କତାରରେ ଆଜିଠାରୁ ଆରମ୍ଭ ହେବ ଫିଫା ବିଶ୍ବକପ୍ ।ଭାରତୀୟ ସମୟ ରାତି ସାଢେ ୯ଟାରେ ଏହି ମ୍ୟାଚ୍ ଆରମ୍ଭ ହେବ। ଏହା ପୂର୍ବରୁ ରଙ୍ଗାରଙ୍ଗ ଉଦ୍ ଘାଟନୀ କାର୍ଯ୍ୟକ୍ରମ ରହିଛି । ପ୍ରଥମ ତଥା ଉଦଘାଟନୀ ମ୍ୟାଚ୍ ଆୟୋଜକ କତାର -ଇକ୍ବେଡର ମଧ୍ୟରେ ଖେଳାଯିବ । କତାରରେ ସର୍ବସାଧାରଣରେ ଆଲ୍ କହଲ୍ ବ୍ୟବହାର କରିବାକୁ ବାରଣ ରହିଛି।ବିଭିନ୍ନ ଦଳ ଜୋରଦାର ଅଭ୍ୟାସ ଜାରି ରଖିବା ସହ ବିଶ୍ବକପ୍ ପାଇଁ ଜୋରଦାର ପ୍ରସ୍ତୁତ କରିଛନ୍ତି । ଏଥର ୩୨ ଟି ଟିମ୍ ୮ଟି ଗ୍ରୁପରେ ରହିଛନ୍ତି ।ପୋଷାକ ପରିଧାନ ଉପରେ ଥିବା କଟକଣାରେ ସାମାନ୍ୟ କୋହଳ କରିଛନ୍ତି କତାର ସରକାର।