Home >
ରାଜନାଥ ସିଂହଙ୍କୁ ଲକ୍ଷ୍ନୌରୁ ଚ୍ୟାଲେଞ୍ଜ କରିବେ ଶତ୍ରୁଘ୍ନ ସିହ୍ନାଙ୍କ ପତ୍ନୀ ପୂନମ
Khabar Odisha:national-odisha-lucknow-samajwadi-party-to-field-shatrughan-sinha-wife-poonam-sinha-against-rajnath-singh-in-lucknow
ନୂଆଦିଲ୍ଲୀ, ଅପ୍ରେଲ ୧୬ (ଖବର ଓଡିଶା) :

ରାଜଧାନୀ ଲକ୍ଷ୍ନୌର ହାଇ ପ୍ରୋଫାଇଲ ଆସନରୁ ବିଜେପି ଆଶାୟୀ ରାଜନାଥ ସିଂହଙ୍କୁ ସପାର ଆଶାୟୀ ପୂନମ ସିହ୍ନା ଟକ୍କର ଦେବେ । ସେ ବଲିଉଡ କଳାକାର ଶତ୍ରୁଘ୍ନ ସିହ୍ନାଙ୍କ ପତ୍ନୀ । ଆଜି ସେ ଲକ୍ଷ୍ନୌରେ ପହଂଚିଛନ୍ତି ଏବଂ ଦଳରେ ପ୍ରାଥମିକ ସଦସ୍ୟତା ଗ୍ରହଣ କରିଛନ୍ତି । ଅପ୍ରେଲ ୧୭ରେ ପୂନମ ନାମାଙ୍କନ ପତ୍ର ଦାଖଲ କରିବେ ବୋଲି ସୂଚନା ମିଳିଛି । 

ରାଜନାଥ ସିଂହଙ୍କୁ ଟକ୍କର ଦେବା ପାଇଁ ସମାଜବାଦୀ ପାର୍ଟି ଜଣେ ହେଭି ୱାଟଙ୍କୁ ଠିଆ କରିବା ପାଇଁ ଚାହୁଁଥିଲା । ଏଥିପାଇଁ ଦଳ ପୂନମଙ୍କୁ ନିର୍ବାଚିତ କରିଛି । କିଛି ଦିନ ତଳେ ଶତ୍ରୁଘ୍ନ ସପାର ମୁଖ୍ୟ ଅକିଳଶେ ଯାଦବଙ୍କ ସହ ସାକ୍ଷାତ କରିଥିଲେ । ଏହି ସମୟରେ ପୂନମଙ୍କୁ ଟିକେଟ ଦିଆଯିବା ବିଷୟରେ ବାର୍ତାଳାପ ହୋଇଥିଲା । କିନ୍ତୁ ପୂନମ ଦଳରେ ସାମିଲ ହେବା ପୂର୍ବରୁ ଶତ୍ରୁଘ୍ନ କଂଗ୍ରେସରେ ସାମିଲ ହୁଅନ୍ତୁ ବୋଲି ଦଳ ଚାହୁଁଥିଲା । ଯାହା ଫଳରେ ଲକ୍ଷ୍ନୌ ପାଇଁ ସେମାନେ ବିପକ୍ଷ ବିରୋଧରେ ଜଣେ ଦୃଢ ଆଶାୟୀଙ୍କୁ ଓହ୍ଲାଇ ପାରିବେ । ସେହି ସମୟରେ କଂଗ୍ରେସ ପକ୍ଷରୁ ଏପର୍ଯ୍ୟନ୍ତ କୌଣସୀ ମୁଁହ ସ୍ପଷ୍ଟ ହୋଇ ନାହିଁ । ତେବେ କଂଗ୍ରେସ ଜଣେ ବ୍ରାହ୍ମଣ ପ୍ରତ୍ୟାଶୀଙ୍କୁ ସେଠାରୁ ଠିଆ କରିବା ପାଇଁ ଚାହୁଁଛି । 

Subscribe

National International State Sports Entertainment