Home >
ସ୍କୁଲ ପିଲାଙ୍କ ପାଇଁ "ମଧୁ ଆପ" ଲୋକାର୍ପିତ, ପାଇଲଟ ପ୍ରୋଜେକ୍ଟ ଭାବେ ଗଞ୍ଜାମରେ ହେଲା କାର୍ଯ୍ୟକାରୀ
Khabar Odisha:state-odisha-cm-naveen-patnaik-lunches-madhu-app-for-school-children
ଭୁବନେଶ୍ୱର, ଡିସେମ୍ଵର ୦୩ (ଖବର ଓଡିଶା) :

ସ୍କୁଲରେ ପଢୁଥିବା ପିଲାଙ୍କୁ ସହଜରେ ପାଠ ବୁଝାଇବା ପାଇଁ ରାଜ୍ୟ ସରକାର ଟେକ୍ନୌଲଜିର ସାହାଯ୍ୟ ନେଇଛନ୍ତି । ପିଲାଙ୍କୁ ସହଜରେ ପାଠ ବୁଝାଇବା ପାଇଁ ରାଜ୍ୟ ସରକାର “ମଧୁ ଆପ” ନାମକ ଏକ ଆପ ତିଆରି କରିଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଙ୍ଗଳବାର ଦିନ ଲୋକସେବା ଭବନରେ ଏହି ଆପର ଶୁଭାରମ୍ଭ କରିଛନ୍ତି । ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ନାଁରେ ଏହି ଆପର ନାମକରଣ କରାଯାଇଛି ।   

ପାଇଲଟ ପ୍ରୋଜେକ୍ଟ ଭାବେ ଏହି ବ୍ୟବସ୍ଥାକୁ ଏବେ କେବଳ ଗଞ୍ଜାମ ଜିଲ୍ଲାରେ କାର୍ଯ୍ୟକାରୀ କରାଯାଇଛି । ଏହା ସଫଳ ହେଲେ ପରବର୍ତ୍ତୀ ସମୟରେ ସମଗ୍ର ରାଜ୍ୟରେ ଲାଗୁ କରାଯିବ। ପ୍ରଥମ ଦିନରେ ଗଞ୍ଜାମ ଜିଲ୍ଲାର 22ଟି ବ୍ଲକର ସ୍କୁଲର ଛାତ୍ରଛାତ୍ରୀଙ୍କ ସହ ମୁଖ୍ୟମନ୍ତ୍ରୀ ଏହି ଆପ ମାଧ୍ୟମରେ କଥାବାର୍ତ୍ତା ହୋଇଛନ୍ତି । ଏହି ଅବସରରେ ଛାତ୍ରଛାତ୍ରୀଙ୍କୁ ଭଲ ପାଠ ପଢି ଦେଶର ମାନ ବୃଦ୍ଧି କରିବା ପାଇଁ ପରାମର୍ଶ ଦେଇଥିଲେ । 

ଲୋକସଭାରେ ଆୟୋଜିକ ହୋଇଥିବା କାର୍ଯ୍ୟକ୍ରମରେ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ, ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ, ଉନ୍ନୟନ କମିଶନର ପ୍ରମୁଖ ଯୋଗ ଦେଇଥିଲେ।

Subscribe

National International State Sports Entertainment