Home >
ଗୋପବନ୍ଧୁ ଦାସଙ୍କ ଜନ୍ମସ୍ଥାନକୁ ନିୟମିତ ରାସ୍ତା ନଥିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ: ବିଜେପି
Khabar Odisha:state-odisha-no-road-to-gopabandhu-das-village-bjp-says-it-shameful
ଭୁବନେଶ୍ୱର, ଅକ୍ଟୋବର ୦୯(ଖବର ଓଡିଶା):

ଆଜି ମହାନ ସ୍ୱାଧୀନତା ସଂଗ୍ରାମୀ, କବି, ଲେଖକ, ଏବଂ ଦୈନିକ ଖବରକାଗଜ ସମାଜ ଓ ସତ୍ୟବାଦୀ ପତ୍ରିକାର ପ୍ରତିଷ୍ଠାତା ଉକ୍ରଳମଣି ଗୋପବନ୍ଧୁ ଦାସଙ୍କ ଜନ୍ମ ଜୟନ୍ତୀ । ଏହି ଅବସରରେ ରାଜ୍ୟ ବିଜେପିର ଏକ ପ୍ରତିନିଧୀ ଦଳ ସାକ୍ଷୀଗୋପାଳ ସ୍ଥିତ ଗୋପବନ୍ଧୁଙ୍କ ଜନ୍ମ ସ୍ଥାନ ସୁଆଣ୍ଡୋ ଗ୍ରାମ ଏବଂ ବକୁଳବନସ୍ଥିତ ସମାଧି ପୀଠରେ ପହଂଚି ଗୋପବନ୍ଧୁଙ୍କ ପ୍ରତିମୂର୍ତିରେ ମାଲ୍ୟାର୍ପଣ କରିବାସହ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ ।

ବିଜେପି ନେତୃବୃନ୍ଦ ଉକ୍ରଳମଣିଙ୍କ ସ୍ମୃତି ଚାରଣ କରିବା ସହ ତାଙ୍କର ତ୍ୟାଗପୂତ ଜୀବନ ସଂର୍ପକରେ ଆଲୋକପାତ କରିଥିଲେ । ଉକ୍ରଳମଣି ଗୋପବନ୍ଧୁ ଓଡିଆ ଭାଷା ବିଲୋପ ବିରୁଦ୍ଧରେ ପ୍ରତିବାଦ କରିଥିଲେ । ତାଙ୍କର ଆହ୍ୱାନ ଥିଲା କି, ପ୍ରତ୍ୟେକ ବ୍ୟକ୍ତି ଓ ଜାତିର ପରିଚୟ ହେଉଛି ତାହାର ଭାଷା । ଭାଷା ହିଁ ଜାତିର ପ୍ରାଣ ସ୍ପନ୍ଦନ । ସେହିପରି କଲିକତାରେ ସେ ଉଚ୍ଚ ଶିକ୍ଷା କରୁଥିବା ସମୟରେ ପ୍ରବାସୀ ଓଡିଆଙ୍କ ଦୁଃଖ ଦୁର୍ଦ୍ଦଶାରେ ବ୍ୟଥିତ ହୋଇ ଓଡିଶା ଶ୍ରମିକ ସଂଘ ଏବଂ ସାଂଧ୍ୟ ବିଦ୍ୟାଳୟ ପ୍ରତିଷ୍ଠା କରିଥିଲେ । ସ୍ୱତନ୍ତ୍ର ଓଡିଶା ପ୍ରଦେଶ ଗଠନରେ ତାଙ୍କର ଯୋଗଦାନ ଅତୁଳନୀୟ ଥିଲା । କିନ୍ତୁ ଏବେ ସବୁଠୁ ଦୁଃଖ ଏବଂ ପରିତାପର ବିଷୟ ହେଉଛି କି, ସ୍ୱାଧୀନତାର ୭୨ ବର୍ଷ ପରେ ବି ପଣ୍ଡିତ ଗୋପବନ୍ଧ୍‌ୁ ଦାସଙ୍କ ଜନ୍ମସ୍ଥାନକୁ ଏକ ନିୟମିତ ରାସ୍ତା ହୋଇପାରିନାହିଁ । ରାଜ୍ୟସରକାର ତୁରନ୍ତ ସୁଆଣ୍ଡୋ ଗ୍ରାମକୁ ସବୁଦିନିଆ ରାସ୍ତାରେ ମୁଖ୍ୟ ରାସ୍ତା ସହ ସଂଯୋଗ କରିବା ଏବଂ ଗୋପବନ୍ଧୁୁଙ୍କ ଜନସ୍ଥାନକୁ ଉନ୍ନତିକରଣ କରି ପ୍ରଚାର ପ୍ରସାର କରିବା ପାଇଁ କୃଷକ ମୋର୍ଚ୍ଚା ସାଧାରଣ ସଂପାଦକ ସୁରଥ ବିଶ୍ୱାଳ ଦାବି କରିଛନ୍ତି ।

ଏହି ଅବସରରେ ପୁରୀ ଜିଲ୍ଲା ସଭାପତି ପ୍ରଭଜଂନ ମହାପାତ୍ର, ବରିଷ୍ଠ ନେତା କୃଷ୍ଣ ଜଗଦେବ, ବିରଂଚି ତ୍ରିପାଠୀ, ଆଶ୍ରିତ ପଟ୍ଟନାୟକ, ଓମ ପ୍ରକାଶ ମିଶ୍ର ଏବଂ ଜୟନ୍ତ ଦାସ ପ୍ରମୁଖ ଉପସ୍ଥିତ ଥିଲେ ।

  • Tags:

Subscribe

National International State Sports Entertainment