ଭଦ୍ରକ ଦଙ୍ଗା ଓ ରାଜନୀତି
Khabar Odisha:Bhadrak-Riot-And-Politics

 ଦଙ୍ଗା ର ଉତ୍ପତି କେବେ କେମିତି ଏବଂ କାହିଁକି ହୁଏ ତାର ଉତ୍ତର ଆମେ ସମସ୍ତେ ଅଳ୍ପ ବହୁତ ଅବଗତ ଅଛେ କିନ୍ତୁ ଦଙ୍ଗା ଭଳି ଅଶୋଭନୀୟ କାର୍ୟ୍ୟ ପାଇଁ କୌଣସି ଧର୍ମ ଦାୟୀ ବୋଲି ଯିଏ ବି ଭାବୁଛନ୍ତି ତାହା ଯେ ଅମୂଳକ ଏକଥାକୁ ସମସ୍ତେ ଗ୍ରହଣ  କରିବେ । ସାରା ବିଶ୍ୱ ରେ ଆଜି ଜାତି ଧର୍ମ ବର୍ଣ୍ଣ କୁ ନେଇ ଵିଭିର୍ଣ୍ଣ ସମୟରେ ବିଭିର୍ଣ୍ଣ ସ୍ଥାନରେ ଅନେକ ଘଟଣା ଘଟୁଛି ଯାହା ସମୟେ ସମୟେ ସମସ୍ତ ମାନବିକତା ର ସବୁ ସୀମା କୁ ଉଲଘଂନ କରିଦେଉଛି କିନ୍ତୁ ପଶ୍ଚିମ ଦେଶ ଗୁଡିକ ଭଳି ଭାରତ ବର୍ଷ ରେ ବର୍ଣ୍ଣ କୁ ନେଇ ସେତିକି ଅସାମନତା ଦେଖା ଦେଉନି ଯେତିକି ଧର୍ମ କୁ ନେଇ । ସମ୍ଭିଧାନ ଭାରତୀୟ ଶାସନ  ବ୍ୟବସ୍ଥା ଓ ସାମାଜିକ ଚଳଣି ର ମାପକ । ଯେଉଁ ସମ୍ଭିଧାନରେ "ବିଭିର୍ନତା ମଧ୍ୟରେ ଏକତା " କୁ ମୂଳ ମନ୍ତ୍ର ରୂପେ ନିଆଯାଇଛି ସେହି ମନ୍ତ୍ର ର ମୂଳ ଅର୍ଥ ଯାହା ସମସ୍ତଙ୍କୁ ଗୋଟେ ଡୋରି ବାନ୍ଧି ଆଗକୁ ବଢିବାର ପ୍ରୟାସ ସମୟେ ସମୟେ ବିଫଳ ହେଉଛି ଆଉ ଦେଶ ରେ ମାନବ ଜାତି ରେ ଅସମାନତା ନିଶ୍ଚିତ ରୂପେ ଦେଖା ଦେଉଛି ।


ଭାରତ ଭଳି ଦେଶ ଯେଉଁଠି ୧୨୫ କୋଟି ବିଶିଷ୍ଟ ଜନସାଧାରଣ ବସବାସ କରୁଛନ୍ତି ଓ ସେମାନଙ୍କ ମଧ୍ୟରେ ବିଭିର୍ଣ୍ଣ ଧର୍ମ ର ଜନସାଧାରଣ ଅଛନ୍ତି ଏବଂ ବିକାଶ ର ସୁଗମ ପଥେ ଭାରତ ଯେ ଅଗ୍ରସର ହେଉଛି ଏକଥା କୁ ସ୍ୱୀକାର କରିବାକୁ ହେବ । "ନୂଆ ଭାରତ" ଗଠନ ପାଇଁ କ୍ଷେତ୍ର ପ୍ରସ୍ତୁତି ସମୟରେ ଧର୍ମ କୁ ନେଇ ନିଜ ନିଜ ମଧ୍ୟରେ ଲଢେଇ କରିବାର କିଛି ଯଥାର୍ଥତା ନାହିଁ ବୋଲି ମନେକରେ । ସବୁ ଧର୍ମ କୁ କିଛି ସମୟ ପାଇଁ ଭୁଲିଯିବା ଆଉ ଏଠି ସଂସାର ସବୁଠୁ ବଡ ଧର୍ମ ମାନବ ଧର୍ମ କୁ ଆଖିରେ ରଖି ବାସ୍ତବିକ ତା କୁ ପରଖା ଯାଉ । ମନେକର ଜଣେ ବ୍ୟକ୍ତି ଆପଣ ଭଲ ପାଉଥିବା ମଣିଷ ବ୍ୟକ୍ତି ବିଶେଷ ବା ପଶୁ ପାଖି ବସ୍ତୁ ଯାହାକୁ ବି ଆଘାତ ଦେଲା ଆପଣ ପ୍ରତିବାଦ କଲେ ଆଉ ପ୍ରତିପକ୍ଷ କ୍ଷମା ଭିକ୍ଷା କଲା ଯେଉଁଥିପାଇଁ ଆପଣ ସବୁ କଥା ଭୁଇଯାଇ ମାନବ ଧର୍ମ ର ଆଂଜ୍ଞା ପାଳନ କଲେ ଏବଂ ପ୍ରତିପକ୍ଷ ବି । 

ଦେଶରେ ଅସମାନତା, ଅସମାଜକତା କୁ ଦୂର କରିବା ପାଇଁ ସମ୍ବିଧାନ ର ପ୍ରତିଷ୍ଠା ହୋଇଥିଲା ଆଉ ସମ୍ବିଧାନ ରୁ ଆଇନ ଆଇନ ବଳରେ ସମସ୍ତଙ୍କୁ ସମାନ ନ୍ୟାୟ ଦେବାର ଏକ ସ୍ୱତନ୍ତ୍ର ବ୍ୟବସ୍ଥା ଭିତ୍ତି ରେ ମାନବିକତା ଫେରାଇ ଆଣି ସମାଜ ରେ ତଥା ଦେଶ ରେ  ସୋହାର୍ଦ୍ଧ ର ବାତାବରଣ ଦେବାର ଲକ୍ଷ୍ୟ ଥିଲା । କିନ୍ତୁ ସମ୍ଭିଧାନ ସୁରକ୍ଷା ଯାହା ହାତରେ ଜନସାଧାରଣ ଦେଇଛନ୍ତି ସେ ଯେ ସମ୍ପୂର୍ଣ ବିଫଳ ତାହା ଭଦ୍ରକ ରେ ଘଟିଥିବା ଦଙ୍ଗା ପରିସ୍ଥିତି ଆକଳନ କଲେ ଜଣା ପଡୁଛି ।

ପ୍ରଭୁ ରାମଙ୍କୁ ନେଇ ଦେଇଥିବା ଫେସବୁକ କମେଣ୍ଟ କୁ ନେଇ ଉପୁଜିଥିବା ଦଙ୍ଗା ନିହାତି ପ୍ରଶାସନ ଏବଂ ଗାଦି ରେ ବସିଥିବା ସରକାର ଙ୍କ ବିଫଳତା ତାହା ଜଣାପଡୁଛି । ସାଧାରଣ ରାମନବମୀ ଅବସରରେ ଭଦ୍ରକ, ପୋଲିସ ରାଡ଼ାର ରେ ରୁହେ କିନ୍ତୁ ଚଳିତ ବର୍ଷ କେମିତି ଉଭେଇଗଲା ସେ ସତରକର୍ତ୍ତା ? ପ୍ରକୃତରେ ସରକାର ଓ ପ୍ରଶାସନ ର ବିଫଳତା କୁ  ଗଣମାଧ୍ୟମ ହୁଏତ ପ୍ରାଥମିକ ଦେଉଥାଇ  ପାରେ କିନ୍ତୁ ଏ ସବୁ ପଛରେ ସରକାର ଙ୍କ ଚଂଚକତା ନାହିଁ ତ ? କାରଣ  ଆଶ୍ଚର୍ୟ୍ୟ ର କଥା ଯେତେବେଳେ ଫେସବୂକଙ୍କ କମେଣ୍ଟ କୁ ନେଇ  ଜନସାଧାରଣ  ଥାନା ଘେରାଓ କଲେ ସେତେ ବେଳେ ଅପରାଧୀ କୁ ଗିରଫ କଲାନି ଭଦ୍ରକ ପୋଲିସ ? କାହା ଇଙ୍ଗିତ ରେ ୧୪୪ ଧାରା ବଳବତ୍ତର ଥିବାବେଳେ ଏବଂ ଶାନ୍ତି କମିଟି ଶାନ୍ତି ଫେରାଇ ଆଣିବା ପାଇଁ ପ୍ରୟାସ ବିଫଳ ହେଲା ପରେ  ସଂଖ୍ୟାଲଘୁ ସମ୍ପ୍ରଦାୟ ର ଯୁବକଙ୍କୁ ବାଇକ ଶୋଭାଯାତ୍ରା ରେ ଯିବା ପାଇଁ ପୋଲିସ ଅନୁମତି ଦେଲା କେମିତି ? 

ସରକାର ଦଳ ର ବିଧାୟକ ଓ ତାଙ୍କ ପୁତ୍ର ଙ୍କ ସମ୍ପର୍କ ଏ ଅଘଟଣ ସହିତ ସମ୍ପର୍କ କଣ ? 

ତା ବି ପ୍ରଶ୍ନ ଘେର ରେ !! 

ଏପଟେ ଭଦ୍ରକ ସାଂସଦ ଙ୍କ ପ୍ରଶାସନ କୁ ଦୋଷ ଲଦି ଦେଇନିଜ ଦାୟିତ୍ୱ ରୁ ଖସିଯିବାର ପ୍ରୟାସ ଛଡା ଆଉ କିଛି ନୁହେଁ ! ସବୁଠୁ ବଡ କଥା ଦଙ୍ଗା ସମୟରେ ନବୀନଙ୍କ ଚୁପି । ଫେସବୁକ କିମ୍ବା ଟ୍ୱିଟର ରେ ବାର୍ତ୍ତା ଦେଲେ ତାର ପ୍ରଭାବ ଆଉ ଏକ ଦାୟିତ୍ୱ ସମ୍ପର୍ନ୍ନ ମୁଖ୍ୟମନ୍ତ୍ରୀ ହିସାବରେ ନିଜେ ଭଦ୍ରକ ଗସ୍ତ କରି ଓ ପ୍ରଶାସନ ଶାନ୍ତି କମିଟି ସହ ବସି ସମସ୍ୟା କୁ ସମାଧାନ ମଧ୍ୟ ରେ ଫରକ ଅଛି, ହୁଏ ତ ନିଜେ ସମ୍ପୃକ୍ତ ରହି ସମାଧାନ  କରିଥିଲେ ହୁଏତ ଆଜି ଦଙ୍ଗା ଭଳି ପରିସ୍ଥିତି ଦେଖିବାକୁ ପଡ଼ିନଥାନ୍ତା । 

ଚଂଚକତା ଏଇଥିପାଇଁ ଆଗକୁ ଭାରତୀୟ ଜନତା ପାର୍ଟି ର ଜାତୀୟ କାର୍ୟ୍ୟକାରିଣୀ ବୈଠକ ବସୁଛି ତା ପୂର୍ବ ରୁ ଏମିତି ପରିସ୍ଥିତି ସୃଷ୍ଟି କରି ଓଡିଶା ବାସୀଙ୍କ ମନରେ ଭାଜପା ର ଛବି କୁ ଖରାପ କରିବାର ଲକ୍ଷ୍ୟ ନାହିଁ  ତ ?

ଯଦି, ମନେକର ବିଜୁ  ଜନତା ଦଳ, ଉତ୍ତରପ୍ରଦେଶ ରେ ସମାଜବାଦୀ ଓ କଂଗ୍ରେସ ଭଳି ପଥ ଆପଣେଇ ଭାଜପା କୁ ହିନ୍ଦୁ କୋଠରପନ୍ଥୀ ଦଳ ରୂପେ ଅଭିହିତ କରି ଦଳ ର ଛବି ଖରାପ କରିବାକୁ ଚେଷ୍ଟା କରିବେ ଆଉ ପଶ୍ଚିମ ବଙ୍ଗ ରେ ମମତା ଦିଦି ଙ୍କ ପରି ବିଜେପି ଆରଏସଏସ ବିରୋଧୀ ହୋଇ ନିଜ ପାଇଁ ଭୋଟ ବ୍ୟାଙ୍କ ତିଆରି କରିବାକୁ ଚେଷ୍ଟା କରୁଥିବେ ତାହା ବିଜୁ ଜନତା ଦଳ ପାଇଁ ବୁମେରାଂ ପାଲଟିବ କାରଣ ଭାରତର ଜନସାଧାରଣ ୨୦୧୪ ରୁ ସତର୍କ ହେଇଛନ୍ତି ଆଉ ସଦ୍ୟ ନିର୍ବାଚନ ହେଇଥିବା ଉତ୍ତରପ୍ରଦେଶ(ଯେଉଁଠି ସଂଖ୍ୟା ଲଘୁ ସମ୍ପ୍ରଦାୟ ପ୍ରାୟ ୨୦ ପ୍ରତିଶତ ରୁ ଅଧିକ ) ରେ ଭାଜପା କୁ ପୂର୍ଣ୍ଣ  ବହୁମତ ମିଳିଛି ।  ଯାହା ପ୍ରମାଣିତ କରୁଛି ଯେ ଦେଶବାସୀ ମୋଦିଙ୍କ "ସବ କା ସାଥ  ସବକା  ବିକାଶ" ନୀତି କୁ ସମର୍ଥନ କରୁଛନ୍ତି । 

ବାସ୍ତବରେ ନରେନ୍ଦ୍ର ମୋଦି ସରକାର ର ଲୋକପ୍ରିୟତା ଦିନ କୁ ଦିନ ବୃଦ୍ଧି ପାଉଥିବାରୁ କେତେକ ରାଜନୈତିକ ଦଳ ନିଜକୁ ଅସହଜ ମନେ କଲେଣି । ବିକାଶ ଏଜେଣ୍ଡା ଓ ଦୁର୍ନୀତି ମୁକ୍ତ ସରକାର କୁ ନେଇ ଅଗ୍ରଗତି ହେଉଥିବା ମୋଦିଙ୍କ ସରକାର କୁ ବଦନାମ  କରିବା ପାଇଁ ସାମ୍ପ୍ରଦାୟିକ ରଙ୍ଗ ଲଗେଇବାକୁ ଚେଷ୍ଟା କରାଉଛନ୍ତି ।  ୟୁପି ରେ  ଅଖିଲେଶ, ମାୟାବତୀ ଏବଂ ପଶ୍ଚିମ ବଙ୍ଗ ରେ ମମତା ଙ୍କ ରାସ୍ତାରେ ନବୀନ ଥିଲା ଭଳି ଭଦ୍ରକ ଘଟଣା ରେ ଶାନ୍ତି ପ୍ରତିଷ୍ଠା ଓ ଦଙ୍ଗା ପ୍ରତିହତ ପାଇଁ ପ୍ରଶାସନ ର  ନିଷ୍କ୍ରିୟତା ଏହା ହିଁ ଇଙ୍ଗିତ କରୁଛି । 

ଯଦି ଦଙ୍ଗା ର ପରିସଂଖ୍ୟାନ କୁ ଆକଳନ କରାଯାଏ ତାହେଲେ ଭାରତବର୍ଷରେ ଉତ୍ତର ପ୍ରଦେଶ  ହିଁ  ଅନେକ ଥର କାଳ ଦଶା ଭୋଗିଛି । ଉତ୍ତର ପ୍ରଦେଶ ର ସଦ୍ୟ ନିର୍ବାଚିତ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଙ୍କୁ ଯେତେବେଳେ ପ୍ରଶ୍ନ କରାଗଲା ଯେ ପ୍ରକୃତ  ରେ ଦଙ୍ଗା ପାଇଁ କାରଣ କଣ ରହିଛି ସେ ତାଙ୍କ ଉତ୍ତର ରେ ପ୍ରଶାସନ ଓ ସରକାର  କୁ ହିଁ ଦାୟୀ କରିଥିଲେ କହିଥିଲେ ଯଦି ଏକ ଗୋଷ୍ଠୀ ଉପରେ ଆକ୍ରମଣ ହେଉଛି ପ୍ରଶାସନ ଚୁପି ହିଁ ଏକ ବଡ ଆନ୍ଦୋଳନ କୁ ପ୍ରାତ୍ସାହିତ କରୁଛି ଯାହା ପରବର୍ତୀ ସମୟ ରେ ଏକ ବିରାଟ ହିଂସା ରେ ପରିଣତ ହେଉଛି । 

ରାଜନୈତିକ ଦଳ ମାନେ ନିଜ ନିଜର ସ୍ୱାର୍ଥ ହାସଲ ଦିଗରେ ସମାଜ ରେ ଯୁବଗୋଷ୍ଠୀ ଙ୍କୁ ଦଙ୍ଗା ଭଳି ହୀନ କାର୍ୟ୍ୟ ରେ ପ୍ରୋତ୍ସାହିତ କରନ୍ତି ବୋଲି ଅଭିଯୋଗ ହେଉଛି  ।  ଭାବିବା ଦରକାର ଯେ ଦଙ୍ଗା  ହେତୁ ସାରା ଅଂଚଳ କେମିତି ଅସୁବିଧା ର ସମ୍ମୁଖୀନ ହେଉଛି ,ସ୍ୱାସ୍ଥ୍ୟ , ଶିକ୍ଷା , ପରିବହନ ସବୁଥିରେ ରୋକ ଲାଗୁଛି ତତସହିତ ଜାତୀୟ ସମ୍ପତି ନଷ୍ଟ ହେଉଛି । କିନ୍ତୁ ରାଜନୈତିକ ଦଳ ମାନେ ଯେ ଦଙ୍ଗା ସୃଷ୍ଟି ର ଏକକ କାରଣ ନୁହନ୍ତି ତାକୁ ସ୍ୱୀକାର କରିବାକୁ ପଡିବ ରାଜନୈତିକ ଦଳ ଏକ ସୁଯୋଗ କୁ ଚାହିଁଥାନ୍ତି କିନ୍ତୁ ସୁଯୋଗ ତିଆରି ହୁଏ ଆମ ମାନଙ୍କ ଠୁ ।   ଆଜି ସଂଖ୍ୟା ଲଘୁ ର ଯୁବକ ପ୍ରଭୁ ରାମଙ୍କ ପ୍ରତି ମନ୍ତବ୍ୟ ଦେଇ ସୁଯୋଗ ସୃଷ୍ଟି ହେଲା ତା ଆସନ୍ତା ଦିନ ରେ ସଂଖ୍ୟା ଗରିଷ୍ଠ ରୁ କିଏ ଅଲ୍ଲାହ କି ଯୀଶୁ ଙ୍କୁ ମନ୍ତବ୍ୟ ଦେଇ  ସୁଯୋଗ  ସୃଷ୍ଟି  କରିବ କିନ୍ତୁ ଏଭଳି  ସୁଯୋଗ ତିଆରି କରୁଥିବା ଅସାମାଜିକ କୁ ହିଁ ପ୍ରଥମେ ଦଣ୍ଡ ଦିଆଯିବ ନିହାତି ଦରକାର । କିନ୍ତୁ ଯଦି ଦଣ୍ଡ ଦେବା ପରିବର୍ତ୍ତେ ପ୍ରୋତ୍ସାହନ ଦିଆଯିବ ତାହେଲେ ସେ ଆଇନର ରକ୍ଷାକାରୀ ସରକାର ହିଁ ଉତ୍ତରଦାୟୀ ରହିବ ନିଶ୍ଚିତ । 

ଆଜି ଭଦ୍ରକ ରେ ଶାନ୍ତି ଫେରୁଛି ସାମାଜିକ ଜୀବନ ପୁଣି ସାଧାରଣ ହେଇଯାଇଛି ।  ଭାଇଚାରା ସହର ରେ ପୁଣି ହିନ୍ଦୁ -ମୁସଲିମ ଭାଇ ଭାଇ ହୋଇ ନିଜ ନିଜ କାର୍ୟ୍ୟ କରୁଛନ୍ତି ।  ୭ ଦିନ ପରେ ଭଦ୍ରକ ନଯାଇ ଦିଲ୍ଲୀ ଯିବା ପାଇଁ ଗୁରୁତ୍ୱ ଦେଇଥିବା ନବୀନ ବାବୁ ଭଦ୍ରକ ଗସ୍ତ କରି  ଏ ଡି ଏମ  ଓ ଏସ ପି  ଙ୍କୁ ବଦଳି କରିଛନ୍ତି ।  ସବୁ ସରିଲା ପରେ ମୁଣ୍ଡ ରେ ସରକାରଙ୍କ ବୁଦ୍ଧି ଉଦୟ ହୁଏ ଯଦି ଏଇ ନିଷ୍ପତି ନବୀନ ବାବୁ ଆଗରୁ ନେଇଥାନ୍ତେ ହୁଏତ ଚିତ୍ର କିଛି ଭିର୍ଣ୍ଣ ଥାନ୍ତା । 

ଭଦ୍ରକ ଦଙ୍ଗା ଧର୍ମ କୁ ନେଇ ଧର୍ମୀ ଧର୍ମୀ ମଧ୍ୟରେ ଲଢେଇ ର ନମୁନା ।  ଶାନ୍ତିପ୍ରିୟ ଓଡିଶା ସାରା ବିଶ୍ୱ ରେ ତାର ଗୌରବ ବଜାୟ ରଖେ ।  ହେଲେ ଓଡିଶା ରେ ଏଭଳି ପରିସ୍ଥିତି ହେବ ପାଇଁ ଦାୟୀ କିଏ ? ଯଦି ସେଇଦିନ ଯେଉଁଦିନ ପ୍ରଭୁ ରାମଙ୍କୁ ନେଇ ଫେସବୁକ  ପୋଷ୍ଟ ରେ କମେଣ୍ଟ ଦିଆଯାଇଥିଲା ଯାହା ଭଦ୍ରକ ଦଙ୍ଗା ର ପ୍ରାଥମିକ କାରଣ ବୋଲି କୁହାଯାଉଛି  କମେଣ୍ଟ ଦେଇଥିବା  ଜୈନିକ ଯୁବକ କୁ ଗିରଫ କରାଯାଇଥାନ୍ତା ତାହେଲେ ଅଶାନ୍ତି ର ଉପସ୍ଥିତି ହିଁ ନଥାନ୍ତା ।
 
-  ସିଦ୍ଧେଶ୍ବର ନାୟକ
  • Tags:

Subscribe

National International State Sports Entertainment