ଆଜି ମଧ୍ୟପ୍ରଦେଶରେ ନର୍ମଦା ଯାତ୍ରାର ସମାପନ କରିବେ ମୋଦି
Khabar Odisha:modi-madhya-pradesh-visit-narmada-seva-yatra-news
ଭୋପାଲ, ମେ ୧୫(ଖବର ଓଡିଶା): ନରେନ୍ଦ୍ର ମୋଦି ସୋମବାର ଅମରକଣ୍ଟକ ଠାରେ ନର୍ମଦା ଯାତ୍ରାର ସମାପନ କରିବେ । ଏହି ସଭାରେ ପାଞ୍ଚ ଲକ୍ଷ ଲୋକଙ୍କ ଆଗମନ ହେବାର ଆଶା କରାଯାଉଛି । ମୋଦିଙ୍କ ଗସ୍ତ ଓ ସମାପନ କାର୍ଯ୍ୟରେ ପାଖାପାଖି ୨୦ କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ ହେବ ବୋଲି ଆକଳନ କରାଯାଉଛି ।
 
ମଧ୍ୟପ୍ରଦେଶ ସରକାର ବିଭାଗରେ ଆସୁଥିବା ଜନ ଅଭିଯାନ ପରିଷଦକୁ ୧୬ କୋଟି ଟଙ୍କା କେବଳ ସଭା ପାଇଁ ଦେଇଛନ୍ତି । ଏଥିରୁ ୮ କୋଟି ଟଙ୍କା ଲୋକଙ୍କୁ ନେବା ଆଣିବାରେ ଖର୍ଚ୍ଚ ହେବ । ମୋଦି ସୋମବାର ଦ୍ୱିପ୍ରହରରେ ବିଶେଷ ବିମାନ ଯୋଗେ ଜବଲପୁର ଯିବେ । ପରେ ହେଲିକାପ୍ଟର ଯୋଗେ ଅମରକଣ୍ଟକ ଗସ୍ତ କରିବେ । କାର୍ୟ୍ୟକ୍ରମ ପାଇଁ ଜୋର୍‌ଦାର ପ୍ରସ୍ତୁତି ଆରମ୍ଭ ହୋଇଛି । ସୁରକ୍ଷା ଦୃଷ୍ଟିରୁ ୪ ହଜାର ପୋଲିସ ଯବାନ ନିୟୋଜିତ ହେବେ ।
 
ମୋଦି ପ୍ରଥମେ ହେଲିକାପ୍ଟର ଯୋଗେ ସିଧା ଅମରକଣ୍ଟକ ଯିବାର ଥିଲା । ମାତ୍ର ଭିଭିଆଇପିଙ୍କ ସିଧା ଅମରକଣ୍ଟକକୁ ଯିବା ତଥା ସେଠାରେ ଓହ୍ଲାଇବାକୁ ଅଶୁଭ ବୋଲି ଧରାଯିବାର ବିଶ୍ୱାସ ରହିଛି । ସେଥିପାଇଁ ପାଖ ଏକ ଗ୍ରାମରେ ତିନୋଟି ନୁଆ ହେଲିପୈଡ୍‌ ତିଆରି କରାଯାଇଛି । ୧୨ଟି ଆମ୍ବୁଲାନ୍ସ ସହ ଜବଲପୁର ରୀବାର ଏକ ଡାକ୍ତରୀ ଦଳ ମଧ୍ୟ ନିୟୋଜିତ ହୋଇଛନ୍ତି । ମୋବାଇଲ୍‌ ନେଟ୍‌ଓ୍ୱର୍କ ଠିକ୍‌ ରହିବା ପାଇଁ ବିଏସ୍‌ଏନ୍‌ଏଲ୍‌କୁ ବିଶେଷ ଭାବରେ କୁହାଯାଇଛି । 
  • Tags:

Subscribe

National International State Sports Entertainment