ନବୀନଙ୍କ ନିର୍ଦ୍ଦେଶକୁ ବେଖାତିର କରୁଛନ୍ତି ବିଜେଡ଼ି ନେତା
Khabar Odisha:
ପ୍ରଥମେ ତଥାଗତ ପରେ ବୈଜୟନ୍ତ ଏବଂ ବର୍ତ୍ତମାନ ଭର୍ତ୍ତୁହରି ଧିରେ ଧିରେ ବିଜେଡି ଦଳ ଭତରେ ଚାଲିଥିବା ଦଳୀୟ ଅନ୍ତଃକନ୍ଦଳ ବିଷୟରେ ପ୍ରତ୍ୟେକ୍ଷରେ ନ ହେଲେ ବି ପରୋକ୍ଷରେ କହିବୁଲିଲେଣି । ଗଣ ମାଧ୍ୟମରେ ପ୍ରଚାର ହେଉଥିବା ଏଭଳି ମନ୍ତବ୍ୟରୁ ସ୍ପଷ୍ଟ ଜଣାଯାଉଛି ସେମାନଙ୍କର ଦଳ ଉପରୁ ଧିରେ ଧିରେ ଆସ୍ଥା ତୁଟିବାରେ ଲାଗିଲାଣି କିମ୍ବା ବିଜେପିର ଚଳିତ ପଂଚାୟତ ନିର୍ବାଚନରେ ଅଭୂତପୂର୍ବ ସଫଳତା ପରେ ବିଜେଡିର ନେତା ମାନଙ୍କ ଭିତରେ ଛନକା ପସିଛି । ଯାହାର ଉଦାହରଣ ଖୋଦ୍ ପାଟି ସୁପ୍ରିମୋଙ୍କ ସେଲ୍ଫି ପୋଜ ସହ ପରିବର୍ତନର ପରିଭାଷା ଦର୍ଶାଉଛି ।   ଦେଖାଯାଉ ଦାମଙ୍କ ମୁହଁରେ ତୁଣ୍ଡି ବାନ୍ଧିଥିବା ଦଳର ସୁପ୍ରିମୋ ଏମାନଙ୍କ ମୁହଁରେ କେବେ ତୁଣ୍ଡି ବାନ୍ଧୁଛନ୍ତି । 
 
କିଛି ଦିନ ତଳେ ତଥାଗତ ବାବୁ ସୋସିଆଲ୍ ମିଡିଆ ମାଧ୍ୟମରେ ଭବିଷ୍ୟବାଣୀ କରିଥିଲେ କି ବିଜେଡି କିଛି ନେତା ବିଜେପିରେ ଯୋଗ ଦେବେ । ଏହାପରେ ସମାଜ ଖବର କାଗଜରେ ବୈଜୟନ୍ତ ବାବୁ ଏକ ଅନୁଚ୍ଛେଦ ମାଧ୍ୟମରେ ପ୍ରକାଶ କରିଥିଲେ କି ଦଳ ପାଇଁ ନିରପେକ୍ଷ ଭାବେ କାର୍ଯ୍ୟ କରିଥିବା ଅନେକ ନେତା ଏବେ କିଛି ପଦ ପଦବୀରେ ନାହାନ୍ତି । କିନ୍ତୁ ଦଳ ବିରୋଧରେ କାମ କରୁଥିବା କିଛି ସୁବିଧାବାଦୀ ମାନଙ୍କୁ ଦଳ ଭିତରେ ଅନେକ ଉଚ୍ଚ ପଦ ପଦବୀ ମଳିଛି । ଏହାଛଡା ବର୍ତ୍ତମାନ ଦଳ ପ୍ରତି ଅଭିଯୋଗର ଫର୍ଦ୍ଦ ବଢିଛି, କୁହାଯାଉଛି ଦଳ ଏବେ ପ୍ରଶାସକମାନଙ୍କ ଦ୍ୱାରା ପରିଚାଳିତ । ଏହାଛଡା ସେ ପ୍ୟାରୀ ବାବୁଙ୍କ କାର୍ଯ୍ୟ ଦକ୍ଷତାକୁ ପରୋକ୍ଷରେ ଖୁବ ପ୍ରଶଂସା ମଧ୍ୟ କରିଥିଲେ । ବର୍ତ୍ତମାନ ଏହି ଦୌଡରେ ସାମିଲ ହୋଇଛନ୍ତି କଟକର ସାଂସଦ ଭର୍ତ୍ତୁହରି ମହତାବ । ସେ ପାଦେ ଆଗେଇ କହିଛନ୍ତି ଓଡିଶାରେ ଭାଜପା, ଉଭୟ ଲୋକସଭା ଓ ବିଧାନସଭା ଆସନ ପାଇଁ ରଣନୀତି ପ୍ରସ୍ତୁତ କରୁଥିବା ଜଣାଯାଏ । ଏହା ଜାଣି ବିଜୁ ଜନତା ଦଳ ଉତକ୍ଷିପ୍ତ ହେଲା ଭଳି ବିବୃତି ଦେବା ଆରମ୍ଭ କରିଛି ଏବଂ ଏହା ବିଜେଡିର ଦୁର୍ବଳତାକୁ ପ୍ରମାଣିତ କରୁଛି । ଏହା ପୂର୍ବରୁ ଦାମ ବାବୁଙ୍କ ଦଳ ଭିତିରେ ବିଭିଷଣଉକ୍ତିଟି ବେଶ୍ ଚର୍ଚ୍ଚାର ଖୋରାକ ଯୋଗାଇଥିଲା ବିରୋଧି ଦଳଙ୍କ ସହ ସମସ୍ତ ରାଜନୈତିକ ସମୀକ୍ଷକ ମାନଙ୍କୁ ।
  • Tags:

Subscribe

National International State Sports Entertainment