ନବୀନଙ୍କୁ ଅଡୁଆ ଦାଗୀନେତା, ଖୋଜାପଡିଛି ନୂଆ ମୁହଁ , ନେତା ଆମଦାନୀ ପାଇଁ ତୃତୀୟ ମହଲାରେ ବ୍ଲୁପ୍ରିଣ୍ଟ !
Khabar Odisha:Odisha-Politics-naveen-patnaik-bjd-odisha
ଭୁବନେଶ୍ୱର, ୨୭ ଜାନୁଆରୀ (ଖବର ଓଡିଶା)-

 ବୁଡିଗଲାଣୀ ନେତାଙ୍କ ଭାବମୂର୍ତି  । ନେତାଙ୍କ ଧଳା କୂର୍ତ୍ତାରେ ଲାଗିଛି କଳାଛିଟା  । ମୁଣ୍ଡ ଉପରେ ନିର୍ବାଚନ  । ଏହାକୁ ନେଇ ଏବେ ଚିନ୍ତାରେ ପଡିଯାଇଛି ବିଜେଡି ମୁଖିଆ । କ୍ରମାଗତ ଭାବେ ଚତୁର୍ଥ ଥର ମୁଖ୍ୟମନ୍ତ୍ରୀ ହୋଇଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆଖିରୁ ଏକପ୍ରକାର ନିଦ ହଜିଯାଇଛି । ଏପରି ସ୍ଥିତି ଅନ୍ୟଦଳରୁ ନେତା ଆମଦାନୀ କରିବା ପାଇଁ ଦଳ ଦଳ ପକ୍ଷରୁ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରାଯାଇଛି  । ଏଥିପାଇଁ ତୃତୀୟ ମହଲାରେ ଏବେ ଠାରୁ ମିଶାଣ-ଫେଡାଣ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି  । ତୃତୀୟ ମହଲାର ଜଣେ ଅଣଓଡିଆ ଆଇଏଏସ ଓ ଆଉ ଜଣେ ଆଇପିଏସ ଅଫସର ଏବେ ନେତାଙ୍କ ଆମଦାନୀ କାର୍ଯ୍ୟକ୍ରମରେ ଲାଗିଥିବା ବେଳେ ତାଙ୍କୁ ସହାୟତା ପାଇଁ ଲାଗିଛନ୍ତି ନିକଟରେ ମନ୍ତ୍ରୀପଦରୁ ତଡା ଖାଇଥିବା କିଛି ବିଧାୟକ । ସେମାନେ ବିଜେଡିର ସୁରକ୍ଷା ପାଇଁ ଅନ୍ୟଦଳରୁ ନେତା ଉଠାଇବା କାମରେ ଲାଗିପଡିଥିବା ନେଇ ଦଳ ଭିତରେ ଚର୍ଚ୍ଚା ଆଲୋଚନା ଆରମ୍ଭ ହୋଇଯାଇଛି  ।

ରାଜ୍ୟରେ ହୋଇଥିବା ଖଣି ମହାଦୁର୍ନୀତି, ଚିଟଫଣ୍ଡ ମହାଦୁର୍ନୀତି, ଜମି ଦୁର୍ନୀତି ଠାରୁ ଆରମ୍ଭ କରି ଗ୍ୟାଙ୍ଗଷ୍ଟାର ମାନଙ୍କ ସହ ନେତାମାନଙ୍କର ରହିଥିବା ଲିଙ୍କ୍ ଅଭିଯୋଗ ବିଜେଡିର ଗଣ୍ଡାଗଣ୍ଡା ବିଧାୟକ ଓ ସାଂସଦ ଏବଂ ମନ୍ତ୍ରୀମାନଙ୍କ ନାମରେ ଅଭିଯୋଗ ଆସିଛି  । ବ୍ଲାକରୋଜ ଜାହଜ ବୁଡି ଠାରୁ ଆରମ୍ଭ କରି ଚିଟଫଣ୍ଡ ଦୁର୍ନୀତି ବିଜେଡି ପାଇଁ ଅଡୁଆ ପରିସ୍ଥିତି ସୃଷ୍ଟି କରିଛି  । ବିଶେଷ କରି ଚିଟଫଣ୍ଡ ଦୁର୍ନୀତିରେ ଦଳର ଏକାଧିକ ନେତା ଜେଲ୍ ଯିବା ସହ ବେଲ୍ ରେ ଆସିଛନ୍ତି  । ଏହି ନେତାମାନଙ୍କ ବିରୋଧରେ ତୃଣମୂଳ ସ୍ତରରେ ଅସନ୍ତୋଷ ଲାଗି ରହିଛି  । ତେଣୁ ଏପରି ଦୁର୍ନୀତି ଓ କଳାଛିଟା ଲାଗିଥିବା ନେତାମାନଙ୍କୁ ନେଇ ନିର୍ବାଚନ ଲଢିବା ଏବେ ଦଳ ପାଇଁ କାଠିକର ପାଠ ହୋଇପଡିଛି  । ତେଣୁ ଏପରି ସ୍ଥିତିରେ ଅନ୍ୟ ଦଳରୁ ନେତା ଆମଦାନୀ ପାଇଁ ଲାଗିପଡିଛନ୍ତି ତୃତୀୟ ମହଲାରେ ଦବଦବା ରହିଥିବା କିଛି ଅଫିସର ଓ ନେତା  । ଏପରି ଚର୍ଚ୍ଚା ଏବେ ପାୱାର କରିଡରରେ ଜୋର ଧରିଛି  । ଏଥିପାଇଁ ତୃତୀୟ ମହଲାରେ ସାକ୍ଷାତକାର ଆରମ୍ଭ ହୋଇଥିବା କଥା ଦଳୀୟ ମହଲରେ ଆଲୋଚନାର ବିଷୟ ସାଜିଛି  ।

Subscribe

National International State Sports Entertainment