Home >
ଯୋଗୀ, ମାୟାବତୀଙ୍କ ପରେ ମାନେକା ଏବଂ ଆଜମ ଖାନକୁ ଝଟକା, ନିର୍ବାଚନ ପ୍ରଚାର ଉପରେ ଲାଗିଲା ରୋକ୍
Khabar Odisha:politics-odisha-Lok-Sabha-Chunav-2019-EC-Bars-Azam-Khan-And-Maneka-Gandhi-From-Campaigning
ନୂଆଦିଲ୍ଲୀ,ଏପ୍ରିଲ ୧୫(ଖବର ଓଡ଼ିଶା):

 ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନକୁ ରୋକିବା ପାଇଁ ଆକ୍ସନ ମୁଡରେ ନିର୍ବାଚନ ଆୟୋଗ । ପ୍ରଚାର ସମୟରେ ନେତାମାନେ ଦେଉଥିବା ବିବାଦୀୟ ବୟାନ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି ନିର୍ବାଚନ ଆଯୋଗ । ନିର୍ବାଟନ ଆଚରଣ ବିଧି ଉଲ୍ଲଂଘନ ନେଇ ଏସପିର ବରିଷ୍ଠ ନେତା ଆଜମ ଖାନ ଏବଂ ବିଜେପି ନେତ୍ରୀ ତଥା କେନ୍ଦ୍ରମନ୍ତ୍ରୀ ମାନେକା  ଗାନ୍ଧୀଙ୍କ ପ୍ରଚାର ଉପରେ ବ୍ୟାନ ଲଗାଇଛନ୍ତି ନିର୍ବାଚନ ଆଯୋଗ । 

ନିଜର ବିବାଦୀୟ ବୟାନକୁ ଚର୍ଚ୍ଚାରେ ଥିବା ସମାଜବାଦୀ ପାର୍ଟିର ବିରଷ୍ଠ ନେତା ଆଜମ ଖାନଙ୍କୁ ନିର୍ବାଚନ ଆୟୋଗ ବଡ ଝଟକା ଦେଇଛନ୍ତି । ଉତ୍ତର ପ୍ରଦେଶରର ରାମପୁରରେ ହୋଇଥିବା ନିର୍ବାଚନୀ ଜନସଭାରେ ବିବାଦୀୟ ବୟାନ ଦେଇଥିଲେ ଆଜନ ଖାନ ଯାହାକି ନିର୍ବାଚନ ଆଚରଣ ବିଧିର ଉଲ୍ଲଂଘନ କରୁଥିଲା । ଆଜନ ଖାନଙ୍କ ପ୍ରଚାର ଉପରେ 72 ଘଣ୍ଟାର ବ୍ୟାନ ଲଗାଇଛନ୍ତି ନିର୍ବାଚନ ଆଯୋଗ । ଯାହା ଆସନ୍ତାକାଲି 10ଟାରୁ ଲାଗୁ ହେବ । 

ସେହିପରି ବିଜେପି ନେତ୍ରୀ ତଥା କେନ୍ଦ୍ରମନ୍ତ୍ରୀ ମାନେକା ଗାନ୍ଧୀଙ୍କ ଉପରେ ମଧ୍ୟ ବ୍ୟାନ ଲଗାଇଛନ୍ତି ନିର୍ବାଚନ ଆୟୋଗ । ଗତ କିଛି ଦିନ ହେଲା ନିଜର ବୟାନବାଜିକୁ ଚର୍ଚ୍ଚାରେ ଥିଲେ  ମେନକା । ସୁଲତାନପୁରରେ ହୋଇଥିବା ଏକ ଜନସାଭରେ ମାନେକା ଗାନ୍ଧୀ ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ କରୁଥିବା ବୟାନ ଦେଇଥିବା ଅଭିଯୋଗ ହୋଇଥିଲା । ଯାହା ଉପରେ କାର୍ଯ୍ୟାନୁଷ୍ଠାନ ନେଇ ନିର୍ବାଚନ ଆୟୋଗ ମାନେକାଙ୍କ ଉପରେ ବ୍ୟାନ ଲଗାଇଛନ୍ତି । ମେନକାଙ୍କ ପ୍ରଚାର ଉପରେ 48 ଘଣ୍ଟାର ବ୍ୟାନ ଲଗାଇଛନ୍ତି ନିର୍ବାଚନ ଆୟୋଗ । ଆସନ୍ତାକାଲି 10ଟାରୁ ଏହି ବ୍ୟାନ ଲାଗୁ ହେବ ନେଇ ନିର୍ବାଚନ ଆୟୋଗ ନିର୍ଦ୍ଦେଶ ଦେଇଛନ୍ତି ।  

ଏହା ପୁର୍ବରୁ ସୋମବାର ଦିନ ଅପରାହ୍ନରେ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ପ୍ରଚାର ଉପରେ 72 ଘଣ୍ଟାର ବ୍ୟାନ ଲଗାଯାଇଥିଲେ ନିର୍ବାଚନ ଆୟୋଗ । ସେହିଭଳି ବିଏସପି ମୁଖ୍ୟ ମାୟବତୀଙ୍କ ଉପରେ ମଧ୍ୟ 48 ଘଣ୍ଟାର ବ୍ୟାନ ଲଗାଇଥିଲେ ନିର୍ବାଚନ ଆୟୋଗ । ଆସନ୍ତାକାଲି ସକାଳ 6 ଟାରୁ ଏହି କଟକଣା ଲାଗୁ ହେବା ବୋଲି ନିର୍ବାଚନ ଆୟୋଗଙ୍କ ପକ୍ଷରୁ ସୂଚନା ଦିଆଯାଇଥିଲା । 

Subscribe

National International State Sports Entertainment