ଜିଓ ପ୍ରଭାବ: ଆଇଡିଆର ୩୨୫ କୋଟି ୬ ଲକ୍ଷ ଟଙ୍କା କ୍ଷତି
Khabar Odisha:idea-cellular-q4-loss-at-rs-325-6-cr-as-jio-entry-takes-toll

ନୂଆଦିଲ୍ଲୀ,ମେ୧୩(ଖବର ଓଡ଼ିଶା): ଟେଲିକମ ସେକ୍ଟରରେ ପ୍ରାଇସକୁ ନେଇ ଦେଶରେ  ତୃତୀୟ ବଡ଼ ଟେଲିକମ କମ୍ପାନୀ ଆଇଡିଆ ସେଲୁଲାର ଉପରେ ବହୁତ ବଡ଼ ପ୍ରଭାବ ପଡ଼ିଛି। ଆର୍ଥିକ ବର୍ଷ ୨୦୧୬-୧୭ର ଚତୁର୍ଥ ତ୍ରୋୟୋମାସିକରେ ଆଇଡିଆର ୩୨୫ କୋଟି ୬ ଲକ୍ଷ ଟଙ୍କା କ୍ଷତି ହୋଇଛି। ଏହା ସହ କମ୍ପାନୀର କାରବାର  ୧୩.୭ ପ୍ରତିଶତ ହ୍ରାସ ପାଇ ୮ ହଜାର ୧୯୪ କୋଟି ଟଙ୍କାରେ ପହଞ୍ଚିଛି। ଆଇଡିଆ ବାର୍ଷିକ କାରବାର ଆଧାରରେ ସେଲୁଲାରକୁ ପ୍ରଥମ କରି ୨୦୧୬-୧୭ରେ ୪୦୪ କୋଟି ଟଙ୍କା କ୍ଷତି ସହ୍ୟ  କରିବାକୁ ପଡ଼ିଛି। ଏହା ପୂର୍ବରୁ ଗତ ଆର୍ଥିକ ବର୍ଷରେ ଆଇଡିଆ ୨ ହଜାର ୭୧୪ କୋଟି ଟଙ୍କା ମୁନାଫା ହାସଲ କରିଥିଲା।

ଉଲ୍ଲେଖନୀୟ, ୨୦୧୬ ସେପ୍ଟେମ୍ବରରେ ରିଲାଏନ୍ସ ଜିଓ ଲଞ୍ଚ ପରେ ଆଇଡିଆ ଲଗାତାର ଦ୍ଵିତୀୟ ତ୍ରୋୟୋମାସିକରେ ମଧ୍ୟ କ୍ଷତି ସହିବାକୁ ପଡ଼ିଛି। କମ୍ପାନୀ ୨୦୧୬ ଅକ୍ଟୋବର-ଡିସେମ୍ବର ତ୍ରୋୟୋମାସିକରେ ପ୍ରଥମ କରି  ୩୮୩ କୋଟି ୮୭ ଲକ୍ଷ ଟଙ୍କା କ୍ଷତି ସହିବାକୁ ପଡ଼ିଥିଲା। ଏହାର ପୂର୍ବ ତ୍ରୋୟୋମାସିକରେ କମ୍ପାନୀର ୬୫୯ କୋଟି ୩୫ ଲକ୍ଷ ଟଙ୍କା ଲାଭ ହୋଇଥିଲ। ଆଇଡିଆ ନିଜ ବୟାନରେ କହିଛି ଯେ ଟେଲିକମ ଶିଳ୍ପରେ ନୂତନ କରି ପାଦ ଦେଇଥିବା ରିଲାଏନ୍ସ ଜିଓ ପକ୍ଷରୁ ଦିଆଯାଇଥିବା  ଫ୍ରୀ ଭଏସ କଲ ଓ ମୋବାଇଲ ଡାଟା କାରଣରୁ ଭାରତୀୟ ଓ୍ଵାଏରଲେସ ଶିଳ୍ପ ଆର୍ଥିକ ବର୍ଷ ୨୦୧୬-୧୭ର ଶେଷ ଭାଗରେ ଗୁରୁତର ଭାବେ ପ୍ରଭାବିତ ହୋଇଥିଲା। 

  • Tags:

Subscribe

National International State Sports Entertainment