Home >
ପୋଖରୀରେ ବୁଡି ୩ ମୃତ
Khabar Odisha:state-odisha-3-people-drowned-in-pond-in-dhenkanal
ଢେଙ୍କାନାଳ, ଅକ୍ଟୋବର ୦୯(ଖବର ଓଡିଶା):

ଢେଙ୍କାନାଳ ଜିଲ୍ଲାରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଜିଲ୍ଲାର ବିଭିନ୍ନ ସ୍ଥାନରେ ପୋଖରୀରେ ବୁଡି ୩ଜଣ ପ୍ରାଣ ହରାଇଛନ୍ତି ।

ଆଜି ଜିଲ୍ଲାର କଂଟାବଣିଆ ଥାନା ଅନ୍ତର୍ଗତ ଇଟାପ ଗ୍ରାମରେ ଥିବା ଏକ ପୋଖରୀରେ ୨ଜଣ ଭାଇଭଉଣୀ ବୁଡି ଯାଇଥିଲେ । ସେମାନଙ୍କୁ ଉଦ୍ଧାର କରିବା ବେଳକୁ ଉଭୟଙ୍କର ମୃତ୍ୟୁ ହୋଇସାରିଥିଲା । ୨ଜଣ ସେମାନଙ୍କ ଜେଜେ ମାଙ୍କ ସହ ଗାଧୋଇବାକୁ ଯିବା ସମୟରେ ଏହି ଅଘଟଣ ଘଟିଥିଲା ।

ଅନ୍ୟ ଏକ ଘଟଣାକ୍ରମେ ଭୁବନ ଏନଏସସିର ୧୨ ନମ୍ବର ୱାର୍ଡରେ ଥିବା ଏକ ପୋଖରୀରେ ବୁଡି ଜଣେ ୧୬ବର୍ଷର ବାଳକ ପ୍ରାଣ ହରାଇଛନ୍ତି । ପେଖାରୀ ନିକଟରେ ଖେଳୁଥିବା ବେଳେ ବାଳକଟିର ଗୋଡ ଖସି ଯାଇଥିଲା । ତେବେ ପାଣିର ପରିମାଣ ଅଧିକ ଥିବାରୁ ବାଳକଟି ବାହାରି ପାରି ନଥିଲା । ଫଳରେ ତାହାର ମୃତ୍ୟୁ ହୋଇଯାଇଥିଲା ।

  • Tags:

Subscribe

National International State Sports Entertainment