ଗୁଣୁପୁର: ରାୟଗଡ଼ା ଜିଲ୍ଲା ପାଲୁପାଇ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଟ୍ୟାଙ୍କର ଓ ବାଇକ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଫଳରେ ୨ ଜଣଙ୍କର ମୃତ୍ୟୁ ହୋଇଛି । ପୋଲିସ ଘଟଣାର ତଦନ୍ତ ଜାରି ରଖିଛି ।
ସୂଚନା ଅନୁସାରେ, ୩୨୬ ନମ୍ବର ଜାତୀୟ ରାଜପଥରେ ଟ୍ୟାଙ୍କର ଓ ବାଇକ୍ ମୁହାଁମୁହିଁ ହୋଇଛନ୍ତି। ଦୁର୍ଘଟଣାରେ ୨ ବାଇକ ଆରୋହୀଙ୍କର ମୃତ୍ୟୁ ହୋଇଛି । ସେମାନଙ୍କର ପରିଚୟ ଅସ୍ପଷ୍ଟ ରହିଛି । ଏନେଇ ରାମନାଗୁଡା ପୋଲିସକୁ ଖବର ଦିଆଯାଇଥିଲା । ଖବର ପାଇ, ରାମନାଗୁଡା ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରି ରାମନାଗୁଡ଼ା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ରଖିଥିବା ଜଣାପଡିଛି । ପୋଲିସ ମୃତକଙ୍କ ପରିଚୟ ଖୋଜୁଛି ।