Home >
୨୦୧୮ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ଘୋଷଣା : ଅର୍ଚ୍ଚିତା 'ଶ୍ରେଷ୍ଠ ଅଭିନେତ୍ରୀ' ଓ ମିହିର ଦାସ 'ଶ୍ରେଷ୍ଠ ଅଭିନେତା' ଭାବେ ହେବେ ପୁରସ୍କୃତ
Khabar Odisha:state-odisha-State-Film-Awards-Film-maker-Akshay-Parija-to-get-prestigious-Mohan-Sunder-Dev-Goswami-Samman
ଭୁବନେଶ୍ଵର, ଡିସେମ୍ଵର ୧୦ (ଖବର ଓଡିଶା) :

 ଆଜି ୨୦୧୮ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ଘୋଷଣା କରାଯାଇଛି। ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ ଏକ ସାମ୍ବାଦିକ ସମ୍ମିଳନୀରେ ଏହି ଘୋଷଣା କରିଛନ୍ତି। ୨୦୧୮ରେ ବିଶିଷ୍ଟ ନାଟ୍ୟକାର ତଥା ସଂଳାପକାର ବିଜୟ ମିଶ୍ରଙ୍କୁ ସମ୍ମାନଜନକ 'ଜୟଦେବ ପୁରସ୍କାର' ପ୍ରଦାନ କରାଯିବ। ସେହିଭଳି ବରିଷ୍ଠ ଅଭିନେତା ମିହିର ଦାସଙ୍କୁ 'ଶ୍ରେଷ୍ଠ ଅଭିନେତା' ଭାବେ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ଓ ଚାମ୍ପିୟନରେ ଦାମଦାର ଅଭିନୟ ପାଇଁ ପୁରସ୍କାର ଅର୍ଚ୍ଚିତାଙ୍କୁ 'ଶ୍ରେଷ୍ଠ ଅଭିନେତ୍ରୀ' ଦିଆଯିବ ବୋଲି ଘୋଷଣା କରାଯାଇଛି। 

ସେହିପରି ଶ୍ରେଷ୍ଠ ଚଳଚ୍ଚିତ୍ର 'ଭିଜା ମାଟିର ସ୍ୱର୍ଗ' ପାଇଁ ଅକ୍ଷୟ ପରିଜାଙ୍କୁ ମୋହନ ସୁନ୍ଦର ଦେବ ଗୋସ୍ୱାମୀ ସମ୍ମାନ ପ୍ରଦାନ କରାଯିବ। 'ଫେରିଆ କମବ୍ୟାକ୍' ପାଇଁ ଶାନ୍ତିରାଜ୍ ଖୋସ୍‌ଲାଙ୍କୁ 'ଶ୍ରେଷ୍ଠ ସଙ୍ଗୀତ ନିର୍ଦ୍ଦେଶକ', ବସନ୍ତରାଜ ସାମଲ 'ଶ୍ରେଷ୍ଠ ଗୀତିକାର', କରୁଣାକର 'ଶ୍ରେଷ୍ଠ ପ୍ରଚ୍ଛଦପଟ୍ଟ ଗାୟକ' ଓ ଅନ୍ତରା ଚକ୍ରବର୍ତ୍ତୀ 'ଶ୍ରେଷ୍ଠ ପ୍ରଚ୍ଛଦପଟ୍ଟ ଗାୟିକା' ଭାବେ ଏହି ପୁରସ୍କାର ପାଇବାକୁ ମନୋନୀତ ହୋଇଛନ୍ତି। ଏହି ଫିଲ୍ମ ଅଧିକାଂଶ କ୍ୟାଟେଗୋରୀରେ ପୁରସ୍କାର ହାସଲ କରିଛି । ଫିଲ୍ମ ପାଇଁ ମନମୋହନ ମହାପାତ୍ର ଶ୍ରେଷ୍ଠ ନିର୍ଦ୍ଦେଶକ ଭାବେ ବିବେଚିତ ହୋଇଛନ୍ତି । 

ଏତଦ୍ ବ୍ୟତୀତ ଶ୍ରେଷ୍ଠ କାହାଣୀକାରଭାବେ ଡି ନିରଞ୍ଜନ ରେଡ୍ଡୀ ଏବଂ ଶ୍ରେଷ୍ଠ ସଂଳାପ ଲେଖକ ଭାବେ ନନ୍ଦଲାଲ ମହାପାତ୍ରଙ୍କୁ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ପ୍ରଦାନ କରାଯିବ ବୋଲି ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଘୋଷଣା କରିଛନ୍ତି।

Subscribe

National International State Sports Entertainment