Home >
କୂଅରେ ପଡିଯାଇଥିଲା ମୁସଲିମ ପରିବାରର ଗାଈ, କଳସ ଶୋଭାଯାତ୍ରା ଛାଡି ଉଦ୍ଧାର କଲେ ହିନ୍ଦୁ ଯୁବକ
Khabar Odisha:national-odisha-hindu-boys-rescued-muslim-familys-cow-at-bihar
ପାଟନା, ଅକ୍ଟୋବର ୦୯(ଖବର ଓଡିଶା):

ବିହାରର ଛପରା ଅଂଚଳରେ ପଶୁପ୍ରେମ, ମାନବିକତା ସହ ଭାଇଚାରାର ଏକ ଅନନ୍ୟ ଉଦାହରଣ ଦେଖିବାକୁ ମିଳିଛି । ଯାହା ସମାଜକୁ ଏକ ବାର୍ତା ପ୍ରଦାନ କରିଛି ।ଏଠାରେ କୂଅରେ ପଡିଯାଇଥିବା ମୁସଲିମ ପରିବାରର ଏକ ଗାଈକୁ ହିନ୍ଦୁ ଯୁବକମାନେ ଉଦ୍ଧାର କରିଛନ୍ତି । ସାରଣର କୋପା ନିକଟବର୍ତୀ ଦେବାରୀୟାରେ ଘଟିଥିବା ଏହି ଘଟଣାର ଭିଡିଓ ଭାଇରାଲ ହେବାରେ ଲାଗିଛି ।

କଣ ଥିଲା ଘଟଣା

ଆଜି ସକାଳେ ଦେବାରୀୟା ଗ୍ରାମରେ ରହୁଥିବା ମହମ୍ମଦ ନିଜାମୁଦ୍ଦୀନଙ୍କ ଏକ ଗାଈ ଚରୁଥିବା ବେଳେ ଏକ ଗଭୀର କୂଅ ମଧ୍ୟରେ ପଡି ଯାଇଥିଲା ।  ଏହି ଖବର ଗ୍ରାମସାରା ବିଜୁଳି ବେଗରେ ବ୍ୟାପି ଯାଇଥିଲା । ଖବର ପାଇବା ପରେ ଲୋକମାନେ ଘଂଟାଘଂଟା ଧରି ପ୍ରୟାସ କରି ଗାଈକୁ ଉଦ୍ଧାର କରିଥିଲେ । ଗାଈଟି ଉଦ୍ଧାର ହେବା ପରେ ତାହାର ମାଲିକାଣୀ ତାକୁ ଧରି କାନ୍ଦି ପକାଇଥିଲେ ।

ସବୁଠାରୁ ବଡ କଥା ହେଉଛି ଯେ, ଯେତେବେଳେ କୂଅରେ ଗାଈଟି ପଡିଯାଇଥିଲେ ସେତେବେଳେ ଗ୍ରାମବାସୀ ଏକ କଳସ ଶୋଭାଯାତ୍ରାରେ ବାହାରି ଥିଲେ । ସେହି ସମୟରେ ସେମାନେ ମହମମ୍‌ଦ ନିଜାମୁଦ୍ଦୀନ ପରିବାରର କାନ୍ଦ ଶୁଣିଥିଲେ । କାନ୍ଦ ଶୁଣିବା ପରେ ସେମାନେ ମହମ୍ମଦଙ୍ଗ ଘରଆଡେ ଯାଇ ଘଟଣା ବାବଦରେ ଜାଣିଥିଲେ । ଏହାପରେ ଆରମ୍ଭ ହୋଇଥିଲା ଉଦ୍ଧାର କାର୍ଯ୍ୟ । ସୁରେଶ ଯାଦବ ନାମକ ଜଣେ ଯୁବକ କୂଅ ମଧ୍ୟକୁ ପଶି ଗାଈର ଦେହରେ ଦଉଡି ବାନ୍ଧି ଥିଲେ । ଏହାପରେ ୧୦ଜଣ ଯୁବକ ଗାଈକୁ କୂଅରୁ ଟାଣି ଉଦ୍ଧାର କରିଥିଲେ ।

 

 

  • Tags:

Subscribe

National International State Sports Entertainment