ବଞ୍ଚିବାକୁ ଦିଅ ମୋତେ ବ୍ୟାସ ସରୋବରେ
Khabar Odisha:Give-Me-To-Live-In-Byasa-Sarobare

ଦେଖିଲ ତ ଦୁର୍ଯ୍ୟଧନ,, ପାର୍ଥ ଧନୁର୍ଦ୍ଧର

ଛୁଇଁନାହିଁ ଦୁଃଶାସନ କେଶାଗ୍ର ମୋହର

ଉଲଗ୍ନ ଦ୍ରୌପଦୀ ଆଜି ଭରି ରାଜପଥେ

ବୋଳିବି ନାହିଁ କଳଙ୍କ ଆଉ ତୁମ ମାଥେ

 

ଆଜିର ସମାଜେ,, ଯେଣେ ଚାହଁ ଦୁର୍ଯ୍ୟଧନ

ପ୍ରତି ରାତ୍ର ଭୁଲୁଣ୍ଠିତ ହୁଏ ମୋର ମାନ

ଶହ ଶହ କୁରୁସଭା,, ହଜାରେ ପାଣ୍ଡବ

ଚକ୍ର ଉଲଗ୍ନ କରୁଛି ନିସ୍ତେଜ ଗାଣ୍ଡିବ

 

ଭୀଷ୍ମ ଦ୍ରୋଣ ସୁତପୁତ୍ର ନଫୁସକ ଆଜି

ପାର୍ଥ ବୀର ଧନୁର୍ଦ୍ଧର ମୋ ଧର୍ଷଣେ ରାଜି

କାନ୍ଦିଲି ନେହୁରା କଲି ଧର୍ମ ଦ୍ୱାହି ଦେଲି

ଅସହାୟ ଇଜ୍ଜତ ମୋ ,,,ନିଜେ ସମର୍ପିଲି

 

ଦିନେ କି ସପ୍ତାହେ ନୁହେଁ ମାସ ମାସ ଧରି

ବଦଳୁଛି କୁରୁସଭା ,,,,ବଦଳେ ଶ୍ରୀହରି

ଦିନୁ ଦିନ ଯାତନା ଯେ ଅସହ୍ୟ ହେଲାଣି

ଦେହ ମନୁ ଶିହରଣ କେବେଠୁଁ ମଲାଣି

 

କାହାକୁ ଲୁଚେଇବି ମୋ ଜୀବନ ଯୌବନ

ରାଜା ପ୍ରଜା ମନ୍ତ୍ରୀ ସନ୍ତ୍ରୀ ଉଲଗ୍ନେ ଧୂରୀଣ

ଯାହାକୁ ନେହୁରା ହେଲି ମାଗିଲା ମୋ ଦେହ

ନସ୍ଫୁରେ ଅଧର ମୋର ଲିଭୁନି ସେ କୋହ

 

ସଭ୍ୟତା ନାମରେ ଖାଲି ଖୋଳପା ଗୋଟିଏ

ପିନ୍ଧିଲେ ମଣିଷ,,,,, ଖୋଲିଲେ ରାକ୍ଷସ ସିଏ

ସମସ୍ତେ ବ୍ୟାକୁଳ ଏଠି ବସ୍ତ୍ର ଖୋଲିବାକୁ

ନିର୍ବିଘ୍ନେ ଦେଖନ୍ତୁ ସର୍ବେ ସୃଷ୍ଟି ଆରମ୍ଭ କୁ

 

ଉତାରି ବାକୁ ନିର୍ଜନେ ହେଉଛ ବ୍ୟାକୁଳ

ନିର୍ବସ୍ତ୍ରେ ରାସ୍ତାରେ ଗଲେ ପୃଥ୍ଵୀ ଟଳ ମଳ

ତମେ ସବୁ ହିପୋକ୍ରାଟ ଦୁର୍ଦ୍ଦିନ ବେଳାରେ

ପ୍ରତିକ୍ରିୟା ହୀନ ,,, ସ୍ୱାର୍ଥ ପରିଧି ବାହାରେ

 

କେ ମଲା ଜିଇଁଲା କିଏ ଲଙ୍ଗଳା ବୁଲିଲା

ତମକୁ ତ ଲୋଡ଼ା ମାଂସ ମଦିରା ପିଆଲା

ରଙ୍ଗୀନ ଏ ଦୁନିଆରେ ଯେତେ ପ୍ରଜାପତି

ଉପରେ ହସ ଖେଳାଇ ଭିତରେ କାନ୍ଦନ୍ତି

 

ଧର୍ଷିତା ଦ୍ରୌପଦୀ ଆଜି ମୁଣ୍ଡ ଟେକି ଚାଲେ

ନିରୁପାୟ ଯାଜ୍ଞସେନୀ ଉଲଗ୍ନ ହୋଇଲେ

ଧିକ ଏ ଶାସନ ତନ୍ତ୍ର ନ୍ୟାୟ ମାଗେ କୃଷ୍ଣା

କେଉଁଠି ଅଥଳ ଜଳ କହିଁ ମୃଗତୃଷ୍ଣା

 

ଲଙ୍ଗଳା ଦେହେ ଦେଖିଲ ଉଦ୍ଧତ ଯୌବନ

ଆହୁରି ଭିତରେ ଅଛି କ୍ଷତାକ୍ତ ଏ ମନ

ପ୍ରତିଶୋଧ ନିଆଁ ଜଳେ ଖୋଲ ନାହିଁ ଜମା

ଖୋଲିଦେଲେ ଜଳିଯିବ ଫାଟିଯିବ ବୋମା

 

ବଞ୍ଚିବାକୁ ଦିଅ ମୋତେ ବ୍ୟାସ ସରୋବରେ

ଗୁମର ସବୁ ଲୁଚାଇ ରଖିବି ପେଟରେ

ଅନୀତି ଅଧର୍ମ ସବୁ କୁକର୍ମ ର ସାକ୍ଷୀ

ଆଜି ହେଲି ବିଷ କନ୍ୟା ଥିଲି ଚନ୍ଦ୍ରମୁଖୀ

- ସତ୍ୟ ଦାସ

 
  • Tags:

Subscribe

National International State Sports Entertainment