କଲିକତାରେ ନିର୍ମାଣ ହେଲା ବିଗ୍‌ ବିଙ୍କ ମନ୍ଦିର
Khabar Odisha:amitabh-bachchan-statue-temple-in-kolkata
ନୂଆଦିଲ୍ଲୀ,ମେ ୧୩(ଖବର ଓଡିଶା): ମେଗାଷ୍ଟାର ଅମିତାଭ ବଚ୍ଚନଙ୍କ ଫିଲ୍ମ ସରକାର ୩ ଗତ ଶୁକ୍ରବାର ପରଦାକୁ ଆସିଛି । ଏହାସହ କଲିକତାରେ ଅମିତାଭଙ୍କ କାନ୍ଧ ଠାରୁ ଉଚ୍ଚ ପ୍ରତିମୂର୍ତ୍ତି ଏକ ମନ୍ଦିରରେ ସ୍ଥାପନ କରାଯାଇଛି । ଏହି ମନ୍ଦିରକୁ କଲିକତାରେ ଥିବା ଅମିତାଭଙ୍କ ସମସ୍ତ ପ୍ରଶଂସକମାନେ ନିର୍ମାଣ କରିଛନ୍ତି ।
 
ଏହି ମୂର୍ତ୍ତିକୁ ସୁବ୍ରତା ବୋସ୍‌ ତିଆରି କରିଛନ୍ତି । ଅମିତାଭ୍‌ ବଚ୍ଚନ ପ୍ରଶଂସକ ସଙ୍ଘର ସଚିବ ସଞ୍ଜୟ ପଟୋଦିଆ ଏକ ଗଣମାଧ୍ୟମକୁ କହିଛନ୍ତି କି ଆମେ ପ୍ରଥମେ ଅମିତାଭଙ୍କ ଫିଲ୍ମର ସଫଳତା ପାଇଁ ପ୍ରାର୍ଥନା କଲୁ । ଏହାପରେ ତାଙ୍କୁ ସର୍ମପିତ କରି ମନ୍ଦିରରେ ଏହି ପ୍ରତିମାକୁ ସ୍ଥାପନ କଲୁ ।
 
ସୁବ୍ରତା ବୋସ୍‌ କହିଥିଲେ କି ଛଅ ଫୁଟ ଦୁଇ ଇଞ୍ଚ ଫାଇବରଗ୍ଲାସ୍‌ର ଏହି ପ୍ରତିମା ଶେହେନ୍ସା ତଥା ଅମିତାଭ୍‌ ବଚ୍ଚନଙ୍କ ଠାରୁ ଅଳ୍ପ ଟିକିଏ ଲମ୍ବା । ଆମେ ଏହାକୁ ଅଧିକ ଆର୍କଷିତ କରିବା ପାଇଁ ଏପରି ନିର୍ମାଣ କରିଛୁ । ଏହି ଅବସରରେ ସରକାର ୩ରେ ଅମିତାଭ ଯେପରି ପୋଷାକ ପିନ୍ଧିଛନ୍ତି ପ୍ରଶଂସକ ସଙ୍ଘର ସମସ୍ତ ସଦସ୍ୟ ସେହି ଅନୁରୂପ ପୋଷାକ ପିନ୍ଧି ପୂଜାର୍ଚ୍ଚନା କରିଥିଲେ ।
  • Tags:

Subscribe

National International State Sports Entertainment