ସ୍ଟକହୋମ: ଚଳିତ ବର୍ଷ ପାଇଁ ନୋବେଲ ପୁରସ୍କାର ଘୋଷଣା କରାଯାଇଛି । ସୋମବାର ଚିକିତ୍ସାରେ ତିନି ଜଣ ସ୍ନାୟୁ ବୈଜ୍ଞାନିକଙ୍କ ନାମ ନୋବେଲ ପୁରସ୍କାର ପାଇଁ ଘୋଷଣା ହୋଇଛି । କାର୍ଲ ଡେଇସେରୋଥ, ପୀଟର ହେଗେମେନ ଏବଂ ଜର୍ଜ ନାଗେଲଙ୍କୁ ଅପ୍ଟୋଜେନେଟିକ୍ସ କ୍ଷେତ୍ରରେ ସେମାନଙ୍କ ଅବଦାନ ପାଇଁ ନୋବେଲ ପୁରସ୍କାର ପ୍ରଦାନ କରାଯାଇଛି । ଏହି ତିନିଜଣ ବୈଜ୍ଞାନିକ ମସ୍ତିଷ୍କର ବିଭିନ୍ନ ସ୍ନାୟୁ କୋଷର କାର୍ଯ୍ୟକଳାପକୁ ଚାଲୁ କିମ୍ବା ବନ୍ଦ କରିବା ପାଇଁ ଏକ ପ୍ରଣାଳୀ ଉପରେ କାର୍ଯ୍ୟ କରୁଥିଲେ । ଏମାନେ ଜର୍ମାନୀ ଏବଂ ଆମେରିକାର ବିଶ୍ୱବିଦ୍ୟାଳୟରେ କାମ କରୁଥିଲେ ।
ଉପରୋକ୍ତ ତିନି ବୈଜ୍ଞାନିକଙ୍କ ପ୍ରଶଂସାରେ ନୋବେଲ କମିଟି 'X' (ଟ୍ୱିଟର) ରେ ଲେଖିଛି ଯେ, ମସ୍ତିଷ୍କର ରହସ୍ୟ ଉନ୍ମୋଚନ କରିବା ପାଇଁ ବର୍ତ୍ତମାନ ସମଗ୍ର ବିଶ୍ୱର ପରୀକ୍ଷାଗାରଗୁଡ଼ିକରେ ଏହି ପଦ୍ଧତି ବ୍ୟବହାର କରାଯାଉଛି । ନୋବେଲ ଆସେମ୍ବଲି ଉଲ୍ଲେଖ କରିଛି ଯେ ଡେଇସେରୋଥ୍ କାଲିଫର୍ଣ୍ଣିଆର ଷ୍ଟାନ୍ଫୋର୍ଡ ବିଶ୍ୱବିଦ୍ୟାଳୟରେ, ହେଗେମ୍ୟାନ୍ ବର୍ଲିନର ହମ୍ବୋଲ୍ଡ ବିଶ୍ୱବିଦ୍ୟାଳୟରେ ଏବଂ ନାଗେଲ୍ ଜର୍ମାନୀର ୱର୍ଜବର୍ଗ ବିଶ୍ୱବିଦ୍ୟାଳୟରେ କାର୍ଯ୍ୟରତ ଅଛନ୍ତି ।