ଏସସିବିରୁ ଡିସଚାର୍ଜ ହେଲେ ବାବୁଲା ପଣ୍ଡା
Khabar Odisha:babula-panda-discharged-from-SCB
କଟକ, ମେ ୧୨(ଖବର ଓଡ଼ିଶା): କଟକ ଏସ୍‌ସିବି ମେଡିକାଲରେ ଚିକିତ୍ସିତ ହେଉଥିବା ସ୍ୱାଧୀନତା ସଂଗ୍ରାମୀଲକ୍ଷ୍ମୀ ଇନ୍ଦିରା ପଣ୍ଡାଙ୍କ ବାବୁଲା ପଣ୍ଡା ଆଜି ଡିସ୍‌ଚାର୍ଜ ହୋଇଛନ୍ତି । ବାବୁଲା ଡିସଚାର୍ଜ ହେବା ନେଇ ସୂଚନ। ଦେଇଛନ୍ତି କଲେଜ ଅଧ୍ୟକ୍ଷ ସିଦ୍ଧାର୍ଥ ଦାସ।
 
ବାବୁଲାଙ୍କୁ କୋରାପୁଟ ଓ କମିଶନରେଟ ପୋଲିସର ଜିମାରେ ଦେଲେ ମେଡିକାଲ କର୍ତୃପକ୍ଷ। ସ୍ୱାଧୀନତା ସଂଗ୍ରାମୀ ଲଖ୍ମୀ ପଣ୍ଡାଙ୍କ  ନାତି ବାବୁଲା ପଣ୍ଡା।
 
ସୂଚନାନୁସାରେ ପ୍ରଧାନ ମନ୍ତ୍ରୀଙ୍କ ଠାରୁ ସମ୍ବର୍ଦ୍ଧନା ନେବାକୁ ଭୁବନେଶ୍ୱର ଆସି ବାବୁଲା ନିଖୋକ ହୋଇଯାଇଥିଲେ । ତାଙ୍କୁ ଭୁବନେଶ୍ୱରରୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇଥିଲା । ଗତ ଏପ୍ରିଲ ୨୭ରୁ ବାବୁଲା ଏସସିବିର ଟ୍ରୋମା କେୟାର ଆଇସିୟୁରେ ଚିକିତ୍ସାଧୀନ ଥିଲେ । ବର୍ତ୍ତମାନ ବାବୁଲା ସୁସ୍ଥ ଥିବା ମେଡିକାଲ ସୂତ୍ରରୁ ଜଣାପଡିଛି।
  • Tags:

Subscribe

National International State Sports Entertainment