Home >
ଦଳ ଚୟନ ପୂର୍ବରୁ ସଙ୍କ କମାଲ, ୨୨ ଚୌକା ଓ ୨ ଛକା ମାରି ଖେଳିଲେ ୧୫୦ ରନର ଧୂଆଁଧାର ପାଳି
Khabar Odisha:sports--cricket--odisha-cricket-india-a-vs-new-zealand-a-prithvi-shaw-hits-150-runs-against-new-zealand-
ନୂଆଦିଲ୍ଲୀ, ଜାନୁଆରୀ୧୯(ଖବର ଓଡ଼ିଶା):

 ଭାରତୀୟ ଦଳ ସଂପ୍ରତି ଅଷ୍ଟ୍ରେଲିଆ ବିପକ୍ଷ ଘରୋଇ ଦିନିକିଆ ଖେଳିବାରେ ବ୍ୟସ୍ତ ଅଛି। ଏହା ପରେ ଦଳ ନ୍ୟୁଜିଲାଣ୍ଡ ଗସ୍ତରେ ଯିବ। ଭାରତୀୟ ଦଳ ନ୍ୟୁଜିଲାଣ୍ଡ ବିପକ୍ଷରେ ୫ ଟି-୨୦,  ତିନୋଟି ଦିନିକିଆ ଓ ଦୁଇଟି ଟେଷ୍ଟ ମ୍ୟାଚ୍ ଖେଳିବ। ପୂର୍ବରୁ ଟି-୨୦ ପାଇଁ ଦଳ ଚୟନ ହୋଇ ସାରିଥିବା ବେଳେ ଆଜି ଦିନିକିଆ ଓ ଟେଷ୍ଟ ଶୃଙ୍ଖଳା ପାଇଁ ଦଳ ଚୟନ ହେବାକୁ ଯାଉଛି। କୁହାଯାଉଛି ଯେ, ପୃଥ୍ଵୀ ସଙ୍କ ଆହତ କାରଣରୁ ଦିନିକିଆ ଦଳର ଚୟନ କରାଯାଇନଥିଲା। ଏବେ ସେ ଫିଟ୍ ଅଛନ୍ତି ଏବଂ ଭାରତୀୟ ଏ ଦଳ ସହିତ ନ୍ୟୁଜିଲାଣ୍ଡ ଗସ୍ତରେ ଅଛନ୍ତି।  ନ୍ୟୁଜିଲାଣ୍ଡ ଏ ବିପକ୍ଷ ଦିନିକିଆ ମ୍ୟାଚରେ ସେ ଆଜି ଧୂଆଁଧାର ବ୍ୟାଟିଂ କରିଛନ୍ତି ଏବଂ ଜାତୀୟ ଦଳରେ ନିଜକୁ ସାମିଲ ପାଇଁ ପ୍ରବଳ ଦାବିଦାର ଉପସ୍ଥାପନ କରିଛନ୍ତି।

ଆଘାତ ସମସ୍ୟାରୁ ମୁକୁଳି ପ୍ରତ୍ୟାବର୍ତ୍ତନ କରିଥିବା ସ ନ୍ୟୁଜିଲାଣ୍ଡ ଏକାଦଶ ବିପକ୍ଷରେ ୧୦୦ ବଲରୁ ୨୨ ଚୌକା ଓ ୨ ଛକା ବଳରେ ୧୫୦ ରନ କରିଛନ୍ତି। ତାଙ୍କ ଏହି ଦମଦାର ପାଳି ଦମରେ ଭାରତ ଏ ପ୍ରଥମେ ବ୍ୟାଟିଂ କରି ବିଶାଳ ୩୭୨ ରନ କରିଥିଲା।

ପ୍ରଥମେ ଡୋପିଂ କାରଣରୁ ଆଠ ମାସ କ୍ରିକେଟରୁ ନିଲମ୍ବିତ ହେବା ପରେ ସ କ୍ରିକେଟକୁ ପ୍ରତ୍ୟାବର୍ତ୍ତନ କରିଥିଲେ। ଏହା ପରେ ରଣଜୀ ଟ୍ରଫି ମ୍ୟାଚରେ ଆହତ  ହୋଇଥିଲେ। ତାଙ୍କ କାନ୍ଧରେ ଆଘାତ ଲାଗିଥିଲା, ଏହି କାରଣରୁ ସେ ନ୍ୟୁଜିଲାଣ୍ଡ ଏ ବିପକ୍ଷରେ ଖେଳାଯାଇଥିବା ଦୁଇଟି ଅଭ୍ୟାସ ମ୍ୟାଚରେ ଦଳରୁ ବାଦ୍ ପଡ଼ିଥିଲେ। 

ସଙ୍କ ଧୂଆଁଧାର ବ୍ୟାଟିଂ ବ୍ୟତୀତ ବିଜୟ ଶଙ୍କର ମଧ୍ୟ ଅର୍ଦ୍ଧଶତକ ଅର୍ଜନ କରି  ଜାତୀୟ ଦଳ ଲାଗି ନିଜର ଦାବିଦାର ଉପସ୍ଥାପନ କରିଛନ୍ତି। ଶଙ୍କର ୪୧ ବଲରେ ୫୮ ରନ କରିଛନ୍ତି। ତାଙ୍କ ବ୍ୟତୀତ ମୟଙ୍କ ଅଗ୍ରଓ୍ଵାଲ ୩୨, ଅଧିନାୟକ ଶୁଭମାନ ଗିଲ ୨୪, ସୂର୍ଯ୍ୟକୁମାର ଯାଦବ ୨୬, ଇଶାନ କିଶନ୧୪, କୃଣାଲ ପାଣ୍ଡ୍ୟା ୩୨, ଅକ୍ଷର ପଟେଲ ୧୫ର ନ କରିଥିଲେ।

Subscribe

National International State Sports Entertainment