ପାଖେଇ ଆସୁଛି ଝାରସୁଗୁଡ଼ା ଉପନିର୍ବାଚନ । ଏଥିପାଇଁ ଜୋର ଧରିଲାଣି ପ୍ରଚାର । ହାତରେ ଆଉ ମାତ୍ର 14 ଦିନ ଥିବା ବେଳେ ପ୍ରଚାର ସାରିବାକୁ ରହିଛି ଆଉ ମାତ୍ର 12 ଦିନ l ତେଣୁ ସବୁ ଦଳ ପାର୍ଥି ନିଜର ପ୍ରଚାରକୁ ଜୋରଦାର କରିଛନ୍ତି l
ଝାରସୁଗୁଡ଼ାରେ ଡେରା ପକାଇଲେଣି ତିନି ପ୍ରମୁଖ ରାଜନୈତିକ ଦଳର ନେତା ଓ କର୍ମୀ । ଆଜିଠାରୁ ଝାରସୁଗୁଡ଼ାରେ ପ୍ରଚାରକୁ ଅଧିକ ଜୋରଦାର କରାଯାଇଛି । ମଙ୍ଗଳବାର ସନ୍ଧ୍ୟାରେ ବିଜେପି ମହିଳା ମୋର୍ଚ୍ଚା ରାଜ୍ୟ ସଭାନେତ୍ରୀ ସ୍ମୃତି ପଟ୍ଟନାୟକ 14 ନମ୍ବର ୱାର୍ଡରେ ଘରକୁ ଘର ବୁଲି ପାର୍ଥି ଟଙ୍କଧର ତ୍ରିପାଠୀଙ୍କ ପାଇଁ ଭୋଟ ଭିକ୍ଷା କରିଥିବା ବେଳେ ବିଜେଡି ପାର୍ଥି ଦୀପାଳି ଦାସ ଝାରସୁଗୁଡା ପୌରାଞ୍ଚଳ ଓ ଲଇକେରାରେ ଅନୁଷ୍ଠିତ ମହିଳା ସମାବେଶରେ ଯୋଗଦେଇ ଭୋଟ ଭିକ୍ଷା କରିଥିଲେ l ସେପଟେ କଂଗ୍ରେସ ପାର୍ଥି ତରୁଣ ପାଣ୍ଡେ ମଧ୍ୟ ନିଜ ପ୍ରଚାର ଜାରି ରଖିଛନ୍ତି l ଆସନ୍ତା ୧୦ ତାରିଖରେ ଝାରସୁଗୁଡ଼ା ବିଧାନସଭା ପାଇଁ ଉପନିର୍ବାଚନ ହେବ । ବିଜେଡି, ବିଜେପି ଓ କଂଗ୍ରେସ ପକ୍ଷରୁ ନବାଗତଙ୍କୁ ପ୍ରାର୍ଥୀ କରାଯାଇଛି । ତେଣୁ ଏଥର ଲଢେଇ ଜୋରଦାର ହେବ ବୋଲି ଆଶା କରାଯାଉଛି ।