Home >
କୁନ୍ଦୁଲି ପୀଡିତାଙ୍କ ଘରେ ପହଁଚିଲେ ଏସଆଇଟି ଟିମ୍
Khabar Odisha:state-odisha-sit-team-in-kunduli-rape-victims-house-koraput
କୋରାପୁଟ, ଡିସେମ୍ଵର ୦3 (ଖବର ଓଡିଶା) :

ବହୁ ଚର୍ଚ୍ଚିତ କୁନ୍ଦୁଲି ପୀଡିତାଙ୍କ ଘରେ ଆଜି ଏସଆଇଟି ଟିମ୍ ପହଁଚିଛନ୍ତି। କୁନ୍ଦୁଲି ଦୁଷ୍କର୍ମ ଓ ଆତ୍ମହତ୍ୟା ଘଟଣାରେ ଏସଆଇଟି ତଦନ୍ତ ହେଉଛି। ୩ ଜଣିଆ ଏସଆଇଟି ଟିମ୍ ପୀଡିତାଙ୍କ ଗାଁକୁ ଯାଇ ଆଜି ତଦନ୍ତ କରିଛି । ଏତଦ୍ ବ୍ୟତୀତ ଯେଉଁ ସ୍ଥାନରେ ଦୁଷ୍କର୍ମ ଅଭିଯୋଗ ହୋଇଥିଲା ସେହି ସ୍ଥାନ ମଧ୍ୟ ଏସଆଇଟି ଟିମ୍ ବୁଲି ଦେଖିଛନ୍ତି। ହାଇକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ଏସଆଇଟି ସ୍ତରୀୟ ତଦନ୍ତ ଆରମ୍ଭ ହୋଇଛି। ୩ଟି ରେଞ୍ଜର ଡିଆଇଜିଙ୍କୁ ନେଇ ଏସଆଇଟି ଗଠନ ହୋଇଛି। 

ବହୁ ଚର୍ଚ୍ଚିତ କୁନ୍ଦୁଲି ଗଣବଳାତ୍କାର ଏବଂ ଆତ୍ମହତ୍ୟା ମାମଲାର ତଦନ୍ତ କରିବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ଗତ ସୋମବାର ଏସଆଇଟି ଟିମର ପ୍ରଥମ ବୈଠକ କରାଯାଇଥିଲା। କୋରାପୁଟ ଡିଆଇଜିଙ୍କ କାର‌୍ୟ୍ୟାଳୟରେ ଡିଆଇଜି ସଫିନ୍ ଅହମ୍ମଦ କେ, ସତ୍ୟବ୍ରତ ଭୋଇ, ହିମାଂଶୁ ଲାଲଙ୍କୁ ନେଇ ବୈଠକ ହୋଇଥିଲା। ଏହି ବୈଠକ କୁନ୍ଦୁଲି ପୀଡିତାଙ୍କ ମା, ଭାଇ ଓ ଖୁଡୀ ଉପସ୍ଥିତ ଥିଲେ। ନ୍ୟାୟ ଦେବା ପାଇଁ ଯଥେଷ୍ଟ ଚେଷ୍ଟା କରିବୁ ବୋଲି ବୈଠକ ପରେ ଡିଆଇଜି ସଫିନ୍ ଅହମ୍ମଦ କେ ସୂଚନା ଦେଇଥିଲେ। 

ଅପର ପକ୍ଷରେ ନ୍ୟାୟ ନମିଳିଲେ ମରିଯିବି ବୋଲି ଏସଆଇଟିର ପ୍ରଥମ ତଦନ୍ତ ବୈଠକରେ ଯୋଗ ଦେବା ପରେ ଦୁଷ୍କର୍ମ ପୀଡିତାଙ୍କ ମା ଗତକାଲି କହିଥିଲେ। ତେବେ ଏସଆଇଟି ଟିମ୍ ଗଠନ ହେବା ପରେ ତାଙ୍କ ଝିଅଙ୍କୁ ନିଶ୍ଚୟ ନ୍ୟାୟ ମିଳିବ ବୋଲି ପୀଡିତାଙ୍କ ପରିବାର ଆଶାବାଦୀ ଅଛନ୍ତି। ଏନେଇ ପୀଡିତାଙ୍କ ମା କହିଥିଲେ ଯେ, ଅନେକ ତଦନ୍ତ ହୋଇଛି, ନ୍ୟାୟ ମିଳିନି। ନ୍ୟାୟ ନପାଇ ଝିଅ ମରିଗଲା, ନ୍ୟାୟ ନ ପାଇଲେ ମୁଁ ବି ମରିଯିବି। ସେହିପରି ଏସଆଇଟି ତଦନ୍ତରେ ନ୍ୟାୟ ମିଳିବା ଆଶା ରଖିଛୁ। ପୂର୍ବରୁ ଅନେକ ତଦନ୍ତ ହୋଇଛି, ତଥାପି ମୂଳରୁ ସିବିଆଇ ତଦନ୍ତ ଦାବି କରିଛୁ ବୋଲି ପୀଡିତାଙ୍କ ଭାଇ କହିଥିଲେ।

Subscribe

National International State Sports Entertainment