Home >
କରୋନାର ତୃତୀୟ ଲହର: ଗଳାବଥାରୁ ହିଁ ଆରମ୍ଭ, ସଂକ୍ରମିତଙ୍କ ଠାରେ ୨ରୁ ୩ ଦିନ ରହୁଛି ଲକ୍ଷଣ
Khabar Odisha:third-wave-of-the-coronary-artery-is-the-beginning-of-a-sore-throat-with-symptoms-lasting-2-to-3-days-in-infected-people
ଭୁବନେଶ୍ୱର, ଜାନୁଆରୀ ୧୫(ଖବର ଓଡିଶା):

କରୋନା ମହାମାରୀର ତୃତୀୟ ଲହର ଆରମ୍ଭ ହୋଇସାରିଛି । ତୃତୀୟ ଲହରର ଲକ୍ଷଣ ହେଉଛି ପ୍ରଥମେ ଗଳା ବଥା । ଗଳାବଥାରୁ ହିଁ କରୋନାର ତୃତୂୟ ଲହର ଆରମ୍ଭ ହେଉଛି । ନାକ ବନ୍ଦ ହୋଇଯାଉଥିବା ବେଳେ ମୁଣ୍ଡବିନ୍ଧା ସହ ଦେହ ଓ ହାତ ଦରଜ ହେବା ଭଳି ଲକ୍ଷଣ ଦେଖାଯାଉଛି । 

ତେବେ ଏନେଇ ରାଜ୍ୟ ସରକାରଙ୍କ ବିଶେଷଜ୍ଞ ଡାକ୍ତର ଆଜି କୋଭିଡ ୧୯ ସଚେତନତା ସମ୍ପର୍କରେ କାର୍ଯ୍ୟକ୍ରମରେ ଏହି ସୂଚନା ଦେଇଛନ୍ତି । ଯେଉଁମାନେ କରୋନା ଟିକା ନେଇ ସାରଛନ୍ତି ସେମାନେ ଅବହେଳା କରୁଛନ୍ତି । ତୃତୀୟ ଲହରରେ ଯେଉଁମାନେ କରୋନା ଦ୍ୱାରା ସଂକ୍ରମିତ ହେଉଛନ୍ତି ସେମାନଙ୍କ ଠାରେ ଲକ୍ଷଣ ୨ରୁ ୩ ଦିନ ରହୁଛି । 

ସେହିପରି ଅନ୍ୟ ଲହର ତୁଳନାରେ ଶୀଘ୍ର କମୁଛି । ଅନ୍ୟ ଲହର ପରି ଆଘାତ ଶକ୍ତି କମିବା ଲକ୍ଷଣ ଏଥିରେ ଦେଖାଦେଉନି । କୋଭିଡର ନୂଆ ଭ୍ୟାରିଆଣ୍ଟ ପାଇଁ ସଂକ୍ରମଣ ଦ୍ରୁତ ଗତିରେ ବଢିବାରେ ଲାଗିଛି । ଏବେ ରାଜ୍ୟରେ ଦୈନିକ ସଂକ୍ରମଣ ୧୦ ହଜାରରୁ ଅଧିକ ରହୁଛି । କିଛି ଆକ୍ରାନ୍ତଙ୍କ ଡାକ୍ତରଖାନାରେ ରହିବାର ଆବଶ୍ୟକତା ପଡୁଛି । ଅଧିକାଂଶ ଲୋକଙ୍କ ପାଖରେ ସାମାନ୍ୟ ଲକ୍ଷଣ ଦେଖାଯାଉଛି ।

  • Tags:

Subscribe

National International State Sports Entertainment