ସର୍ତ୍ତ ରଖି ଆମେରିକା ସହିତ ଆଲୋଚନା କରିବାକୁ ଉତ୍ତର କୋରିଆର ଆଗ୍ରହ
Khabar Odisha:north-korea-open-to-us-talks-under-right-conditions
ବେଜିଂ, ମେ ୧୫(ଖବର ଓଡ଼ିଶା): ଉତ୍ତର କୋରିଆର ଜଣେ ବରିଷ୍ଠ ରାଜନେତା କହିଛନ୍ତି, ଉତ୍ତର କୋରିଆ ଯଦି ଆମେରିକା ସହିତ ଶାନ୍ତି ପାଇଁ ଆଲୋଚନା କରିବ, ସେଥିପାଇଁ ସର୍ତ୍ତ ରହିବା ଦରକାର । ଉତ୍ତରକୋରିଆ ବିଦେଶ ମନ୍ତ୍ରଣାଳୟରେ ଉତ୍ତର ଆମେରିକା ମାମଲା ମହାନିର୍ଦ୍ଦେଶକ ଚୋଏ ସୋନ ହୁଇ ଗଣମାଧ୍ୟମକୁ ବେଜିଂରେ କହିଛନ୍ତି । ଚୋଏ ସେନ ହୁଇ ଉତ୍ତର କୋରିଆ ଫେରିବା ବେଳକୁ ବେଜିଂରେ କିଛି ସମୟ ପାଇଁ ଅଟକି ଥିଲେ । ସେ ନରୱେରେ ଆମେରିକା ଅଧିକାରୀ ଓ ବିଶେଷଜ୍ଞଙ୍କ ସହିତ ଔପଚାରିକ ଆଲେଚାନ କରୁଥିବା ଟମ୍ର ମୁଖ୍ୟ ଥିଲେ ।
ଚୋଏ ଏହା ସ୍ପଷ୍ଟ କରି ନାହାନ୍ତି ଯେ, ଉତ୍ତର କୋରିଆର କ’ଣ ସର୍ତ୍ତ ଅଛନ୍ତି । କିନ୍ତୁ ତାଙ୍କର କହିବା ଶୈଳୀରୁ ଅନୁମାନ କରାଯାଉଛି ଯେ, ଉତ୍ତର କୋରିଆ ଓ ଆମେରିକା ୨୦୦୮ ପରେ ପ୍ରଥମ ଥର ପାଇଁ ଶାନ୍ତି ସ୍ୱରୂପ ଆଲୋଚନା କରିବେ ବୋଲି ଗଣମାଧ୍ୟମ ରିପୋର୍ଟର ଜଣାପଡ଼ିଛି ।

  • Tags:

Subscribe

National International State Sports Entertainment