ୟନ୍ତ ରାଜ୍ୟର ଏହି ମହାନ ବୀର ପରିବାରର ପରିଚୟକୁ କାହିଁକି ଅନ୍ଧାରରେ ରଖିଛନ୍ତି ବୋଲି ପ୍ରଶ୍ନ କରିଛନ୍ତି ସୁବୁଦ୍ଧି ।
 
କଳାହାଣ୍ଡିର ବିପ୍ଳବୀ ରେଣ୍ଡୋ ମାଝୀଙ୍କ ଦାୟାଦଙ୍କୁ ନେଇ ଶାସକଦଳ ଆନ୍ତଃରାଷ୍ଟ୍ରୀୟ ଷଡ଼ଯନ୍ତ୍ରର ଶିକାର ହୋଇଛନ୍ତି ବୋଲି ସୁବୁଦ୍ଧି କହିଛନ୍ତି । କନ୍ଧ ସର୍ଦ୍ଦାର ରେଣ୍ଡୋ ମାଝୀଙ୍କ ଏକ ଅବୟବ ଜିଲ୍ଲା ସଂସ୍କୃତି ବିଭାଗ ତରଫରୁ ଉର୍ଲାଦାନୀଠାରେ ସ୍ଥାପନ କରାଯାଇଛି । ଯାହାକି କନ୍ଧ ସମାଜ ଭବାନୀପାଟଣାଠାରେ ପ୍ରତିଷ୍ଠା କରିଥିବା ଅବୟବଠାରୁ ସମ୍ପୂର୍ଣ୍ଣ ଭିନ୍ନ । ଏହାକୁ ସ୍ଥାନୀୟ କନ୍ଧ ସମାଜ ଦୃଢ଼ ବିରୋଧ କରିଆସୁଛନ୍ତି । ଏହି ପ୍ରତିମୂର୍ତ୍ତୀରେ ନିଶଦାଢ଼ି ରହିଛି । କନ୍ଧସମାଜ ଦ୍ୱାରା ଭବାନୀପାଟଣା ମୂର୍ତ୍ତିରେ ଧନୁତୀର ଧରିଥିବା ବେଳେ  ଉର୍ଲାଦାନୀଠାରେ ଥିବା ଅବୟବରେ ଖଣ୍ଡା ଧରାଯାଇଛି । ରାଜ୍ୟ ସରକାର ରେଣ୍ଡୋ ମାଝୀଙ୍କ ସଂମ୍ପର୍କରେ ସଠିକ ଇତିହାସକୁ ସମ୍ମାନ ନଦେଇ ନ୍ୟସ୍ତ ସ୍ୱାର୍ଥଙ୍କ ଦ୍ୱାରା ପ୍ରଭାବିତ ହେଉଥିବା ବେଳେ ପ୍ରଧାନମନ୍ତ୍ରୀ ସଠିକ ଇତିହାସକୁ ସମ୍ମାନ ଦେଇଛନ୍ତି ବୋଲି ଶ୍ରୀ ସୁବୁଦ୍ଧି ପ୍ରକାଶ କରିଛନ୍ତି ।
 
ବିକିରିକିଆ କନ୍ଧ ସଂପ୍ରଦାୟର ରେଣ୍ଡୋ ମାଝୀଙ୍କ ଦାୟାଦ କେବେ ବିଡ଼ବାରୁର ଅନୁସୂଚିତ ଜାତି ଓ ଭିନ୍ନ ଧର୍ମାବଲମ୍ବୀ ହୋଇନପାରେ । ଜିଲ୍ଲାପାଳଙ୍କଠାରେ ରେଣ୍ଡୋ ମାଝୀଙ୍କ ଦାୟାଦ ଦାବୀ କରି ଦରଖାସ୍ତ ଦେଇଥିବା ସନ୍ଦ ନାଏକ, ପାଲାସା ନାଏକ, ବିଶିକଶେନ ନାଏକ, ବିଜୟ ନାଏକ ଅନୂସୁଚିତ ଜାତି ବର୍ଗର ସେମାନେ କିପରି କନ୍ଧ ବିପ୍ଲବୀର ଦାୟାଦ ହେଲେ ବୋଲି ପ୍ରଶ୍ନ ଉଠିଛି । କନ୍ଧ ଜନଜାତିରେ କେହି ଦାଢ଼ି ରଖନ୍ତି ନାହିଁ । ଧନୁଶର ବଦଳରେ ଖଣ୍ଡା ଧରନ୍ତି ନାହିଁ । ୧୯୯୨ ମସିହାରୁ ୧୯୯୫ ମସିହା ପର୍ଯ୍ୟନ୍ତ ଗବେଷକ ଦିଲ୍ଲୀପ ସୁବୁଦ୍ଧିଙ୍କ ପୌରହିତ୍ୟରେ ଶହୀଦ ଦିବସ ଉର୍ଲାଦାନୀଠାରେ ପାଳନ ହେଉଥିବା ବେଳେ ଆଜିର ଦାବିଦାର ସେ ସମୟରେ ରେଣ୍ଡୋ ମାଝୀଙ୍କୁ ଅପରାଧୀ ଓ ହଳଦୀ କିଆରିରେ ବଳି ଦେଉଥିବା ଲୋକଙ୍କୁ ସଂଗ୍ରାମୀ କୁହାଯାଉଛି ବୋଲି କହିଥିବା ସୁବୁଦ୍ଧି ଗୁରୁତର ଅଭିଯୋଗ ଆଣିଛନ୍ତି । ଶାସକ ଦଳ ଏମାନଙ୍କ ଦାବିକୁ ସମର୍ଥନ କରି ସହିଦ୍ ରେଣ୍ଡୋମାଝୀଙ୍କ ପ୍ରତି ଅପମାନ କରିଛନ୍ତି ବୋଲି ଶ୍ରୀଯୁକ୍ତ ସୁବୁଦ୍ଧି କହିଛନ୍ତି ।
 
ଶହିଦ ରେଣ୍ଡୋ ମାଝୀ ବକେର କିଆ କନ୍ଧ ସମ୍ପ୍ରଦାୟର । ସେ ବକେରକିଆ ପଡ଼ାରେ ଜନ୍ମ ଗ୍ରହଣ କରିଥିଲେ । ଭର୍ଲାଦାନୀର ବାଣ୍ଡାଗୁଡ଼ାଠାରେ ବିଟ୍ରିଶର ପଶ୍ଚିମାଞ୍ଚଳ ର୍ପାବତ୍ୟ ପ୍ରତିନିଧି ଲର୍ଡ଼ ମ୍ୟାକେନଲଙ୍କ ବିରୁଦ୍ଧରେ ସଂଗ୍ରାମ କରି ୧୮୫୩ ମସିହାରୁ ୧୮୫୫ ପର୍ଯ୍ୟନ୍ତ ରସୁଲକୋଣ୍ଡା ଜେଲରେ ବନ୍ଦୀ ଜୀବନ କାଟିଥିଲେ । ୧୮୫୫ ଡ଼ିସେମ୍ବର ୧୦ ତାରିଖ ଦିନ ମ୍ୟାକନେଲ ବିପ୍ଳବୀ ରେଣ୍ଡୋ ମାଝୀଙ୍କ ହାତଗୋଡ଼ରେ ବେଡ଼ି ପକାଇ ଉର୍ଲାଦାନୀରେ ଚଲାଇବା ପରେ କନ୍ଧମାନେ ତାତି ଉଠିଥିଲେ । ବିଟ୍ରିଶ ଆକ୍ରମଣରେ ରେଣ୍ଡୋ ମାଝୀ ସହିଦ ହୋଇଥିଲେ । ଜନ୍ମମାଟି ଲୁନନଗଡ଼ରେ ପ୍ରତିବର୍ଷ ଡ଼ିସେମ୍ବର ୧୦ ତାରିଖକୁ ସହିଦ ଦିବସ ଭାବେ ପାଳନ କରାଯାଉଛି । ଚକେରିକିଆ କନ୍ଧ ସପ୍ରଦାୟର ଯୋଗେଶ୍ୱର ମାଝୀ ଏହା ଆୟୋଜନ କରିଥାନ୍ତି । ତେଣୁ ପ୍ରଧାନମନ୍ତ୍ରୀ ମୋନି ଯୋଗେଶ୍ୱରଙ୍କୁ ସମ୍ବର୍ଦ୍ଦିତ କରିବାରେ ତ୍ରୁଟି ରହିଲା କେଉଁଠି ବୋଲି ପ୍ରଶ୍ନ ଉଠିଛି । ସଂଗ୍ରାମୀଙ୍କ ଇତିହାସକୁ ୧୯୯୨ ପରେ ଗୁଗୁଲରେ ବିକୃତ କରି ଅପଲୋଡ଼ କରାଯାଇଛି । କଳାହାଣ୍ଡି ଜିଲ୍ଲାର ଗେଜେଟିଅର ଯାହା
୧୯୮୦ରେ ପ୍ରକାଶ ପାଇଥିଲା ତାର ଦ୍ୱିତୀୟ ପରିଚ୍ଛେଦର ୫୯ତମ ପୃଷ୍ଠାରେ ରେଣ୍ଡୋ ମାଝିଙ୍କ ସଂପର୍କରେ ଯେଉଁ ତଥ୍ୟ ଥିଲା ତାହାକୁ ନୁଆ ଗେଜେଟିଅର ପ୍ରକାଶ ବେଳେ ଜିଲ୍ଲା ପ୍ରଶାସନ କାହିଁକି ବାଦ ଦେଇଛି ଓ ଏହା ପଛର କାରଣ କଣ ବୋଲି ସୁବୁଦ୍ଧି ସିଧାସଳଖ ପ୍ରଶ୍ନ କରିଛନ୍ତି ।
 
ସେହିପରି ଗଞ୍ଜାମ ଘୁମୁସରର ବିପ୍ଳବୀ ଚକରା ବିଶୋଇଙ୍କ ଦାୟାଦଙ୍କୁ ନକଲି କୁହାଯାଉଛି । ସମ୍ବର୍ଦ୍ଦିତ ହୋଇଥିବା ବ୍ୟକ୍ତିତ୍ୱ ନେତାଜୀ ବିଶୋଇ ରାତାରାତି ଆବିଷ୍କୃତ ହୋଇନାହାନ୍ତି । ଘୁମୁସର ବିଦ୍ରାହୀ ବଂଶର ପଞ୍ଚମ ପୀଢ଼ିର ଦାୟାଦ ହେଉଛନ୍ତି ନେତାଜୀ । କମଳ ଲୋଚନ ଦୋରା ବିଶୋଇଙ୍କ ବଂଶର ନେତାଜୀ ବିଶୋଇ ଦୀର୍ଘ ୩୦ ବର୍ଷ ଧରି ଚକରା ବିଶୋଇ କଲଚରାଲ ସୋସାଇଟି ର ସଂପାଦକ ଭାବେ ଚକରାଙ୍କ ଜୀବନୀ ଓ ସଂଗ୍ରାମର ଗାଥା ପ୍ରକାଶିତ କରିଛନ୍ତି । ବିପ୍ଳବୀଙ୍କ ପୂର୍ବ ପୁରୁଷଙ୍କ ମାଟିରେ ନେତାଜୀ ସ୍ମୃତିସ୍ତମ୍ଭ କରି ଶାମ୍ବଦଶମୀ ତିଥିରେ ବିପ୍ଳବୀଙ୍କ ଜନ୍ମଜୟନ୍ତୀ ୨୫ ବର୍ଷ ଧରି ପାଳି ଆସୁଛନ୍ତି । ଚକରାଙ୍କ ଜୀବନାଦର୍ଶକୁ ଲୋକଲୋଚନକୁ ଆଣିଥିବାରୁ ନେତାଜୀ ରାଜ୍ୟ ତଥା ରାଜ୍ୟ ବାହାରେ ଅନେକ ବାର ସମ୍ବର୍ଦ୍ଦିତ ହୋଇଛନ୍ତି । ଚକରାଙ୍କ ଦାୟାଦ ନୁହେଁ ବୋଲି ଯେଉଁମାନେ ନେତାଜୀଙ୍କ ଉପରକୁ ଅଙ୍ଗୁଳି ଉଠାଉଛନ୍ତି ସେମାନେ ବିଶୋଇ ଏକ ଜାତି ନୁହେଁ ଏକ ପଦବୀ ବୋଲି ଜାଣିବା ଉଚିତ ଏବଂ ଆଜି ପର୍ଯ୍ୟନ୍ତ ସେମାନେ ଚକରା ବିଶୋଇଙ୍କ ପାଇଁ କଣ କରିଛନ୍ତି ତାହାର ପ୍ରମାଣ ଦେବା ଉଚିତ୍ ବୋଲି ପ୍ରଶ୍ନ କରିଛନ୍ତ ସୁବୁଦ୍ଧି ।
 
  • Tags:

Subscribe

National International State Sports Entertainment