ଭୁବନେଶ୍ୱର: ଆସନ୍ତା ମେ ୫ ତାରିଖରୁ ସ୍ନାତକୋତ୍ତର ବା ପିଜି ପାଇଁ ପ୍ରବେଶିକା ପରୀକ୍ଷା ଆରମ୍ଭ ହେବ । ବିଭିନ୍ନ ବିଷୟରେ ମେ ୫ରୁ ମେ ୧୬ ଯାଏ ପ୍ରବେଶିକା ପରୀକ୍ଷା ଚାଲିବ । ଏ ନେଇ ଉଚ୍ଚ ଶିକ୍ଷା ବିଭାଗର ଷ୍ଟେଟ୍ ସିଲେକ୍ସନ୍ ବୋର୍ଡ (ଏସଏସବି) ପକ୍ଷରୁ ସୂଚୀ ପ୍ରକାଶ ପାଇଛି ।
ମୋଟ ୫୦ଟି ସ୍ନାତକୋତ୍ତର ବିଷୟ ପାଇଁ ପ୍ରବେଶିକା ପରୀକ୍ଷା ହେବ । ଏପ୍ରିଲ ୩୦ ତାରିଖ ପୂର୍ବାହ୍ନ ୧୧ଟାରୁ ଆଡମିର୍ଟ୍ କାର୍ଡ ଏସ୍ଏସସିର ୱେବସାଇଟରେ ଉପଲବ୍ଧ ହେବ । ଦୁଇଟି ସିଟିଂ ପରୀକ୍ଷା କରାଯିବ । ପ୍ରଥମ ସିଟିଂ ସକାଳ ୧୦ଟାରୁ ପୂର୍ବାହ୍ନ ୧୧. ୪୦ ଯାଏଁ ଚାଲିବ ଏବଂ ଦ୍ୱିତୀୟ ସିଟିଂ ପରୀକ୍ଷା ଅପରାହ୍ନ ୩ଟାରୁ ୪.୪୦ ଯାଏଁ ଚାଲିବ । କେବଳ ୧୦ ତାରିଖ ରବିବାର ଥିବାରୁ ସେହିଦିନ ଛୁଟି ରହିବ । ସର୍ବମୋଟ୍ ୩୧ ହଜାର ୯୧୫ ପିଜି ସିଟ୍ ପାଇଁ ୫୮ ହଜାର ୭୦୮ ଛାତ୍ରଛାତ୍ରୀ ଫର୍ମପୂରଣ କରିଛନ୍ତି ।
କେଉଁ ଦିନ କେଉଁ ପରୀକ୍ଷା...
ମେ ୫- ବାଣିଜ୍ୟ, ବାୟୋଟେକ୍ନୋଲୋଜି, ସୋସିଓଲୋଜି (ପ୍ରଥମ ସିଟିଂ)
ପରିବେଶ ବିଜ୍ଞାନ, ଶିକ୍ଷା, ଆନ୍ଥ୍ରୋପୋଲୋଜି (ଦ୍ୱିତୀୟ ସିଟିଂ)
ମେ ୬- ଜିଓଲୋଜି, ୱାଇଲ୍ଡ ଲାଇଫ୍ ଆଣ୍ଡ୍ ବାୟୋଡାଇର୍ସିଟି କଞ୍ଜର୍ଭେସନ୍, ଇଂରାଜୀ (ପ୍ରଥମ ସିଟିଂ)
ଫିଜିକ୍ସ ((ଦ୍ୱିତୀୟ ସିଟିଂ)
ମେ ୭- ପବ୍ଲିକ୍ ହେଲଥ୍, ମେରାଇନ୍ ସାଇନ୍ସ, ଓଡ଼ିଆ (ପ୍ରଥମ ସିଟିଂ)
ଭୂଗୋଳ, ଉଦ୍ଭିଦ ବିଜ୍ଞାନ, ମ୍ୟାଟେରିଆଲ୍ ସାଇନ୍ସ (ଦ୍ୱିତୀୟ ସିଟିଂ)
ମେ ୮- ହୋମ୍ ସାଇନ୍ସ, ଆଇନ, କମ୍ପ୍ୟୁଟର୍ ସାଇନ୍ସ (ପ୍ରଥମ ସିଟିଂ)
ଫୁଡ୍ ସାଇନ୍ସ ଆଣ୍ଡ୍ ଟେକ୍ନୋଲୋଜି, ଇତିହାସ, ଗଣିତ (ଦ୍ୱିତୀୟ ସିଟିଂ)
ମେ ୯- ପବ୍ଲିକ୍ ଆଡ଼ମିନିଷ୍ଟ୍ରେସନ୍ (ପ୍ରଥମ ସିଟିଂ)
ରାଜନୀତି ବିଜ୍ଞାନ, ମାଇକ୍ରୋବାୟୋଲୋଜି (ଦ୍ୱିତୀୟ ସିଟିଂ)
ମେ ୧୧- କେମିଷ୍ଟ୍ରୀ, ସଂସ୍କୃତ, ଅର୍ଥନୀତି (ପ୍ରଥମ ସିଟିଂ)
ବିଜିନେସ୍ ଆଡମିନିଷ୍ଟ୍ରେସନ୍, ହିନ୍ଦୀ, ଆଟ୍ମୋସ୍ପେରିକ୍ ସାଇନ୍ସ, ମେରାଇନ୍ ସାଇନ୍ସ-ମେରାଇନ୍ ବାୟୋଲୋଜି (ଦ୍ୱିତୀୟ ସିଟିଂ)
ମେ ୧୨- ଜର୍ଣ୍ଣାଲିଜିମ୍ ଆଣ୍ଡ ମାସ୍ କମ୍ୟୁନିକେସନ୍, ଇଲେକ୍ଟ୍ରୋନିକ୍ ସାଇନ୍ସ (ପ୍ରଥମ ସିଟିଂ)
ଆନ୍ଥ୍ରୋପୋଲୋଜି (ସାଇନ୍ସ), ଲିଙ୍ଗ୍ୟୁଷ୍ଟିକ୍ସ, ପପ୍ୟୁଲେସନ୍ ଷ୍ଟଡିଜ୍ (ପ୍ରଥମ ସିଟିଂ)
ସାନ୍ତାଳୀ ଓ ଉର୍ଦ୍ଦୁ ((ପ୍ରଥମ ସିଟିଂ)
ପ୍ରାଣୀ ବିଜ୍ଞାନ ବା ଜୁଲୋଜି (ଦ୍ୱିତୀୟ ପ୍ରଥମ ସିଟିଂ)
ମେ ୧୩- ପିଏମ୍ଆଇଆର୍/ଆଇଆରପିଏମ୍, ଫିଲୋସୋପି (ପ୍ରଥମ ସିଟିଂ)
ସାଇକୋଲୋଜି (ଦ୍ୱିତୀୟ ସିଟିଂ)
ମେ ୧୪- ଷ୍ଟାଟିଷ୍ଟିକ୍ ଓ ୱିମେନ୍ ଷ୍ଟଡିଜ୍ (ପ୍ରଥମ ସିଟିଂ)
ଲାଇବ୍ରେରୀ ଆଣ୍ଡ୍ ଇନଫର୍ମେସନ୍ ସାଇନ୍ସ (ଦ୍ୱିତୀୟ ସିଟିଂ)
ମେ ୧୫- ସୋସିଆଲ୍ ୱାର୍କ (ପ୍ରଥମ ସିଟିଂ)
ଟ୍ୟୁରିଜିମ୍ ଆଣ୍ଡ୍ ଟ୍ରାଭେଲ୍ ଷ୍ଟିଡିଜ୍ (ଦ୍ୱିତୀୟ ସିଟିଂ)
ମେ ୧୬- ରୁରାଲ୍ ଡେଭଲପମେଣ୍ଟ (ପ୍ରଥମ ସିଟିଂ)
ୟୋଗା ଆଣ୍ଡ୍ ନାଚୁରୋପାଥି (ଦ୍ୱିତୀୟ ସିଟିଂ)