ନଦୀରେ ବୁଡିଗଲେ ଯୁବକ । ମୟୁରଭଞ୍ଜ ଜିଲ୍ଲା ଯଶିପୁର ଥାନା ଅନ୍ତର୍ଗତ ରାମତୀର୍ଥ କୁମ୍ଭୀର ପ୍ରକଳ୍ପ ନିକଟରେ ବୋହି ଯାଇଥିବା ଖଇରୀ-ଭଣ୍ଡନ ନଦୀରେ ବୁଡି ଯୁବକ ମୃତ୍ୟୁ। ସୂଚନା ମୁତାବକ ମୃତ ଯୁବକ ଜଣକ ହେଲେ ବାଦାମ-ପାହାଡ଼ ଥାନା ଅନ୍ତର୍ଗତ ମଝିଗାଁ ଗ୍ରାମର ସୁବାସ ମହାନ୍ତ । ସୁବାସ ଯଶିପୁର ନିକଟ ବଡ଼-ଝୁଣପୋଶି ଗ୍ରାମକୁ ନିଜ ବାହାଘର ପାଇଁ ଝିଅ ଦେଖିବାକୁ ଆସିଥିଲେ | ଝିଅ ଦେଖିସାରି ନିକଟସ୍ଥ ରାମତୀର୍ଥ କୁମ୍ଭୀର ପ୍ରକଳ୍ପକୁ ବୁଲିବାକୁ ଯାଇଥିବା ସମୟରେ ନଦୀରେ ପଡି ଯାଇଥିଲେ । ତେବେ ନଦୀରେ ବୁଡି ଘଟଣା ସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା। ଏ ସମ୍ପର୍କରେ ଖବର ପାଇ ଯଶିପୁର ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା । ପରେ ଅଗ୍ନିଶମ ବାହିନୀ ଓ ସ୍ଥାନୀୟ ଲୋକେ ମୃତ ଦେହକୁ ଉଦ୍ଧାର କରି ଥିଲେ। ଘଟଣାରେ ଏକ ଅପମୃତ୍ୟୁ ମାମଲା ରୁଜ୍ଜୁ କରିଥିଲେ ବେଳେ ପୋଲିସ ଜବତ କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇ ଅଧିକ ତଦନ୍ତ ଆରମ୍ଭ କରିଛି।