ଅକ୍ଷୟ କୁମାରଙ୍କ ପରି ସୁକମା ସହିଦ୍‌ ଯବାନଙ୍କୁ ସହାୟତାର ହାତ ବଢ଼ାଇଲେ ବିବେକ ଓବରୟ, ଦେବେ ୨୫ଟି ଫ୍ଲାଟ
Khabar Odisha:Vivek-Donates-25-flats-to-Sukma-attack-martyrs
ନୂଆଦିଲ୍ଲୀ, ମଇ୧୩(ଖବର ଓଡ଼ିଶା): ବଲିଉଡ଼ ଅଭିନେତା ଅକ୍ଷୟ କୁମାର ଭାରତୀୟ ଯବାନଙ୍କ ପ୍ରତି କେତେ ସମ୍ୱେଦନଶୀଳ ତାହା ସମସ୍ତେ ଜାଣନ୍ତି। ତେବେ ଏହି କ୍ରମରେ ବଲିଉଡ଼ ଅଭିନେତା ବିବେକ ଓବରୟ ଦେଶପ୍ରତି ନିଜର ଗୁରୁତ୍ୱପୂର୍ଣ୍ଣ ଭୁମିକା ଦର୍ଶାଇ ଛତିଶଗଡ଼ ମାଓ ଆକ୍ରମଣରେ ସହିଦ୍‌ ଯବାନଙ୍କ ପରିବାରର ସହାୟତା କରିବା ପାଇଁ ଆଗକୁ ଆସିଛନ୍ତି। ସେ ମହାରାଷ୍ଟ୍ରର ଥାନେ ଅଞ୍ଚଳରେ ପରିବାରଗୁଡ଼ିକୁ ୨୫ଟି ଫ୍ଲାଟ୍‌ ଦେବାକୁ ନିଷ୍ପତି ନେଇଛନ୍ତି। ତେବେ ଏହାକୁ ନେଇ ସେ ଖୁବ୍‌ ଶିଘ୍ର ତାଲିକା ପ୍ରସ୍ତୁତ କରିବେ।
 
ବିବେକ ଓବରୟଙ୍କ ନିଜର ରିଅଲ ଇଷ୍ଟେଟ କମ୍ପାନୀ ଏହି ଫ୍ଲାଟ ଗୁଡ଼ିକୁ ଯବାନମାନଙ୍କ ପରିବାରକୁ ହସ୍ତାନ୍ତର କରିବ। କମ୍ପାନୀ ଏନେଇ ସିଆରପିଏଫଙ୍କୁ ଏକ ଚିଠି ଲେଖିଛନ୍ତି। ଯାହା ସୁଚନା ମିଳେ, ଇତିମଧ୍ୟରେ ସହିଦଙ୍କ ପରିବାରଙ୍କୁ ୪ ଫ୍ଲାଟ ଦିଆଯାଇଛି ଏବଂ ଖୁବ୍‌ ଶିଘ୍ର ଅନ୍ୟ ପରିବାରଙ୍କୁ ମଧ୍ୟ ଏହା ଯୋଗାଇ ଦିଆଯିବ।
 
 

 

 

ଏଠାରେ ସୁଚନା ଦେବାକୁ ଚାହୁଁଛୁ ଯେ, କିଛି ଦିନ ତଳେ ସୁକମା ଜିଲ୍ଲାରେ ନକ୍ସଲ ମାନଙ୍କର ଆକ୍ରମଣରେ ସିଆରପିଏଫର ୨୧୯ ବାଟାଲିଅନ୍‌ର ୨୫ ଯବାନ ସହିଦ୍‌ ହୋଇଥିଲେ। ଅକ୍ଷୟ କୁମାର ଏବଂ କ୍ରିକେଟର ଗୌତମ ଗମ୍ଭୀର ଶହିଦ୍‌ମାନଙ୍କ ପରିବାରକୁ ସହାୟତା କରିଥିଲେ। ଅକ୍ଷୟ କୁମାର ପରିବାରଙ୍କୁ ୮ ଲକ୍ଷଟଙ୍କା ଦେଇଥିବା ବେଳେ ଗୌତମ ଗମ୍ଭୀର ଯବାନଙ୍କ ପିଲାମାନଙ୍କର ଶିକ୍ଷାର ଖର୍ଚ୍ଚ ଉଠାଇବେ ବୋଲି ଘୋଷଣା କରିଥିଲେ। 
  • Tags:

Subscribe

National International State Sports Entertainment