Home >
ରୋହିତ ମାରିଲେ ୨୯ତମ ଶତକ, ଭାଙ୍ଗିଲେ ଜୟସୁରିୟାଙ୍କ ରେକର୍ଡ଼, ପଣ୍ଟିଂଙ୍କଠୁ ଗୋଟିଏ ପାଦ ଦୂରରେ
Khabar Odisha:sports--cricket--odisha--rohit-sharma-century-record-29th-odi-century-ricky-ponting-sanath-jayasuriya-record
ବେଙ୍ଗାଲୁରୁ, ଜାନୁଆରୀ୧୯(ଖବର ଓଡ଼ିଶା):

ଭାରତୀୟ ଦିନିକିଆ ଦଳର ଉପ ଅଧିନାୟକ ତଥା ତାରକା ବ୍ୟାଟସମ୍ୟାନ ରୋହିତ ଶର୍ମା ଅଷ୍ଟ୍ରେଲିଆ ବିପକ୍ଷ ବେଙ୍ଗାଲୁରୁରେ ଖେଳାଯାଉଥିବା ନିର୍ଣ୍ଣାୟକ ତଥା ଅନ୍ତିମ ଦିନିକିଆରେ ଦମଦାର ଶତକ ଅର୍ଜନ କରିଛନ୍ତି। ରୋହିତଙ୍କ ଦିନିକିଆରେ ଏହା ହେଉଛି ୨୯ ତମ ଶତକ। ରୋହିତ ନିଜର ଶତକ ୧୦୯ଟି ବଲରୁ ପୂରଣ କରିଛନ୍ତି। ଏଥିରେ ୫ ଛକା ଓ ୮ ଚୌକା ସାମିଲ।

ବେଙ୍ଗାଲୁରୁ ମ୍ୟାଚରେ ଶତକ ଅର୍ଜନ କରିବା ମାତ୍ରେ ରୋହିତ ଶ୍ରୀଲଙ୍କାର ପୂର୍ବତନ ବଡ଼ ବ୍ୟାଟସମ୍ୟାନ ସନଥ ଜୟସୁରିୟାଙ୍କ ରେକର୍ଡ଼ ଭାଙ୍ଗିଛନ୍ତି। ଜୟସୁରିୟା ଦିନିକିଆରେ ୨୮ ଟି ଶତକ  ହାସଲ କରିଥିଲେ। ଦିନିକିଆ କ୍ରିକେଟରେ ଶତକ ମାମଲାରେ ରୋହିତ ଶର୍ମା ଏବେ ସନଥ ଜୟସୁରିୟାଙ୍କୁ ପଛରେ ପକାଇ ଶତକ ତାଲିକାର ଚତୁର୍ଥ ସ୍ଥାନରେ ପହଞ୍ଚିଛନ୍ତି। 

ସର୍ବାଧିକ ଶତକ ମାମଲାରେ ରୋହିତ ଏବେ ରିକି ପଣ୍ଟିଂଙ୍କଠୁ କେବଳ ଗୋଟିଏ ଶତକ ପଛରେ ଅଛନ୍ତି। ରିକି ପଣ୍ଟିଂ ଦିନିକିଆରେ ୩୦ ଶତକ ହାସଲ କରିଛନ୍ତି। ଏହି ତାଲିକାର ଶୀର୍ଷରେ ଅଛନ୍ତି ଭାରତର ପୂର୍ବତନ ମହାନ ବ୍ୟାଟସମ୍ୟାନ ସଚିନ ତେନ୍ଦୁଲକର। ସେ ଦିନିକିଆରେ ୪୯ଟି ଶତକ ଅର୍ଜନ କରିଛନ୍ତି। ତାଙ୍କ ପଛକୁ ଅଛନ୍ତି ଭାରତୀୟ ଅଧିନାୟକ ବିରାଟ କୋହଲି। କୋହଲି ଅଦ୍ୟାବଧି ୪୩ଟି ଶତକ ଅର୍ଜନ କରିଛନ୍ତି। 

ଦିନିକିଆରେ ସର୍ବାଧିକ ଶତକ

୧ ସଚିନ ତେନ୍ଦୁଲକର – ୪୯

୨ ବିରାଟ କୋହଲି- ୪୩

୩ ରିକି ପଣ୍ଟିଂ- ୩୦

୪ ରୋହିତ ଶର୍ମା- ୨୯

୫ ସନତ ଜୟସୁରିୟା- ୨୮

Subscribe

National International State Sports Entertainment