୬ ହଜାର ବିବାହ ପ୍ରସ୍ତାବକୁ ନାଁ କହିଥିବା ବାହୁବଳୀଙ୍କ ମନ ଦୀପିକାଙ୍କ ପାଖରେ
Khabar Odisha:baahubali-2-actor-prabhas-was-deepika-padukone-fan
ନୂଆଦିଲ୍ଲୀ,ମେ ୧୦(ଖବର ଓଡିଶା): ରେକର୍ଡ ପରେ ରେକର୍ଡ କରି ଚାଲିଥିବା ବାହୁବଳୀ ଦ କନ୍‌କ୍ୟୁଜନ୍‌ ପହଞ୍ଚିଛି ୧୦୦୦ କୋଟି କ୍ଲବ୍‌ରେ । ଏହି ଫିଲ୍ମର ହିରୋ ପ୍ରଭାସ ଏବେ ବାହୁବଳୀ ଭାବରେ ଭାରତରେ ପରିଚିତ । ବାହୁବଳୀର ଅପୂର୍ବ ସଫଳତା ପରେ ପ୍ରଭାସ ଏବେ ଗ୍ଲୋବାଲ ଷ୍ଟାର ହୋଇ ଯାଇଛନ୍ତି । ଏମିତିରେ ତାଙ୍କ ବ୍ୟକ୍ତିଗତ ଜୀବନ ବିଷୟରେ ଜାଣିବା ପାଇଁ ସମସ୍ତେ ଇଚ୍ଛୁକ ଥିବେ ନିଶ୍ଚୟ । 
 
ପ୍ରଭାସ ବାହୁବଳୀର ଶୁଟିଂ କରୁଥିବା ସମୟରେ ତାଙ୍କ ପାଇଁ ୬୦୦୦ଟି ବିବାହ ପ୍ରସ୍ତାବ ଆସିଥିଲା । ମାତ୍ର ୬୦୦୦ଟି ବିବାହ ପ୍ରସ୍ତାବକୁ ପ୍ରତ୍ୟାଖାନ କରିଥିବା ପ୍ରଭାସଙ୍କ ମନ ଅଟକିଛି ବଲିଉଡ୍‌ର ଜଣେ ଅଭିନେତ୍ରୀଙ୍କ ପାଖରେ । ଆଜ୍ଞା ହଁ ବଲିଉଡ୍‌ ଅଭିନେତ୍ରୀ ଦୀପିକା ପାଦୁକୋନ୍‌ଙ୍କୁ ଖୁବ୍‌ ପସନ୍ଦ କରନ୍ତି ପ୍ରଭାସ ବାହୁବଳୀ ତଥା ପ୍ରଭାସ ଏକ ସାକ୍ଷାତକାରରେ ଏହି କଥା କହିଥିଲେ । ସେ କହିଥିଲେ ତାଙ୍କୁ ଦୀପିକା ବହୁତ ଭଲ ଲାଗିନ୍ତି । ଯେମିତି ହେଲେ ସେ ଦୀପିକାଙ୍କ ସହ ଗୋଟିଏ ଫିଲ୍ମ ନିଶ୍ଚୟ କରିବେ ।
 
ବାହୁବଳୀ ଚଳଚ୍ଚିତ୍ର ପାଇଁ ପ୍ରଭାସ ଏପର୍ଯ୍ୟନ୍ତ ବିବାହ କରି ନାହାନ୍ତି । ଫିଲ୍ମର ନିର୍ଦ୍ଦେଶକ ରାଜାମୌଲୀଙ୍କ ସହ ପ୍ରଭାସଙ୍କ ଏହା ତୃତୀୟ ଫିଲ୍ମ । ଏହା ପୂର୍ବରୁ ଗତ ୨୦୦୫ରେ ଉଭୟଙ୍କର ଛତ୍ରପତି ଚଳଚ୍ଚିତ୍ର ଆସିଥିଲା । କିନ୍ତୁ ବାହୁବଳୀ ଭଳି ଏତେ ସଫଳତା ମିଳି ନଥିଲା ।
  • Tags:

Subscribe

National International State Sports Entertainment