ସଲମାନ୍‌ ଖାନ୍‌ଙ୍କ ‘ଟ୍ୟୁବଲାଇଟ’ ଟିଜର ରିଲିଜ,ଇଦ୍‌ ଛୁଟିରେ କରିବ ବୋବାଲ
Khabar Odisha:Salmans-Tubelight-teaser-released
ମୁମ୍ୱାଇ, ମଇ୦୫(ଖବର ଓଡ଼ିଶା): ଦିନକୁ ଦିନ ସଲମାନଙ୍କ ଅଭିନୟ ନିଖୁଣରୁ ଶ୍ରେଷ୍ଠ ହେବାରେ ଲାଗିଛି। ବିଗତ ଦିନରେ ଗୋଟିଏ ପରେ ଗୋଟିଏ ହିଟ ଚଳଚିତ୍ର ଭେଟି ଦେଇଥିବା ସଲ୍ଲୁ ମିଆଁଙ୍କର ଚଳଚିତ୍ର ଟ୍ୟୁବଲାଇଟର ଟିଜର ରିଲିଜ ହୋଇଛି। ବାହୁବଲୀ-୨ ପରେ ଯଦି ଦେଖାଯାଏ ତେବେ ଦର୍ଶକେ ଏହାର ରିଲିଜକୁ ଅପେକ୍ଷା କରି ରହିଛନ୍ତି। ଏହା ଆଗାମୀ ଇଦ୍‌ରେ ପରଦାକୁ ଆସିବ।
 
ନିର୍ଦ୍ଦେଶକ କବିର ଖାନ୍‌ଙ୍କ ସହ ସଲମାନଙ୍କ ଏହା ୩ୟ ଚଳଚିତ୍ର। ମଙ୍ଗଳବାର ଏହାର ଟିଜରକୁ ରାତିରେ ରିଲିଜ କରାଯାଇଛି। ତେବେ ଟିଜରଟିରେ ପୁଣି ଏକ ସାଧାସିଧା ମଣିଷର ଭୁମିକାରେ ସଲମାନ ଦେଖାଯାଉଛନ୍ତି। ଏଥିରେ ଭାରତ-ଚୀନ ମଧ୍ୟରେ ହୋଇଥିବା ଯୁଦ୍ଧର କିଛି କ୍ଷଣ ମଧ୍ୟରେ ସଲ୍ଲୁମିଆଁଙ୍କ ନିରିହ ପଣର କିଛି ଝଲକ ଦେଖିବାକୁ ମିଳୁଛି।
ସଲମାନଙ୍କ ସହ ସୋହେଲ ଖାନ୍‌, ପୁଣିଥରେ ପରଦାକୁ ଆସୁଛନ୍ତି। ଏହା ସହ ଚୀନ ଅଭିନେତ୍ରୀ ଜୁ ଜୁ ମଧ୍ୟ ପ୍ରଥମ ଥର ପାଇଁ ଡ଼େବ୍ୟୁ କରୁଛନ୍ତି। ଆହୁରୀ ମଧ୍ୟ ବିଶିଷ୍ଟ କଳାକାର ସ୍ୱର୍ଗତ ଓମ ପୁରିଙ୍କର ଅଭିନିତ ଏହା ଶେଷ ଚଳଚିତ୍ର।
 
ଟିଜରର କିଛି ଅଂଶକୁ ଯଦି ଦେଖାଯାଏ ତେବେ ସେଥିରେ ଟ୍ୟୁବଲାଇଟ ଶଦ୍ଦକୁ ବେଶ ରୋମାଞ୍ଚକର ଭାବେ ବ୍ୟବହାର କରାଯାଇଛି। ଯେପରିକି: ୟକିନ୍‌ ଟ୍ୟୁବଲାଇଟ କି ତରହ ହୋତା ହେ। ଦେର ସେ ଜଲତା ହେ, ଲେକିନ ଜବ ଜଲତା ହେ ତୋ ଫୁଲ ଲାଇଟ କର ଦେତା ହେ ।
 
ଜୁଲାଇ ୨୩ ତାରିଖରେ ଏହା ରିଲିଜ ହେବାକୁ ନେଇ ଡ଼େଟ ନିର୍ଧାରିତ ହୋଇଛି। ଏଥିରେ ଶାହରୁଖ ଖାନ୍‌ଙ୍କୁ ମଧ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ଭୁମିକାରେ ଦେଖାଦେବେ। ତେବେ ଚଳିତ ଟିଜରରେ ଏହି ବିଷୟରେ ଜଣାନପଡ଼ିଥିଲେ ମଧ୍ୟ ଆଗାମି ଦିନରେ ଆସିବାକୁ ଯାଉଥିବା ଟିଜରରେ ଏହା ଜଣାପଡ଼ିବ।

 

  • Tags:

Subscribe

National International State Sports Entertainment