Home >
ରାଜ୍ୟ ସରକାରୀ କର୍ମଚାରୀଙ୍କ ପାଇଁ ଖୁସିର ଖବର, ୨୮, ୨୯ ଓ ୩୧ରେ ବସିବ ପଦୋନ୍ନତି ଅଦାଲତ
Khabar Odisha:state-odisha-for-the-promotion-of-state-employee-28-29-and-31-january-sit-court-promotion-odisha
ଭୁବନେଶ୍ଵର, ଜାନୁଆରୀ୧୫(ଖବର ଓଡ଼ିଶା):

 ପଦୋନ୍ନତି ଯୋଗ୍ୟ ରାଜ୍ୟ ସରକାରୀ କର୍ମଚାରୀଙ୍କ ଲାଗି ଖୁସିର ଖବର।  ଦୀର୍ଘ ଦିନର ଚାକିରି କାଳରେ ପଦୋନ୍ନତିଯୋଗ୍ୟ କର୍ମଚାରୀ, ଯେଉଁମାନେ ପଦୋନ୍ନତି ପାଇ ପାରି ନାହାନ୍ତି ସେମାନଙ୍କ ପାଇଁ ରାଜ୍ୟ ସରକାର ଆଣି ଦେଇଛନ୍ତି ପଦୋନ୍ନତି ପାଇବାର ବଡ଼ ସୁଯୋଗ। ଏଥିପାଇଁ ରାଜ୍ୟ ସରକାର ପଦକ୍ଷେପ ନେବା ଆରମ୍ଭ କରିଛନ୍ତି।  

ରାଜ୍ୟ ସରକାରଙ୍କ ଅନୁଯାୟୀ, ଯୋଗ୍ୟ କର୍ମଚାରୀମାନେ ପଦୋନ୍ନତି ଅଦାଲତରେ ଆବେଦନ କରିପାରିବେ। ଏନେଇ ଜାନୁଆରୀ ୨୮, ୨୯ ଓ ୩୧ରେ ପଦୋନ୍ନତି ଅଦାଲତ ବସିବ। ପଦୋନ୍ନତିରୁ ବଞ୍ଚିତ କର୍ମଚାରୀ ୨୩ ସୁଦ୍ଧା ଆବେଦନ ପାଇଁ ଅନୁରୋଧ କରାଯାଇଛି । gadmin.or@nic.in ରେ କର୍ମଚାରୀମାନେ ପଦୋନ୍ନତି ପାଇଁ ଆବେଦନ କରିପାରିବେ । ୬ଟି ସ୍ଥାନରେ ୬ ଜଣ ବରିଷ୍ଠ ଆଇଏଏସ୍ ଅଫିସର୍ ଏନେଇ ଶୁଣାଣି କରିବେ ।

ତେବେ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ସମସ୍ତ ଅଭିଯୋଗର ଶୁଣାଣି କରିବେ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠି । ଗୋପବନ୍ଧୁ ଏକାଡ଼େମୀରେ ଶୁଣାଣି କରିବେ ଆଇଏଏସ୍ ସୁରେଶ ମହାପାତ୍ର । ସେହିପରି କୃଷି ଭବନରେ ଶୁଣାଣି କରିବେ ଆଇଏଏସ୍ ପ୍ରଦୀପ୍ତ କୁମାର ମହାପାତ୍ର । କଳିଙ୍ଗ ଷ୍ଟାଡ଼ିଅମରେ ଶୁଣାଣି କରିବେ ଆଇଏଏସ୍ ଆର.କେ.ଶର୍ମା । ଏସ୍‌ଆଇଆର୍‌ଡ଼ି କନଫରେନ୍ସ ହଲରେ ଶୁଣାଣି କରିବେ ଆଇଏଏସ୍ ପ୍ରଦୀପ ଜେନା । ଇଡ଼କୋ କନଫରେନ୍ସ ହଲରେ ଶୁଣାଣି କରିବେ ଆଇଏଏସ୍ ମୋନା ଶର୍ମା

ଉଲ୍ଲେଖଯୋଗ୍ୟ, ଡିସେମ୍ବର ୨୩ରେ ପଦୋନ୍ନତିଯୋଗ୍ୟ କର୍ମଚାରୀଙ୍କୁ ଜାନୁଆରୀ ୧ରୁ ମିଳିବ ପଦୋନ୍ନତି  ଦିଆଯିବ ଏବଂ ପଦୋନ୍ନତି ପ୍ରକ୍ରିୟାରେ ବିଳମ୍ବ ନକରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ। ପ୍ରତିବର୍ଷ ଡିସେମ୍ବର ୩୧ ସୁଦ୍ଧା ପଦୋନ୍ନତି ପ୍ରକ୍ରିୟା ଶେଷ କରିବାକୁ ମୁଖ୍ୟମନ୍ତ୍ରୀ ବିଭାଗୀୟ ମୁଖ୍ୟଙ୍କୁ ନିର୍ଦ୍ଦେଶ ଦେଇଥିଲେ। ରାଜ୍ୟସ୍ତରୀୟ ସମସ୍ତ ସରକାରୀ ଅଫିସରେ ତ୍ଵରିତ ପଦୋନ୍ନତି ପ୍ରକ୍ରିୟା ଲାଗୁ ହେବ। ଜିଲ୍ଲା ଓ ବିଭାଗୀୟ ମୁଖ୍ୟ କାର୍ଯ୍ୟାଳୟର କର୍ମଚାରୀଙ୍କ କ୍ଷେତ୍ରରେ ଏହା ଲାଗୁ ହେବ। ପଦୋନ୍ନତି ଯୋଗ୍ୟ ପ୍ରାର୍ଥୀ ହଇରାଣ ହେଲେ ସଂପୃକ୍ତ ମୁଖ୍ୟ ଦାୟୀ ରହିବେ ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି।

Subscribe

National International State Sports Entertainment