Home >
ବିଜେପି ସରକାର ହେଲେ ଚାଷୀଙ୍କୁ ବିନା ସୁଧରେ ଋଣ ସହ ସବୁ ଜିଲ୍ଲାକୁ ରେଳ ଲାଇନ ସଂଯୋଗ
Khabar Odisha:politics-odisha-central-minister-dharmendra-pradhan-targeted-naven-from-jharsuguda
ବ୍ରଜରାଜନଗର, ଏପ୍ରିଲ ୧୫(ଖବର ଓଡିଶା):

ଓଡିଶାର ବିକାଶ ପାଇଁ ଦିଲ୍ଲୀର ମୋଦୀଙ୍କ ସରକାର ଅନେକ ଆର୍ଥିକ ସହାୟତା ଓ ସହଯୋଗ କରୁଥିବା ବେଳେ ସେହି ପଇସା ଭୁବନେଶ୍ୱରରେ ଅଟକି ଯାଉଛି । ଫଳରେ ଝାରସୁଗୁଡା ଏବଂ ବ୍ରଜରାଜନଗରରେ ମୋଦୀ ଦେଉଥିବା ପଇସା ପହଁଚିପାରୁନାହିଁ । ଏହି ପଇସା ଲୁଟ ହେଉଛି ବୋଲି ଝାରସୁଗୁଡା ବ୍ରଜରାଜନଗରରେ ବିଜେପି ପକ୍ଷରୁ ଆୟୋଜିତ ବିଜୟ ସଂକଳ୍ପ ସଭାରେ ଯୋଗଦେଇ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।  

କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସରକାରରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ୧୦ ଲକ୍ଷ ଘର ଓଡିଶାକୁ ଦିଆଯାଇଛି, ୫୦ ଲକ୍ଷ ଶୌଚାଳୟ ବନିଛି ।  ମାତ୍ର ଏହି ବ୍ଲକରେ ପିସି ନଦେଲେ କାମ ହେଉନାହିଁ । ଘର ଓ ଶୌଚାଳୟ ନିର୍ମାଣ କରିବା ପାଇଁ ଲାଂଚ ଦେବାକୁ ପଡୁଛି । ପୂର୍ବରୁ ଓଡିଆ ଲୋକଙ୍କ ଖଣିଖାଦାନଙ୍କୁ ମାଗଣାରେ ରାଜ୍ୟ ସରକାର ଶିଳ୍ପପତିମାନଙ୍କୁ ଟେକିଦେଉଥିଲେ । ମାତ୍ର ନରେନ୍ଦ୍ର ମୋଦୀ ଦାୟିତ୍ୱ ନେବା ପରେ ଦେଶରେ ପ୍ରଥମ ଥର କରି ଡିଏମଏଫ(ଜିଲ୍ଲା ଖଣିଜ ପାଣ୍ଠି)ର ବ୍ୟବସ୍ଥା କେଲେ । ମୋଦୀ ଏହି ବ୍ୟବସ୍ଥା ମାଧ୍ୟମରେ ଝାରସୁଗୁଡା ପାଇଁ କେବଳ ୧ ହଜାର କୋଟି ଟଙ୍କା ଦେଇଛନ୍ତି । କିନ୍ତୁ ନବୀନ ବାବୁ ଲାଂଚ ଖାଇବା କାରଣରୁ ସେ ଟଙ୍କା ଖର୍ଚ୍ଚ କରୁନାହାନ୍ତି । ରାଜ୍ୟ ସରକାରଙ୍କରେ ମହିଳା ନିର୍ଯ୍ୟାତିତ ହୋଇଥିବା ବେଳେ ଦୁର୍ନୀତି ବଢିଛି, ଯୁବକମାନେ ରୋଜଗାର ପାଉନାହାଁନ୍ତି । ବିଜେପି ସରକାର ହେଲେ ଦିଲ୍ଲୀ ଓ ଓଡିଶାରେ ହେଲେ ୧୫ ବର୍ଷରୁ କମ ଝିଅଙ୍କ ସହ ଦୁଷ୍କର୍ମ କରୁଥିବା ଲୋକଙ୍କୁ ଫାଶି ଦଣ୍ଡ ଦିଆଯିବ । ସେହିପରି ଯୁକ୍ତ ଦୁଇ ମେଧାବୀ ଛାତ୍ରୀଙ୍କୁ ସ୍କୁଟି ଦିଆଯିବ, ଛାତ୍ରୀଙ୍କ ଉଚ୍ଚଶିକ୍ଷା ପାଇ ସେମାନଙ୍କୁ ୫୦ ହଜାର ଟଙ୍କା ଦିଆଯିବାର ବ୍ୟବସ୍ଥା କରାଯିବ, ଚାଷୀଙ୍କୁ ବିନା ସୁଧରେ ଋଣ ଦିଆଯିବ, ଏସଏସଜି ମହିଳାଙ୍କ ଋଣଛାଡ ସହ ବ୍ୟବସାୟ ପାଇଁ ବିନା ସୁଧରେ ଋଣ ଦିଆଯିବ, ଆଗାମୀ ୨ ବର୍ଷ  ମଧ୍ୟରେ ଖାଲିଥିବା ସବୁ ସରକାରୀ ପଦବୀକୁ ପୂରଣ କରାଯିବ, ସବୁ ଜିଲ୍ଲାରେ ମେଡିକାଲ କଲେଜ ହେବ, ସବୁ ଜିଲ୍ଲାକୁ ରେଳ ଲାଇନରେ ସଂଯୋଗ କରାଯିବ, ଅସ୍ଥାୟୀ ଶିକ୍ଷକଙ୍କୁ ସ୍ଥାୟୀ କରାଯିବ, ସମସ୍ତଙ୍କୁ ରୋଜଗାର ଓ ସ୍ୱରୋଜଗାରକ୍ଷମ କରାଯିବ ।  

ସେ ଆହୁରି, କହିଛନ୍ତି ଯେ ବଜାରରେ ଚାଉଳର ମୂଲ୍ୟ ୩୨ ଟଙ୍କାରୁ ମୋଦୀ ଦିଲ୍ଲୀରୁ ୨୯ ଟଙ୍କା ଦେଉଛନ୍ତି । ନବୀନ ବାବୁ ୨ ଟଙ୍କା ଦେଉଥିବା ବେଳେ ହିତାଧିକାରୀମାନେ ୧ ଟଙ୍କା ଦେଉଛନ୍ତି । ମୋଦୀ ପଇସାରେ ଗରିବ ଲୋକଙ୍କୁ ଟଙ୍କିକିଆ ଚାଉଳ ଦେବା କଥା ନବୀନ ବାବୁ କହୁଛନ୍ତି । ନବୀନ ବାବୁ ପରଘର ତିଅଣରେ ଅତିଥି ସକ୍ରାର କରିବାରେ ଚାଲାକ । ଓଡିଶାରେ ୨୫ଟି ଜିଲ୍ଲାରେ ଶିଶୁ ମାନଙ୍କ ଅପପୃଷ୍ଟି ଓ କୁପୋଷଣ ସ୍ଥିତି ଗମ୍ଭୀର ଥିବା ବେଳେ ସେମାନଙ୍କୁ ସୁପୋଷଣ କରିବାକୁ ପଡିବ । ବିଜେପି ସରକାର ହେଲେ ଓଡିଶାର ୩ କୋଟି ୨୬ ଲକ୍ଷ ଲୋକଙ୍କୁ ମୋଟ ୧ ଟଙ୍କାରେ ୫ କେଜି ଚାଉଳ, ଅଧକେଜି ଲେଖାଁଏ ଡାଲି ଓ ଲୁଣ ଦେଇ ସୁପୋଷଣର ଦାୟିତ୍ୱ ବିଜେପି ନେବ । ୧୯ ବର୍ଷ ଶାସନ ଦାୟିତ୍ୱରେ ଝାରସୁଗୁଡା ଲକ୍ଷନପୁର ବ୍ଲକ ଅଂଚଳରେ ପିଇବା ପାଣି ନାହିଁ, ଡାକ୍ତରଖାନାରେ ଡାକ୍ତର ନାହାଁନ୍ତି, ବ୍ରଜରାଜନଗର କୋଇଲାରେ ସାରା ଭାରତ ଜଳୁଥିବା ବେଳେ ଏଠାରେ ୨୪ ଘଂଟା ବିଜୁଳି ନାହିଁ, ଜଳସେଚନର ବ୍ୟବସ୍ଥା ନାହିଁ, ଶୀତଳ ଭଣ୍ଡାରନାହିଁ, ଚାଷୀକୁ ଉପଯୁକ୍ତ ମୂଲ୍ୟ ମିଳୁନାହିଁ । ଏଠାକାର ମୃତ ବୃନ୍ଦା ସାହୁ ଭଳି ଚାଷୀକୁ କାଳିଆ ଟଙ୍କା ମିଳୁନାହିଁ । ସ୍ୱାମୀ ମରୁପଛେ ସଉତୁଣି ବିଧବା ହେଉ ରାଜ୍ୟ ସରକାର ନୀତି ଆପଣାଇଛନ୍ତି । ଆୟୁଷ୍ମାନ ଯୋଜନାରେ ମୋଦି ୫ ଲକ୍ଷ ଟଙ୍କା ଗରିବ ଓଡିଆଙ୍କ ପାଇଁ ପଠାଇଲେ ମାତ୍ର ମୋଦି ଏହାକୁ କରେଇ ଦେଲେ ନାହିଁ । ସେହିପରି ୫ ଏକରରୁ କମ ଜମି ଥିବା ଚାଷୀଙ୍କୁ ଆର୍ଥିକ ସହାୟତା ଦେବା ନିମନ୍ତେ ପ୍ରଧାନମନ୍ତ୍ରୀ କିଷାନ ଯୋଜନାରେ ବର୍ଷକୁ ୬୦୦୦ ଟଙ୍କାର ବ୍ୟବସ୍ଥା କଲେ ମଧ୍ୟ ନବୀନ ବାବୁ ତାଲିକା ଦେଲେ ନାହିଁ । ନବୀନ ବାବୁ ଓଡିଆ ଲୋକଙ୍କ ହିତଚାହୁଁନାହାନ୍ତି । ସବୁଦିନ ଦରିଦ୍ରତା ରହୁ, ଗରିବ ରହୁ, ଓଡିଆ ପିଲା ନିଜ ଗୋଡରେ ଠିଆ ନିହେଉ, ସ୍ୱାଭିମାନ ନହେଉ, କେବଳ ଭୋଟ ପାଇବାକୁ ନବୀନ ବାବୁ ଚାହୁଁଛନ୍ତି ବୋଲି ଧର୍ମେନ୍ଦ୍ର କହିଛନ୍ତି ।  । 

  • Tags:

Subscribe

National International State Sports Entertainment