ଜାଣନ୍ତୁ ବାହୁବଳୀ ୨ରେ କାହାର ଥିଲା କେତେ ପାରିଶ୍ରମିକ?
Khabar Odisha:

ଭୁବନେଶ୍ଵର,ମେ ୬(ଖବର ଓଡିଶା): ବିଶ୍ୱବ୍ୟାପୀ ଚର୍ଚ୍ଚାର ବିଷୟ ପାଲଟିଥିବା ବାହୁବଳୀ ୨ ଇତି ମଧ୍ୟରେ ୯୫୦କୋଟି ଟଙ୍କାର ବ୍ୟବସାୟ କରିଛି । ଆର୍କା ମିଡିଆ ୱାର୍କ୍ସ ଏବଂ ଏସ.ଏସ ରାଜାମୈଲୀ ନିର୍ଦ୍ଦେଶିତ ଦ୍ୱାରା ନିର୍ମିତ ବାହୁବଳୀ ସିରିଜ୍ ଚଳଚ୍ଚିତ୍ରରେ ଖର୍ଚ୍ଚ ହେଇଛି ପ୍ରାୟ ୪୫୦ କୋଟି । ତେବେ ଏହି ଚଳଚ୍ଚିତ୍ରରେ ଅଭିନୟ କରିବା ପାଇଁ କିଏ କେତେ ଟଙ୍କା ନେଇଥିଲେ ସେ ସମ୍ପର୍କିତ କିଛି ତଥ୍ୟ -  

ବାହୁବଳୀ ଚଳଚିତ୍ରରେ କଟ୍ଟପା ଭୁମିକାରେ ଅଭିନୟ କରିଥବା ସଥ୍ୟରାଜ ଏହି ବାବଦକୁ ୨ କୋଟି ଟଙ୍କା ନେଇଥିଲେ । ଅମରେନ୍ଦ୍ର ବାହୁବଳୀଙ୍କ ମା ବା ମାହେଶ୍ୱତୀ ରାଜ୍ୟର ରାଣୀ ଭୂମିକାରେ ଅଭିନୟ କରିଥିବା ଶିବଗାମୀ ଓରଫ ରମ୍ୟା କ୍ରୀଷ୍ଣା ଏଥିପାଇଁ ୨ କୋଟି ୫ ଲକ୍ଷ ନେଇଥିଲେ । ସେହିପରି ବାହୁବଳି ୨ ଚଳଚ୍ଚିତ୍ରରେ ଅମରେନ୍ଦ୍ର ବାହୁବଳି ବା ପ୍ରଭାସଙ୍କ ମୁଖ୍ୟ ନାୟିକାରେ ଅଭିନୟ କରିଥିବା ଦେବସେନା ଓରଫ ଅନୁଷ୍କା ସେଟ୍ଟି ଏହି ବାବାଦକୁ ୫ କୋଟି ଟଙ୍କା ନେଇଥିଲେ ।

ବାହୁବଳି ୧ ପାର୍ଟରେ ନିଜ ଅଭିନୟ ବଳରେ ଦର୍ଶକଙ୍କୁ ମୁଗ୍ଧ କରିଦେଇଥିବା ମୁଖ୍ୟ ନାୟିକା ଅବନ୍ତିକା ଓରଫ ତମନ୍ନା ଭାଟିଆ ଏହି ଫିଲ୍ମ ପାଇଁ ୫ କୋଟି ଟଙ୍କା ନେଇଥିଲେ । ଚଳଚ୍ଚିତ୍ରରେ ଖଳନାୟକ ଭୂମିକାରେ ଅଭିନୟ କରିଥିବା ଭଲ୍ଲାଳଦେବ ଓରଫ ରଣା ଦଗୁବତୀ ୧୫ କୋଟି ନେଇଥିଲେ । ବାହୁବଳି ସିରିଜରେ ନାୟକ ଭୁମିକାରେ ଅଭିନୟ କରି ଦର୍ଶକଙ୍କର ଆର୍କଷଣର କେନ୍ଦ୍ରବିନ୍ଦୁ ପାଲଟିଥିବା ଅମରେନ୍ଦ୍ର ଓ ମହେନ୍ଦ୍ର ବାହୁବଳୀ ଓରଫ ପ୍ରଭାସ ଏଥିପାଇଁ ୨୫ କୋଟି ଟଙ୍କା ନେଇଥିଲେ । ଏହି ଚଳଚ୍ଚିତ୍ରକୁ ନିର୍ଦ୍ଦେଶନା ଦେବା ପାଇଁ ଦକ୍ଷିଣ ଭାରତର ଖ୍ୟାତିନାମା ନିର୍ଦ୍ଦେଶକ ଏସ.ଏସ ରାଜାମୈଲୀ ଫିଲ୍ମ ବାବଦକୁ ସର୍ବାଧିକ ୨୮ କୋଟି ନେଇଥିଲେ ।

 

 

  • Tags:

Subscribe

National International State Sports Entertainment