ବିଜେଡିରେ ବିଜୁ ଆଦର୍ଶ ସଂଙ୍କଟରେ, ଦାମ କହିଲେ ଚାଲିଛି ତାମିଲ ରାଜ ! ଅଡୁଆରେ ନବୀନ, ବିଜୁ ଆଦର୍ଶ ତାଙ୍କ ପାଇଁ ବଡ ନାଁ ଗଡଫାଦରଙ୍କ ପାଇଁ ସେ ଦାମଙ୍କୁ ପକାଇବେ ବଳି ! ନଜରରେ ନବୀନଙ୍କ ନିଷ୍ପତ୍ତି
Khabar Odisha:BJD-and-Damador-Rout-Conflict-Odisha
ଭୁବନେଶ୍ୱର, ୧୧ ସେପ୍ଟେମ୍ବର (ଖବରଓଡିଶା):

 ବିଜେଡିରେ ଏବେ ଚାଲିଛି ତାମିଲ ରାଜ  । ସିଧାସିଧା ଏପରି କଥା କହି ବିଜେଡିର ଗଡଫାଦରଙ୍କ ଉଦ୍ଧେଶ୍ୟରେ ବିଜେଡିର ବରିଷ୍ଠ ନେତା ତଥା ପାରାଦ୍ୱୀପ ବିଧାୟକ ଡା.ଦାମୋଦର ରାଉତ ମାରିଥିଲେ ବାଣ  । ଏହାପରେ ଏବେ ବିଜେଡିରେ ସୃଷ୍ଟି ହୋଇଛି କମ୍ପନ  । ବିଜେଡିର ଏହି ବରିଷ୍ଠ ନେତାଙ୍କୁ ଦଳରୁ କାଢିବା ପାଇଁ ଏକପ୍ରକାର ପକ୍ରିୟା ଆରମ୍ଭ ହୋଇଛି  । ତେବେ ଏଥିରେ ବିଚଳିତ ହୋଇନାହାନ୍ତି ବିଧାୟକ ଶ୍ରୀ ରାଉତ  । ସେ ବିଜୁ ନାମ ଜପ କରି ତାଙ୍କ ରାଜନୈତିକ ପଥରେ ଅଗ୍ରସର ହେବ ବୋଲି ଦେଇଛନ୍ତି ସୂଚନା  ।

ଶ୍ରୀ ରାଉତ ଗଣମାଧ୍ୟମରେ ସିଧାସିଧା କହିଛନ୍ତି ତାଙ୍କୁ ମନ୍ତ୍ରୀପଦରୁ କଢାଗଲା, ଉପସଭାପତି ପଦବୀରୁ କାଢି ନିଆଗଲା ଏବେ ଦଳରୁ କାଢିଦେବେ  । ତେବେ ମୋର ଅନ୍ୟ କୌଣସି ଦଳକୁ ଯିବାରେ ନାହିଁ  । ରାଜନୈତିକ ଶେଷ ପାଇଁ ମୁଁ ବିଜୁ ବିଜୁ ହୋଇ ବଂଚିବାକୁ ଯାଏଁ  । ଏପରିକି ବିଜୁ ଆଦର୍ଶକୁ ବଂଚାଇବା ପାଇଁ ସେ ତିଆରି କରିଥିବା ବିଜୁ ବିଚାର ମଂଚ ଗାଁ ଗାଁରେ ବୁଲିବ ବୋଲି ଦାମଙ୍କ ପରୋକ୍ଷରେ ଗଣମାଧ୍ୟମରେ କହିସାରିଛନ୍ତି  ।

ଗତ ୪ ଦିନ ହେବ ଦାମଙ୍କ ନିଶାନାରେ ସରକାରୀ ବାବୁ  । ସିଧାସଳଖ ଭାବେ ଦଳର ମୁଖିଆଙ୍କ ବିରୋଧରେ ମୁହଁ ଖୋଲିନଥିଲେ ମଧ୍ୟ ତାମିଲ ଅଫିସର ଦଳକୁ ଚଳାଉଥିବା ସେ କହିଛନ୍ତି  । ଏପରିକି ମନ୍ତ୍ରୀମାନେ ମଧ୍ୟ ସେମାନଙ୍କ ନିକଟରେ ଅସହାୟ  । ସେମାନଙ୍କର ଅନ୍ତର୍ଦାହ ହେଉଥିବା ବେଳେ ସେମାନେ ଭୟଭୀତ ରହିଥିବା କଥା କହିଥିଲେ ବରିଷ୍ଠ ନେତା ଶ୍ରୀ ରାଉତ  । ଏବେ ଶ୍ରୀ ରାଉତଙ୍କ ବିରୋଧରେ ବିଜେଡିର ଗଡଫାଦର ବଡ ଚକ୍ରାନ୍ତ ଆରମ୍ଭ କରିଛନ୍ତି  । ରାଜ୍ୟ ସରକାରଙ୍କ ଦୁର୍ନୀତିକୁ ଲୋକଲୋଚନକୁ ଆଣିଥିବା ଶ୍ରୀ ରାଉତଙ୍କ ମୁହଁରେ ତୁଣ୍ଡି ବାନ୍ଦିବା ପାଇଁ ଏବେ ଦଳରେ ପ୍ରୟାସ ଆରମ୍ଭ ହୋଇଥିବା ବେଳେ ଏବେ ଦାମଙ୍କ ଦ୍ୱାରା ତିଆରି ହୋଇଥିବା ବିଜୁ ବିଚାର ମଂଚ ମାଧ୍ୟମରେ  ସେ ବିଜୁଙ୍କ ନାଁ ଜପ କରିବା ପାଇଁ ଆରମ୍ଭ କରିଛନ୍ତି ପ୍ରସ୍ତୁତି  । ଯାହାକୁ ନେଇ ଏବେ ଅଡୁଆରେ ପଡିଯାଇଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ  । ଏବେ ବିଜୁ ଆଦର୍ଶ ତାଙ୍କ ପାଇଁ ବଢ ହେବ ନାଁ ଗଡଫାଦରଙ୍କ ପାଇଁ ସେ ଦାମଙ୍କୁ ବଳି ପକାଇବେ ଏହାକୁ ନେଇ ଏବେ ସାଧାରଣରେ ଚର୍ଚ୍ଚା ଆଲୋଚନା ଆରମ୍ଭ ହୋଇଛି  । 

  • Tags:

Subscribe

National International State Sports Entertainment