ରାଜ୍ୟ ସରକାରଙ୍କର ପଶ୍ଚିମ ଓଡିଶା ଚିନ୍ତା ଲୋକଦେଖାଣିଆ !
Khabar Odisha:Governments-westen-odisha-care-is-fake
ପଶ୍ଚିମ ଓଡିଶା ପାଇଁ ରାଜ୍ୟ ସରକାର ସବୁବେଳେ ଚିନ୍ତିତ ବୋଲି ଯେଉଁ ଡିଣ୍ଡିମ ପିଟି ଆସୁଛନ୍ତି ତାହାର ଏକ ନଗ୍ନ ଉଧାହରଣ ଚଳିତ ବିଧାନସଭାର ଏକ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମରୁ ବାରି ହୋଇପଡିଛି। ସମ୍ବଲପୁରର ବିଧାୟିକା ରାସେଶ୍ୱରୀ ପାଣିଗ୍ରାହୀଙ୍କର ଏକ ପ୍ରଶ୍ନର ଉତ୍ତରରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ଯେଉଁ ତଥ୍ୟ ଉପସ୍ଥାପନା କରିଥିଲେ ତାହା ସମଗ୍ର ପଶ୍ଚିମ ଓଡିଶାର ଜନସାଧାରଣଙ୍କୁ ଆଶ୍ଚର୍ଯ୍ୟ କରିପାରେ ନିଶ୍ଚୟ। ମାତ୍ର ରାସେଶ୍ୱରୀ ପାଣିଗ୍ରାହୀଙ୍କର ପ୍ରଶ୍ନ ଥିଲା, ‘ସମ୍ବଲପୁର ଜିଲ୍ଲାର କେଉଁ ଉଚ୍ଚ ବିଦ୍ୟାଳୟ, ଉଚ୍ଚ ପ୍ରାଥମିକ ଓ ପ୍ରାଥମିକ ବିଦ୍ୟାଳୟର ଚତୁଃପାର୍ଶ୍ୱ ପ୍ରାଚୀର ଓ ଫାଟକ ନିର୍ମାଣ ପାଇଁ ସରକାର କି ସ୍ୱତନ୍ତ୍ର ପଦକ୍ଷେପ ନେଇଛନ୍ତି।’ ଏହି ପ୍ରଶ୍ନର ଉତ୍ତରରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ କହିଥିଲେ ସମ୍ବଲପୁର ଜିଲ୍ଲାର ୧୬୦ ଟି ପ୍ରାଥମିକ ବିଦ୍ୟାଳୟ, ୩୦ଟି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଏବଂ ୯ଟି ଉଚ୍ଚ ବିଦ୍ୟାଳୟର  ଚତୁଃପାର୍ଶ୍ୱରେ ପ୍ରାଚୀର ନିର୍ମାଣ ହୋଇପାରିନାହିଁ।
 
ତେବେ ଆପଣମାନଙ୍କୁ ସୁଚାଇବାକୁ ଚାହୁଁଛୁ ଅତୀତରେ ଅନେକ ଘଟଣା ଦୁର୍ଘଟଣାର ନଜିର ରହିଛି ଯାହା ପିଲାମାନଙ୍କ ନିରାପତ୍ତା ପାଇଁ ସରକାର କରିଥିବା ଅନେକ ବିଧି ବ୍ୟବସ୍ଥା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏବେ ଗଣଶିକ୍ଷା ମନ୍ତ୍ରୀଙ୍କ ସୁଚନା ପରେ ଏହାର ଗଣନାଭିତ୍ତିକ ତାଲିକା ମିଳିଥିଲେ ମଧ୍ୟ ବାସ୍ତବିକ ଅବସ୍ଥାରେ ଛାତ୍ରଛାତ୍ରୀମାନେ ବେଶ୍‌ ଅସୁରକ୍ଷିତ ରହିଛନ୍ତି। ଖୋଦ୍ ସରକାରଙ୍କର ଏକ ରିପୋର୍ଟ ବୟାନ କରୁଛି ଯେ ବିଗତ ୬ ବର୍ଷ ମଧ୍ୟରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗକୁ ୨୨ ହଜାର ଅଭିଯୋଗ ଆସିଛି। ଯେଉଁଥିରେ ଆଦିବାସୀ ଜିଲ୍ଲାର ସ୍କୁଲ ଗୁଡିକ ଅଧିକ ସମ୍ବେଦନଶୀଳ ରହିଥିବା ରିପୋର୍ଟରେ ଦର୍ଶାଯାଇଛି।
 
ପଶ୍ଚିମ ଓଡିଶା ପ୍ରତି ରାଜ୍ୟ ସରକାରଙ୍କର ଅବହେଳାର ଫର୍ଦ୍ଦ ଏତିକିରେ ସୀମିତ ନୁହେଁ ବରଂ ନିକଟ ଅତୀତରେ ସରକାର ଶିକ୍ଷାର ମାନବୃଦ୍ଧି କରିବାପାଇଁ ରାଜ୍ୟରେ ଆରମ୍ଭ କରିଥିବା ଆଦର୍ଶ ବିଦ୍ୟାଳୟ ବୋଧହୁଏ ସମ୍ବଲପୁର ଜିଲ୍ଲା ଭାଗ୍ୟରେ ନଥିଲା। ଯାହା ରାଜ୍ୟ ସରକାରଙ୍କର ପଶ୍ଚିମ ଓଡିଶା ପ୍ରୀତିକୁ ସିଧାସଳଖ ଦର୍ଶାଉଛି। 
 
ସରକାର ରାଜ୍ୟରେ ଶିକ୍ଷାର ଅଗ୍ରଗତି ଲାଗି ଖୁବ୍ ଚିନ୍ତିତ ଓ ତତ୍ପର ବୋଲି ଅନେକ ସମୟରେ କହି ଆସିଛନ୍ତି। ସେଥିପାଇଁ ଚଳିତ ବଜେଟ୍‌ରେ ଶିକ୍ଷା ବିଭାଗର ପକେଟ୍‌ରେ ସବୁଠୁ ଅଧିକ ଅର୍ଥ ପହଂଚିଥିଲା। ଯାହାର ପରିମାଣ ଥିଲା ୧୮୪୦୪ କୋଟି । ଗତବର୍ଷର ଅଟକଳଠାରୁ ୨୭.୫୭% ବୃଦ୍ଧି କରି ରାଜ୍ୟ ସରକାର ଶିକ୍ଷା ବିଭାଗକୁ ମଜୁବୁତ୍ କରିବେ ବୋଲି ଯୋଜନା କରିଥିବେ ବୋଲି ଭାବୁଛୁ। ମାତ୍ର ଯାହା ଶୁଣିବାକୁ ପାଉଛୁ ଯେ ସ୍କୁଲ ଏବଂ ଗଣଶିକ୍ଷା ବିଭାଗ, ଉଚ୍ଚଶିକ୍ଷା ବିଭାଗ ସହ ମିଶିଯିବା ଫଳରେ ଏପରି ଅଟକଳ ବୃଦ୍ଧି କରାଯାଇଛି।  ଯାହା ହେଉନା କାହିଁକି ବ୍ୟୟ ଅଟକଳର ପରିମାଣ ଯେତେ ବୃଦ୍ଧି ହେଲେ ମଧ୍ୟ ଭବିଷ୍ୟତ ପିଢ଼ିଙ୍କ ଜୀବନ ବିକାଶ କ୍ଷେତ୍ରରେ ଏହା କୌଣସି ଭୁମିକା ନିଭାଉନାହିଁ। ଫଳରେ ଅଟକଳ କେବଳ କାଗଜ କଲମରେ ଶୋଭା ପାଉଥିବା ବେଳେ ନିମ୍ନସ୍ତରରେ ଏହାର ବାସ୍ତବ ସ୍ଥିତି କିଛି ଅଲଗା କାହାଣୀ ଦର୍ଶାଉଛି।
  • Tags:

Subscribe

National International State Sports Entertainment