ଦୁଇ ମାସ ତଳେ କଂଗ୍ରେସରେ ଯୋଗ ଦେଇଥିବା ରାଜ୍ୟର ପୂର୍ବତନ ମୁଖ୍ୟ ଶାସନ ସଚିବ ବିଜୟ ପଟ୍ଟନାୟକଙ୍କୁ ଦଳ ଦେଇଛି ବଡ଼ ଦାୟିତ୍ୱ। କଂଗ୍ରେସର ପ୍ରଚାର କମିଟି ଅଧ୍ୟକ୍ଷ ହେଲେ ବିଜୟ ପଟ୍ଟନାୟକ । ସେହିପରି କଂଗ୍ରେସ ରାଜନୈତକ ବ୍ୟାପାର କମିଟିକୁ ଏଆଇସିସିର ଅନୁମୋଦନ ମିଳିଛି। ଏହି କମିଟିରେ ପ୍ରଭାରୀ ଚେଲ୍ଲା କୁମାର ଓ଼ ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ସମେତ ୨୭ଜଣ ନେତା ରହିଛନ୍ତି।
ସେହିଭଳି ଛାତ୍ର କଂଗ୍ରେସର ସଭାପତି, ଯୁବ କଂଗ୍ରେସ ସଭାପତି ଓ ସେବା ଦଳର ସଭାପତିଙ୍କ ସହ ୫ ଜଣଙ୍କୁ ନିମନ୍ତ୍ରିତ ଅତିଥି ଭାବେ କମିଟିରେ ସ୍ଥାନ ମିଳିଛି । ଗତ କିଛି ଦିନ ପୂର୍ବେ ପୂର୍ବତନ ମୁଖ୍ୟ ଶାସନ ସଚିବ ବିଜୟ ପଟ୍ଟନାୟକ କଂଗ୍ରେସରେ ସାମିଲ ହୋଇଥିଲେ । କଂଗ୍ରେସରେ ସାମିଲ ହେବା ପରେ ବିଜୟଙ୍କୁ ବଡ ଦାୟିତ୍ୱ ମିଳିବ ବୋଲି ଚର୍ଚ୍ଚା ହେଉଥିଲା । ଗତ ଫେବ୍ରୁଆରୀ ୧୦ ତାରିଖରେ ଦିଲ୍ଲୀ ସ୍ଥିତ ଏଆଇସିସି କାର୍ଯ୍ୟାଳୟରେ ବିଜୟ ପଟ୍ଟନାୟକ କଂଗ୍ରେସରେ ଯୋଗ ଦେଇଥିଲେ। ୧୯୭୬ ବ୍ୟାଚର ଏହି ପୂର୍ବତନ ଆଇଏଏସ୍ ଅଧିକାରୀ ୨୦୦୪ରୁ ୨୦୧୦ ମସିହା ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରିନ୍ସିପାଲ ସେକ୍ରେଟାରୀ ଭାବେ କାମ କରିଥିଲେ । ୨୦୧୦ ମସିହା ସେପ୍ଟେମ୍ବର ମାସରେ ସେ ରାଜ୍ୟର ମୁଖ୍ୟ ଶାସନ ସଚିବ ଭାବେ ଦାୟିତ୍ୱ ନେଇଥିଲେ । ୨୦୧୩ରେ ସେ ଅବସର ନେଇଥିଲେ।